Advertisment

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ, ଷ୍ଟେଜ୍‌ ଭଙ୍ଗାରୁଜା ସହ ଟେଣ୍ଟ ଓପାଡ଼ିଲେ

ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Locals Stop Jana Sunani

Locals Stop Jana Sunani

କୋରାପୁଟ: ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି। ସଭାପାଇଁ ପ୍ରସ୍ତୁତ ଷ୍ଟେଜକୁ ଭଙ୍ଗାରୁଜା କରିବା ସହ ଟେଣ୍ଟକୁ ଓପାଡି ପକାଇଥିଲେ ଖଣି ଖନନ ବିରୋଧୀ।

Advertisment

ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡକୁ ମାଳି ପର୍ବତରୁ ଖଣି ଖନନ ପାଇଁ ଲିଜ୍ ଅନୁମତି ମିଳିଛି। ଏନେଇ ଆଜି ପ୍ରଦୂଷଣ ବିଭାଗର ପକ୍ଷରୁ ଜନଶୁଣାଣି ଥିଲା। ଜନ ଶୁଣାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କିନ୍ତୁ ମାଳି ପର୍ବତ ସୁରକ୍ଷା ସମିତି ପକ୍ଷରୁ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା।  ତେଣୁ ଜନଶୁଣାଣି ନକରି ପ୍ରଶାସନ ଓ ଖଣି ଲିଜ୍‌ଧାରୀମାନେ ଫେରି ଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।  

Advertisment

କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ପଟାଙ୍ଗି ତହସିଲର ଆଲିଗାଁ,ସୋରିଷ ପଦର,କଙ୍କଡା ଆମ୍ବ ଗାଁର ୨୬୮.୧୧ ହେକ୍ଟର ପରିମିତ ଅଞ୍ଚଳରେ ଥିବା ମାଳି ପର୍ବତରୁ ବାର୍ଷିକ ୦.୬  ନିୟୁତ ଟନ ବକ୍ସାଇଟ ଉତ୍ତୋଳନ କରିବାକୁ ଜନ ଶୁଣାଣି ଆୟୋଜିତ ହୋଇଥିଲା। ତେବେ ଖଣି ଖନନ ବିରୋଧୀ ଗୋଷ୍ଠୀ ଜନ ଶୁଣାଣିକୁ ବିରୋଧ କରିଥିଲେ। ଫଳରେ ଶୁଣାଣି ବନ୍ଦ ହୋଇଥିଲା। କୌଣସି ପରିସ୍ଥିତି ଖଣି ଖନନ କରିବାକୁ ଦିଆଯିବନାହିଁ ବୋଲି ମାଳି ପର୍ବତ ସୁରକ୍ଷା ସମିତି କହିଛି।

Jana Sunani Mali Hills Project
Advertisment
Advertisment