Advertisment

ମହିଳା କ୍ୟାଡେଟ୍‌ ନେଉଛନ୍ତି ତାଲିମ୍‌: କେତେବେଳେ ସଲାମୀ ଶସ୍ତ୍ର ତ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ

କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ।

author-image
Minati Mishra
ଅଦ୍ୟତନ ହୋଇଛି
NCC Cadet training

NCC Cadet training

 ଭୁବନେଶ୍ୱର: କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍‌ରେ ବଢ଼ାଉଛନ୍ତି କଦମ। ଟାର୍ଗେଟ୍‌କୁ ଲକ୍ଷ୍ୟ କରି ବନ୍ଧୁକ ଚାଳନାର ପ୍ରଶିକ୍ଷଣ ନେଉଛନ୍ତି କଲେଜ୍ ପଢୁଆ ମହିଳା କ୍ୟାଡେଟ୍। ଲକ୍ଷ୍ୟ ଯେଭଳି ଫେଲ୍ ନ ହୁଏ ଏବଂ ଟାର୍ଗେଟ୍ ଯେଭଳି ଲକ୍ଷ୍ୟ ସ୍ଥଳରେ ହିଟ୍ କରିବ, ସେଥିପାଇଁ ଭାରତୀୟ ସେନା ଯବାନ ଶିଖାଉଛନ୍ତି ଟ୍ରିକ୍।

Advertisment

କ୍ୟାଡେଟମାନେ ବେଶ ଉତ୍ସାହର ସହ ଆଗକୁ ମାଡ଼ି ଚାଲିଛନ୍ତି। ଅନେକ କିଛି ଶିକ୍ଷବାର ଆଶାକୁ ଯେମିତି ସଫଳ କରିବେ ସେ ନିଷ୍ଠା ଏବଂ ଚେଷ୍ଟା ସେମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।ସେପଟେ ମ୍ୟାପ୍ ରିଡିଂ ଠାରୁ ସାନିଟାଇଜେସନ୍ ଉପରେ ମଧ୍ୟ କ୍ୟାଡେଟ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଓଡ଼ିଶାର କଳା ସଂସ୍କୃତିକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବାକୁ କୋରିଓଗ୍ରାଫର ଶାଶ୍ୱତ ଯୋଶୀ କ୍ୟାଡେଟମାନଙ୍କୁ ଅଭ୍ୟାସ କରାଉଛନ୍ତି।  ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ରୀତି ନୀତି ସମ୍ପର୍କରେ ଏଥର ନୂଆଦିଲ୍ଲୀରେ ପ୍ରଦର୍ଶିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। କୋଭିଡ ପାଇଁ ଦୀର୍ଘଦିନ ଧରି ଏକାଠି ହୋଇ ପାରିନଥିବା କ୍ୟାଡେଟ୍ ଏହି ଟ୍ରେନିଂ କ୍ୟାମ୍ପର ଭରପୁର ଫାଇଦା ଉଠାଉଛନ୍ତି।

Advertisment

କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯେମିତି ଲିଖନ, ସୋଲୋଡ୍ୟାନ୍ସ, ସୋଲୋ ସଙ୍ଗ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବେଷ୍ଟ ପିଲାଙ୍କୁ ଚୟନ କରି ନିଅଯାଇଛି। 

କେଭିଡ କଟକଣା ଯୋଗୁ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରତିଯୋଗୀଙ୍କ ସଂଖ୍ୟା କମାଯାଇଛି । ବର୍ତ୍ତମାନ ଗ୍ରୁପ୍ ସ୍ତରରେ ସିଲେକ୍ସନ୍ ଓ ଟ୍ରେନିଂ ଚାଲିଛି। ଆଗାମୀ ଦିନରେ ରାଜ୍ୟସ୍ତରୀୟ କ୍ୟାମ୍ପ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ କ୍ୟାଡେଟମାନଙ୍କ ମନୋବଳ ବଢ଼ାଇବା ପାଇଁ ଭରପୁର ଉଦ୍ୟମ କରୁଛନ୍ତି କମାଣ୍ଡିଂ ଅଫିସର ବିକାଶ ମଣ୍ଡଳ।

ବିକାଶ ମଣ୍ଡଳଙ୍କ କହିବା ଅନୁଯାୟୀ, ପିଲାମାନେ ଏହି ଟ୍ରେନିଂରୁ ବହୁତ ଫାଇଦା ପାଇବେ। ଟ୍ରେନିଂର ପ୍ରଥମ ଏବଂ ଶେଷ ଦିନ ମଧ୍ୟରେ ବହୁତ ତଫାତ ଦେଖିବାକୁ ମିଳିବ। ଏଠାରୁ ଟ୍ରେନିଂ ପାଇବା ପରେ କ୍ୟାଡେଟମାନେ ଇଣ୍ଟର ଗ୍ରୁପ କମ୍ପିଟେଶନରେ ଜିତିପାରି଼ବାର କ୍ଷମତା ହାସଲ କରିପାରିବେ। 

କୋଭିଡ୍ କଟକଣାରେ ମୁହଁରେ ମାସ୍କ ପିନ୍ଧି ଏନ୍‌ସିସି କ୍ୟାଡେଟମାନଙ୍କ ପ୍ରଶିକ୍ଷଣ କେତେ ଫଳପ୍ରଦ ହେଉଛି, ତାହା ସାଧାରଣତନ୍ତ୍ର ଦିବସ ପରେଡରେ ସାରା ଦେଶ ଦେଖିବ। 

Advertisment
Advertisment