ରାସ୍ତାକଡରେ ଛୋଟିଆ ଫାଷ୍ଟଫୁଡ୍ ଦୋକାନ ଅନେକଙ୍କ ପାଇଁ କିଛି ନୂଆ କଥା ନୁହେଁ, ହେଲେ ଏହି ଛତା ତଳେ ରହିଛି ଗୋଟିଏ ପ୍ରେରଣାଦାୟୀ କାହାଣୀ। ତିନି ଝିଅଙ୍କ ସ୍ୱାଭିମାନ ଓ ସଫଳତାର କାହାଣୀ।
ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।