• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଫେଲ୍ ମାରିଲାଣି ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ ଯୋଜନା

  • ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ପହଞ୍ଚିପାରୁନି

  • ବାସୁଦେବପୁର ଓ ଉଦଳାରେ ବଣ୍ଟା ନହୋଇ ପଡ଼ିରହିଛି ନାପକିନ୍

ବାସୁଦେବପୁର,ଉଦଳା(କିରୀଟି ଦାସ ଓ ମାନସ ପାଣି) : ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

ବାସୁଦେବପୁରର ନୋଡାଲ ସେଣ୍ଟରରେ ଗଦା ହୋଇ ରହିଛି ସାନିଟାରୀ ନାପକିନ୍ । ଶହେ କି ହଜାର ନୁହେଁ, ଲକ୍ଷାଧିକ, ମାସ କି ଦୁଇ ମାସ ନୁହେଁ, ବର୍ଷେ ହେଲାନି, ଏମିତି ପଡି ରହିଛି । ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ବାକୁ ଯୋଜନା ଥିଲା ହେଲେ ବର୍ଷେ ହେଲା ବନ୍ଦ ଘରେ ସେମିତି ପଡି ରହିଛି ।

ନୋଡାଲ ସେଂଟରରୁ ଶେଷଥର ପାଇଁ ଜୁଲାଇ ୨୦୨୦ରେ ସ୍କୁଲ ଗୁଡିକୁ ନାପକିନ୍ ବଂଟା ଯାଇଥିଲା । ଆଉ ଲକ୍ଷେ ୪୦ ଖଣ୍ଡ ବଂଟା ହୋଇନପାରି ରହି ଯାଇଥିଲା । ଏବର୍ଷ ଜାନୁଆରୀ ଓ ଫେବୃୟାରୀରେ ଦୁଇଟି ପର୍ଯ୍ୟାୟରେ ପୁଣି ଆସିଥିଲା ୭ଲକ୍ଷ ୮୧ହଜାର ନାପକିନ୍ । ଏବେ ବାଳିକା ଉଚ୍ଚ ବିଦ୍ୟାଳୟର ଏହି ନୋଡାଲ ସେଂଟରରେ ବଂଟା ନହୋଇ ଗଦା ହୋଇ ରହିଛି ୯ଲକ୍ଷରୁ ଅଧିକ ନାପକିନ୍ । ବଡ କଥା ହେଉଛି, ଏସବୁକୁ ବାଂଟିବା ପାଇଁ କାହାରି ତପତ୍ରତା ଦେଖା ଯାଉନାହିଁ ବରଂ ପରସ୍ପରକୁ ଦୋଷ ଠେଲାଠେଲି ହେଉଛନ୍ତି, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ।

ସେହିପରି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ଉଦଳାରେ । ଜୁଆଲିଆ ପ୍ରାଥମିକ ବିଦ୍ୟାଳୟରେ ପଡି ରହିଛି ଶହ ଶହ ନାପକିନ୍ । ଦୀର୍ଘଦିନ ହେବ ଏହା ବଂଟା ନହୋଇ ପକାଇ ରଖାଯାଇଥିବାରୁ ଛାତ୍ରୀ ମାନେ ଆଉ ଏହାକୁ ନେଉନାହାଁନ୍ତି । ଏପରିକି ସରକାରଙ୍କ ଏହି ମାଗଣା ନାପକିନ୍ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହୋଇଛି ।