• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ନବୀନଙ୍କ ଦଳରେ ବିସ୍ଫୋରଣ । ମୁହଁ ଖୋଲିଲେଣି ପୁରୁଖା ନେତା । ମହେଶ ମାରିଥିଲେ ଦିଆସିଲି । ଏବେ ପୂରା ଜାଳିଦେଲେ ଭୂପିନ୍ଦର । ବିଜେଡି ସଂଗଠନ ସମ୍ପାଦକ ଦାୟିତ୍ୱ ସମ୍ଭାଳୁଥିଲେ ପ୍ରଣବ ପ୍ରକାଶ ଦାସ । ଟିକେଟ୍‌ ବଣ୍ଟନରେ ନବୀନ ଓ ପ୍ରଣବଙ୍କ ଭୂମିକା ଥିବା ପ୍ରାୟ ସମସ୍ତେ ଜାଣୁଥିଲେ । ହେଲେ ଏବେ ଖୋଦ୍‌ ବବିଙ୍କ ସମ୍ବଲପୁରର ଟିକେଟ୍‌କୁ ନେଇ ବଡ଼ ପ୍ରଶ୍ନ ଛିଡ଼ା କଲେଣି ଦଳୀୟ ନେତା । ନିର୍ବାଚନରେ ଟିକେଟ୍‌ ବଣ୍ଟନକୁ ନେଇ ଭୁଲ୍‌ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି, ବରିଷ୍ଠ ବିଜେଡି ନେତା ମହେଶ ସାହୁ, ଆଉ ତାଙ୍କ ଏହି କଥାକୁ ଭୂପିନ୍ଦର ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି । 

ମହେଶ ଓ ଭୂପିନ୍ଦରଙ୍କ ଏହି ପ୍ରତିକ୍ରିୟା ପରେ ବିଜେଡି ଶିବିର ଏବେ ବେଶ୍‌ ଆକ୍ଟିଭ୍‌ । ଘଟଣାକୁ ନେଇ ଏବେ ଜଣକ ପରେ ଜଣେ ନେତା ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ଆଉ ଏଠି ପ୍ରଶ୍ନ ଉଠୁଛି, ବିଜେଡିରେ ଟିକେଟ ବାଣ୍ଟୁଥିଲା କିଏ ? ଏଥି ପାଇଁ କାହାକୁ ନିଶାନା କରୁଛନ୍ତି ନେତା ? କିଏ ନେଲା ଏମିତି ଭୁଲ ନିଷ୍ପତ୍ତି ? ସୁପ୍ରିମୋ ନବୀନ ନା ଆଉ କିଏ ? କୁହାଯାଏ ୨୪ ନିର୍ବାଚନରେ ନବୀନଙ୍କୁ ଆଢୁଆଳରେ ସବୁ ନିଷ୍ପତ୍ତି ନେଉଥିଲେ ପାଣ୍ଡିଆନ । ତେଣୁ ଭୁଲ ଟିକେଟ ବଣ୍ଟନ ପଛରେ ପାଣ୍ଡିଆନଙ୍କୁ ନେତାଙ୍କ ଏହି ନିଶାନା କି ? ଯଦି ପାଣ୍ଡିଆନ୍‌ ଏପରି କରିଥା’ନ୍ତି ତେବେ ଏହା ପଛର ଉଦ୍ଦେଶ୍ୟ କ’ଣ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି । 

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଦିଲ୍ଲୀ,ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି

ଏନେଇ ରାଜନୀତି ସମୀକ୍ଷକଙ୍କ ମତ ହେଲା ଟିକେଟ ବଣ୍ଟନର ଓଭର କନ୍‌ଫିଡେଣ୍ଟ ହେଉଛି ବିଜେଡି ପରାଜୟର ଏକ ବଡ କାରଣ । ଯଦି ଟିକେଟ୍‌ ବଣ୍ଟନ ସମୟରେ ବିଜେଡି ଠିକ୍‌ ନିଷ୍ପତ୍ତି ନେଇଥା’ନ୍ତା ତେବେ ହୁଏତ ବିଜେଡିର ନେତାମାନେ ଏବେ ପରାଜୟର ସମୀକ୍ଷା କରିନଥା’ନ୍ତେ । 

କୁହାଯାଉଛି ବିଜେଡି ପରାଜୟର କାରଣ କୁହାଯାଉଥିବା ଗ୍ରୁପ ଏବେ ବି ଦଳକୁ କବଜାରେ ରଖୁଛନ୍ତି । ତେଣୁ ଦଳ ଏବେ ଭାଗ ଭାଗ ହୋଇ ବିଭିନ୍ନ ଗୋଷ୍ଠୀରେ ପରିଣରତ ହେଲାଣି । ଆଉ ସେଇଥିପାଇଁ ନିତି ବଢ଼ିଛି କନ୍ଦଳ ଆଉ ବାରମ୍ବାର ବସୁଛି ମେଳି ।

ଅଧିକ ପଢ଼ନ୍ତୁ: ଗ୍ରାଉଣ୍ଡରେ କେତେ ପହଞ୍ଚୁଛି ସରକାରଙ୍କ ଯୋଜନା? ସ୍ଥିତି ପରଖିବାକୁ ଗାଁକୁ ଯିବେ ବାବୁ

OTV is now on Whatsapp

Join and get latest news update delivered to you via whatsapp

Join Now