ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।
ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ ।
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।
ଅନଲାଇନ କ୍ଲାସ ଚିଲିକା ମାଛ ଆକାଶ କଂୟା ସଦୃଶ ହୋଇଛି। ଦାରିଦ୍ର୍ୟ ଓ ଅନୁନ୍ନତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ଅପହଞ୍ଚ। ଅଧିକାଂଶ ଅଞ୍ଚଳରେ ପିଲା ଅନଲାଇନ୍ କ୍ଲାସ କଣ ଜାଣିନାହାନ୍ତି। ତେଣୁ ଏହି ଅନଲାଇନ୍ କ୍ଲାସ ଏବଂ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।
ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍ ବିଧାୟକଙ୍କ କାର୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ବା କିସ୍ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।
ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ବ୍ରୋଞ୍ଜ ଜିତିଥିବା ପୁରୁଷ ହକି ଟିମ୍ ଓ ସେମି ଫାଇନାଲ୍କୁ ଯାଇଥିବା ମହିଳା ହକି ଟିମ୍କୁ ସ୍ୱାଗତ କରିଛି ଓଡ଼ିଶା ।
ଅକ୍ଷରମାଳାକୁ ବିଦ୍ୟାଦାତ୍ରୀ ସରସ୍ୱତୀ ଏବଂ ସଂଖ୍ୟାଗୁଡ଼ିକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ ତା ଉପରେ ଚାଲିବା ଠିକ୍ ନୁହେଁ ବୋଲି ବିଭିନ୍ନ ସଂଗଠନ ଓ ବୁଦ୍ଧୀଜୀବୀ ମତ ରଖିଛନ୍ତି। ଖାଲି ସେତିକି ନୁହେଁ ଅଙ୍ଗନବାଡ଼ି କେନ୍ଦ୍ରର ସେହି କୋଠରୀ କାନ୍ଥରେ ଥିବା ଜାତୀୟ ପତାକାଟି ମଧ୍ୟ ଭୁଲ୍ କରି ଅଙ୍କା ଯାଇଥିବା ଦେଖିବାକୁ ମିଳିଥିଲା।
ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ
ସାଂସଦ ଜୟରାମ ପାଙ୍ଗି ତଥା ଜିଲ୍ଲାର ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦ ତଥା ଆମ କୋଟିଆ ସଂଗଠନର ସଦସ୍ୟ ଏହି ବାରିକେଡ୍ ଲଗାଯାଇଥିବା ସ୍ଥାନରେ ଉପସ୍ଥିତ ରହି ପରିସ୍ଥିତିର ତଦାରଖ କରୁଥିବା ଦେଖାଯାଇଛି।
ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍ଫିଟ୍ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି।
ବେଳାଭୂମି ବୁଲିବାକୁ ଆସି ପଡ଼ି ଯାଇଥିଲେ ମୃତ୍ୟୁ ଯନ୍ତାରେ। ହେଲେ ଦେବଦୂତ ସାଜିଲେ ହୋମଗାର୍ଡ। ସମୁଦ୍ରରେ ବୁଡି ଯାଉଥିବା ବେଳେ ଜଣେ ଯୁବକକୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛନ୍ତି ସେଠାରେ ଡ୍ୟୁଟି କରୁଥିବା ଜଣେ ହୋମଗାର୍ଡ ।
ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।
୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରୁ ଦିନ ୧୦ଟା ୩୦, ପୁଣି ୧୧ଟାରୁ ୨ଟା ୩୦ ଏବଂ ଶେଷରେ ଅପରାହ୍ଣ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।
ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଆଜକୁ ୧୦ ଦିନ ତଳେ ଖଳିବାହାଳ ଗାଁର ସୁକାନ୍ତ କୁମାର ନାଥଶର୍ମାଙ୍କ ଘରେ ଥିବା ସାରଥୀଙ୍କ ଫଟୋରୁ ବିଭୂତି ବାହାରିବା ସହ ଗଙ୍ଗାଜଳର ଏକ ସ୍ରୋତ ବାହାରିଥିଲା ବୋଲି ସୁକାନ୍ତ ନିଜେ ପ୍ରକାଶ କରିଛନ୍ତି।
ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା।
ଦୁଇ ଦୁଇଟି ଜଟିଳ ଅସ୍ତ୍ରୋପଚାର କରି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆକୁ ଅଲଗା କରାଯାଇଥିଲା। ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିବା ପରେ ଉଭୟଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା।
ଅଦମ୍ୟ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ପୋଲିସର ଯବାନଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥାଏ। ଓଡ଼ିଶା ପୋଲିସର ୨ କମାଣ୍ଡୋଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା ପାଇଁ ଚୟନ କରିଥିବାରୁ ପୋଲିସ ଡିଜି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଓଡ଼ିଶାର ୬ ଅଗ୍ନିଶମ କର୍ମଚାରୀଙ୍କୁ ମେଡାଲ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ସାହସିକତା ପାଇଁ ଜୟନ୍ତ ନାୟକ, ଅକ୍ଷୟ ବେହେରା ମେଡାଲ ପାଇବେ। ଶ୍ରୀଚନ୍ଦନ ପରିଡ଼ା ଓ ତପନ ବେହେରା ମଧ୍ୟ ସାହସିକତା ମେଡାଲ ପାଇବେ। ଉଲ୍ଲେଖନୀୟ ସେବା ପାଇଁ ୨ ଅଗ୍ନିଶମ କର୍ମଚାରୀ ମେଡାଲ ପାଇବେ।
କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ।
ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି।
ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଏହି ପାଇଲଟ ପ୍ରୋଜେକ୍ଟ ବାଲେଶ୍ୱରରେ ଆରମ୍ଭ ହୋଇଛି। ତେବେ ପ୍ରକଳ୍ପ ପାଇଁ ଚଳିତବର୍ଷ ପ୍ରାୟ ୨ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ମତ୍ସ୍ୟଜୀବୀମାନେ ବେଶ ଲାଭବାନ ହୋଇପାରିବେ। ଆଗ୍ରାହୀ ଚାଷୀଙ୍କୁ ତାଲିମ ସହ ୬୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମଧ୍ୟ ସରକାର ଯୋଗାଇବେ।