ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ।
ପୁରୀ ବଗଲା ଧର୍ମଶାଳାକୁ ବିକ୍ରି କରିପାରିବେନି ସରକାର। ଜମିର ମାଲିକାନା ଓ କିସମ ପରିବର୍ତ୍ତନ ଏବଂ ଯେ କୌଣସି ନିର୍ମାଣର ବୈଧତା ହାଇକୋର୍ଟଙ୍କ ଚୁଡାନ୍ତ ରାୟ ଉପରେ ନିର୍ଭର କରିବ ।
ପୁଣି କୋଟିଆରେ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ । ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଛନ୍ତି ।
ମୁଣ୍ଡଳିରେ ପାଣିର ସ୍ରୋତ ଅଧିକ ଥିବାରୁ ପାଣି ମଝିରେ ଫସି ରହିଛି ଦନ୍ତାହାତୀ। ଫସିଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର ପାଇଁ ବିଶେଷଜ୍ଞ ଟିମ୍ ଓ ଅତ୍ୟାଧୁନିକ ସାମଗ୍ରୀ ମଗା ଯାଇଥିବା ଜଣାପଡ଼ିଛି।
ଥମିବାର ନାଁ ନେଉନି ଦାଦନ ମୃତ୍ୟୁ। ମାସକ ମଧ୍ୟରେ ବିଦେଶରେ ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଓମାନରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କମଳାପଦର ଗାଁର ପ୍ରଦୀପ ପାହାନଙ୍କ ମୃତଦେହ ଗାଁରେ ପହଞ୍ଚିଛି।
ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।
ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ ।
ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି।
ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ ।
ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ ।
ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା ।
ଡାଳ ଗୋଟିଏ, ଫଳିଛି ୮୩୯ ଟମାଟୋ। ଏଥି ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ଚାଷୀ। ନିକଟରେ ଟମାଟୋ ଚାଷ କରି ଜଣେ ବ୍ୟକ୍ତି ବିଶ୍ବ ରେକର୍ଡ କରିଥିବା ଜଣାପଡ଼ିଛି। ଜଣେ ବ୍ରିଟିଶ ବ୍ୟକ୍ତି ଟମାଟୋ ଗଛର ଗୋଟିଏ ଶାଖାରେ ୮୩୯ଟି ଟମାଟୋ ଫଳାଇ ଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡଗଲାସ ଆଉ ଏକ ରେକର୍ଡ କରିଥିଲେ। ଗତବର୍ଷ ସେ ଦୁନିଆର ସବୁଠାରୁ ବଡ଼ ଟମାଟୋ ଫଳାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।
ଭଦ୍ରକ ଜିଲ୍ଲା ତିହିଡି ସାଲପୁର ଅଞ୍ଚଳର ବିଟେକ ଛାତ୍ର କମଲ କିଶୋର ମାଝି। ସବୁ ବେଳେ ନୂଆ ନୂଆ ଆବିଷ୍କାର କରି ସେ ଚର୍ଚ୍ଚାକୁ ଆସିଥାନ୍ତି। ଏଥର SMALLEST FUNCTIONAL REFRIGERATORଟିଏ ତିଆରି କରି ଚର୍ଚ୍ଚାରେ ରହିବା ସହ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହାକୁ ତିଆରି କରିବା ପାଇଁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ଏକ ହଜାର ଶହେ ୩୫ ଟଙ୍କା।
ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।
ଅଧିକ ଦାମ୍ ହୋଇଥିବାରୁ ଏହାକୁ ବଜାରରେ ଠେଲା ଗାଡ଼ିରେ ବିକ୍ରି କରାଯାଇନଥାଏ। ତେଣୁ ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ।
ବୟସ ମାତ୍ର ଦଶ ବର୍ଷ। ହେଲେ କୌଣସି ବଡ଼ ଚିତ୍ରଶିଳ୍ପୀଙ୍କ ଠାରୁ କମ୍ ନୁହନ୍ତି । ଖେଳକୁଦ କରିବା ବୟସରେ ସେ ନିଜ ତୂଳୀର ଦେଖାଇଛନ୍ତି କରିସ୍ମା।
ଦୁଇ ବନ୍ଧୁ ମିଶି ତିଆରି କରିଛନ୍ତି ଏକ ପାଣିପାଗ ଯନ୍ତ୍ର । ଜଣେ କଂପ୍ୟୁଟର ଛାତ୍ର ଓ ଅନ୍ୟଜଣେ ଉଦ୍ଭିଦ ବିଜ୍ଞାନ ଛାତ୍ର । ଦୁହେଁ ତିଆରି କରିଥିବା ଏହି ଯନ୍ତ୍ର ପାଣିପାଗ ସଂପର୍କରେ ଆଗୁଆ ସୂଚନା ଦେଇପାରୁଛି ।
ଦୁଇ ସାଙ୍ଗ ପିଲାଦିନୁ କବାଡ଼ି ଖେଳୁଥିଲେ। ସେଥିରେ ନାଁ ମଧ୍ୟ କରିଛନ୍ତି। ଏବେ ଜଣେ ଓଡ଼ିଶା କବାଡି ଟିମ୍ ର କୋଚ। ଆଉ ଜଣେ ଭାରତୀୟ ସେନାରେ ଯବାନ୍।
କଟକ ସ୍ଥିତ ବୋଷ ଇଂଜିନିୟରିଂ ସ୍କୁଲରେ ଡିପ୍ଲୋମା ପଢ଼ିବାକୁ ଚାହୁଁଥିବା ଶର୍ମିଷ୍ଠା ମହାପାତ୍ର ପ୍ରବେଶିକା ପରୀକ୍ଷାରେ ଟପ୍ପର ହୋଇଛନ୍ତି।
ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !
କଥାରେ ଅଛି ଦୃଢ ଇଛା ଶକ୍ତି ଥିଲେ ସବୁ କାର୍ଯ୍ୟ କରିବାରେ ସକ୍ଷମ ହୋଇପାରିବେ । ୨ଜଣ ବନ୍ଧୁ ନିଜସ୍ୱ ଉଦ୍ୟମ ବଳରେ ପାଣିପାଗ ସୂଚନା ଯନ୍ତ୍ର ତିଆରି କରିଛନ୍ତି ଯାହାକି ପାଣିପାଗ ପୂର୍ବାନୁମାନର ସୂଚନା ଦେଉଛି । ଏହି ସୂଚନା ପାଇବା ଦ୍ୱାରା ଚାଷୀମାନେ କ୍ଷତିରେ ପଡୁ ନାହାଁନ୍ତି । ଏହି ଯନ୍ତ୍ର ତିଆରି କରି ବିନିକା ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ୨ଜଣ ବନ୍ଧୁ ।
ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।
ଷଷ୍ଠ ଶ୍ରେଣୀରୁ ଛାତ୍ରୀଙ୍କ ପାଇଁ ମାଗଣା ସାନିଟାରୀ ନାପକିନ୍ । ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ଲକ୍ଷ୍ୟ ଥିଲା କିଶୋରୀ ମାନଙ୍କ ମଧ୍ୟରେ ସ୍ୱଚ୍ଛତା ସୃଷ୍ଟି କରିବା, ହେଲେ ଏହି ସାନିଟାରୀ ନାପକିନ୍ ଛାତ୍ରୀଙ୍କ ନିକଟରେ ନପହଞ୍ଚି ବର୍ଷ ବର୍ଷ ଧରି ନୋଡାଲ ସେଂଟରର ଗୋଦାମରେ ପଡ଼ିଛି । ବାସୁଦେବପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ମୟୂରଭଂଜର ଉଦଳାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।
ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।
କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍ରେ ବଢ଼ାଉଛନ୍ତି କଦମ।