Drowning Death
କଳାହାଣ୍ଡି(ରାଜକୁମାର ସିଂଦେଓ) : କଳାହାଣ୍ଡି ବିଶ୍ୱନାଥପୁର ଥାନା କୁଟୁରୁଗୁଡ଼ା ଗାଁରେ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । କୁଟ୍ରୁଗୁଡା ଗାଁର ସୁଶାନ୍ତ ଏବଂ କୁସ୍ମିତା ନାମକ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି ।
Advertisment
ସୂଚନା ଅନୁଯାୟୀ କୁଟ୍ରୁଗୁଡା ଗାଁର ଗୌରଙ୍କ ଝିଅ କୁସ୍ମିତା(୮) ଓ ଗଦନଙ୍କ ପୁଅ ସୁଶାନ୍ତ(୪)ଙ୍କ ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ତେବେ ପୋଖରୀରେ ଖେଳୁଖେଳୁ ସେମାନେ ପୋଖରୀରେ ବୁଡି ଯାଇଥିଲେ । କିଛି ସମୟ ପରେ ଶିଶୁ ମାନଙ୍କୁ ପାଖରେ ନପାଇ ବାପା ମା ବହୁତ ଖୋଜାଖୋଜି କରିଥିଲେ । ଦୁହିଁଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।
ଉଭୟଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)