Advertisment

ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ

ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Demolished Wall Under Construction

Demolished Wall Under Construction

ଜଳେଶ୍ୱର: ବାଲେଶ୍ୱରର ବିବାଦୀୟ ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଏହି ବିବାଦୀୟ ସ୍ଥାନରେ ପାଚେରି କାର୍ଯ୍ୟ ବନ୍ଦ କରିବା ସହ ଆଲୋଚନା ପାଇଁ ରାମନଗର ବ୍ଲକ ପ୍ରଶାସନକୁ ଖବର ଦେଇଥିଲେ। କିନ୍ତୁ ପଶ୍ଚିମବଙ୍ଗ ପ୍ରଶାସନ ଏହାକୁ ଅବମାନନା କରିଥିଲା। ଫଳରେ ଉଦୟପୁର ସୀମାନ୍ତରେ ୧୪୪ ଧାରା ଜାରି କରିବା ସହ ନାଲି ପତାକା ମାରିଥିଲା ଭୋଗରାଇ ପ୍ରଶାସନ।

Advertisment

ଗତ ୭ ତାରିଖ ଦିନ ମଧ୍ୟ ଉଦୟପୁରରେ ପାଚେରି ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ‘ୟସ୍‌’ ପ୍ରଭାବରେ ଓଡିଶାର ଉଦୟ ପୁର ସୀମାନ୍ତରେ ଥିବା ପଶ୍ଚିମବଙ୍ଗ ଟାୱାର ଏବଂ ପାଚେରି ଭାଙ୍ଗି ଯାଇଥିଲା। ଫଳରେ ଏହାର ମରାମତି କାର୍ଯ୍ୟ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା। ଗତ ୭ ତାରିଖ ଦିନ ସ୍ଥାନୀୟ ଲୋକେ ଏସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ। ।

ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ କଖଡ଼ା ରାଜସ୍ୱ ନିରୀକ୍ଷକ ନିଶିକାନ୍ତ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ବେଆଇନ ନିର୍ମାଣକୁ ଅନୁଧ୍ୟାନ କରିବା ସହ ବଙ୍ଗ ପ୍ରଶାସନକୁ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଉଭୟ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥାୟୀ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ମାତ୍ର ଗତକାଲି ପୁଣି ପଶ୍ଚିମବଙ୍ଗ ସରକାରର ଜଳସମ୍ପଦ ବିଭାଗ ପାଚେରି ନିର୍ମାଣ ପାଇଁ ଆସିଥିଲେ। ଏହାକୁ ପୋଲିସ ଓ ସ୍ଥାନୀୟ ଲୋକ ବିରୋଧ କରି ଭୋଗରାଇ ତହସିଲଦାରଙ୍କୁ ଖବର ଦେଇଥିଲେ।

Advertisment
West Bengal Government
Advertisment
Advertisment