Advertisment

ମଞ୍ଚ ଉପରେ ୫୦ରୁ ଅଧିକ ନେତା ଓ କର୍ମୀ ହେଲେ କାହାରି ମୁହଁରେ ନାହିଁ ମାସ୍କ

କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ।

author-image
Minati Mishra
ମଞ୍ଚ ଉପରେ ୫୦ରୁ ଅଧିକ ନେତା ଓ କର୍ମୀ ହେଲେ କାହାରି ମୁହଁରେ ନାହିଁ ମାସ୍କ

bjd meeting

ବାରିପଦା: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏକମାତ୍ର ଉପାୟ ହେଉଛି ସଚେତନତା। ମାସ୍କ ପିନ୍ଧିବା, ଦୂରତା ରଖିବା ନିହାତି ଜରୁରୀ।  କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ  କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ। ମୟୂରଭଂଜ ଉଦଳାରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଆୟୋଜିତ ହୋଇଥିଲା ସମାବେଶ। ସମାବେଶରେ ସଭା ଉପରେ ଏକାଠି ହୋଇଥିଲେ ଶାସକ ଦଳର ବିଧାୟକ, ସାଂସଦ ଓ ନେତା ।

Advertisment

ଉଦଳା ବିଦୁବାଗାନ ପଡିଆରେ ଆୟୋଜିତ ହୋଇଥିଲା ଏହି ଉତ୍ସବ । ଏଥିରେ ଯୋଗ ଦେଇଥିଲେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ସମେତ ଅନେକ ପ୍ରମୁଖ ନେତା ।

Advertisment

ତେବେ ଏହି ସମୟରେ ଅଧିକାଂଶଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା  । ସାମାଜିକ ଦୂରତାର ମଧ୍ୟ ପାଳନ ହୋଇନଥିଲା।  ଆୟୋଜିତ ସମାବେଶରେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା  । ଏପରିକି ମଞ୍ଚରେ ୫୦ରୁ ଅଧିକ ନେତା ଓ କର୍ମୀ ଏକତ୍ରିତ ହୋଇଥିଲେ ସୁଦ୍ଧା କାହାରି ମୁହଁରେ ମାସ୍କ ନ ଥିଲା।  ସମାବେଶକୁ ଆସିଥିବା ଲୋକଙ୍କ ମଧ୍ୟରୁ ଅନେକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଲିଥିଲା।

ତେବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ କୃଷି ନିଗମ ଅଧ୍ୟ ଦେବାଶିଷ ମହାନ୍ତି ଆୟୋଜିତ ସଭାରେ କୌଣସି ପ୍ରକାର କୋଭିଡ୍ ନିୟମର ଉଲ୍ଲଂଘନ ହୋଇନଥିବା କହିଛନ୍ତି।

Odisha News BJD COVID Guidelines Violation
Advertisment
Advertisment