କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।
ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।
ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।
କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍ରେ ବଢ଼ାଉଛନ୍ତି କଦମ।
୧୩ଟି ପ୍ରାକୃତିକ ନାଳର ଯେଉଁ ବ୍ୟବସ୍ଥା ହେବା କଥା, ତାହା କାହିଁକି ହୋଇନାହିଁ ? ୨୦୧୯ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା ପାଇଁ ଘୋଷଣା କରିଥିବା ହଜାରେ କୋଟି ଟଙ୍କା କୁଆଡ଼େ ଗଲା ? ଆଗାମୀ ଦିନରେ ଡ୍ରେନେଜ ବ୍ୟବସ୍ଥାରେ ପୂର୍ଣ୍ଣାଙ୍ଗ ଯୋଜନା ଦରକାର ।
ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି ।
ଗାଁ ଦାଣ୍ଡରେ ପାଣି । ଘର ଭିତରେ ପାଣି । ରାସ୍ତା ଉପରେ ବି ପାଣି । ଜଳକାରେ ହଠାତ୍ ପାଣି ମାଡ଼ି ଆସିବା ଫଳରେ ଆଜି ଏମିତି କଲବଲ ବସ୍ତା ବ୍ଲକ୍ର ୧୨ରୁ ଅଧିକ ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ।
ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି।
ବିଦେଶରୁ ଆସୁଛି ଓଡ଼ିଆ ଶ୍ରମିକଙ୍କ ମର ଶରୀର। ଓମାନରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକ ପ୍ରଦୀପ ପାହାନଙ୍କ ମର ଶରୀରକୁ ଏୟାର ଇଣ୍ଡିଆ ବିମାନରେ ଅଣାଯାଉଛି। ବାହାରିନ୍ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସରେ ତାଙ୍କର ମର ଶରୀରକୁ ଓଡ଼ିଶା ଅଣାଯାଉଛି
ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ଭୋଜି ଭାତର ଆସର । ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ଗୋଟିଏ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ମଣିଷ ଭଳି କ୍ରିୟା କର୍ମ ବି ହୋଇଛି ।
ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି।
ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି ।
ଚମ୍ପୁଆ ବିଧାୟିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ବିଧାୟିକା ମିନାକ୍ଷୀ ମହାନ୍ତ ଲୋକ ଲଗାଇ ମାଡ଼ ମାରିବା ଭଳି ଅଭିଯୋଗ ଆଣିଛି ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘ । ଏନେଇ ବମେବାରୀ ଥାନାରେ ପୃଥକ ଭାବେ ୪ଟି ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଗୋଟିଏ ଏତଲା ଗ୍ରହଣ କରିଥିବା ଅଭିଯୋଗ ହୋଇଛି
ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ ଲକ୍ଷାଧିକ ଟଙ୍କା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି ।
ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି।
ରାୟଗଡା ସହର ଆମ୍ବାଗୁଡା ଅଞ୍ଚଳର ଯୁବକ ଆପୁଲୁସ୍ୱାମୀ କାଡ୍ରାକା । ଜଣେ ପରୋପକାରୀ ମଣିଷ ହିସାବରେ ସାରା ରାୟଗଡା ସହରରେ ସୁପରିଚିତ । ଲୋକଙ୍କ ବିପଦ ଆପଦ ସମୟରେ ସବୁବେଳେ ସହାୟତାର ହାତ ବଢାଇଥାନ୍ତି ଆପାଲୁସ୍ୱାମୀ । ଗତ ଦୁଇ ବର୍ଷ ହେଲାଣି ସେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ ।
କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି ।
ଦୁନିଆରେ ପ୍ରତିଭାବାନ ଓ ପରିଶ୍ରମୀ ଲୋକମାନଙ୍କର କୌଣସି ଅଭାବ ନାହିଁ। କିଛି ଲୋକ ଏପରି କିଛି କରି ଦେଖାନ୍ତି ଯାହା ଜାଣିବା ପରେ କି ଦେଖିବା ପରେ ସମସ୍ତେ ଚିନ୍ତାରେ ପଡିଯାଆନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଅନେକ ଉତ୍ସାହୀ ଲୋକଙ୍କ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ବର୍ତ୍ତମାନ ଏହିପରି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରୀ ବାଇକକୁ ତାଙ୍କ ମୁଣ୍ଡରେ ଉଠାଇ ବସ୍ରେ ରଖୁଥିବା ଦେଖିବାକୁ ମିଳୁଛି।
ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ ।
ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ।
ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।
ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଓଡ଼ିଶା ସୀମାରେ ଆବାଧ ପ୍ରବେଶ କରିବାକୁ ଅହରହ ଚେଷ୍ଟା ଚଳାଇଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମଧ୍ୟ ଆରମ୍ଭ କଲାଣି ଉତ୍ପାତ୍ ।
ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା।