ନୂଆଦିଲ୍ଲୀ : ଆଜି ବି ଦୁନିଆରେ ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନେ ସମାଜର ମୁଖ୍ୟଧାରାରୁ ବହୁତ ଦୂରରେ ଅଛନ୍ତି। ଏହି ଜନ ଜାତିର ନିଜର ନିୟମ ଓ ପରମ୍ପରା ରହିଛି। ସେମାଙ୍କ ମଧ୍ୟରେ ଥିବା ଉତ୍ସବ ସାଧାରଣରେ ଆଶ୍ଚର୍ଯ୍ୟ କରିବା ଭଳି। ପଶ୍ଚିମ କେନିୟାରେ ଲୁଓ ନାମକ ଏକ ଜନଜାତି ବାସ କରନ୍ତି। ସେମାନଙ୍କୁ ଜୋନାଗୀ / ଓନଗୀ ମଧ୍ୟ କୁହାଯାଏ। ସେମାନେ ଉତ୍ତରୀ ଯୁଆଡା ଓ ଉତ୍ତରୀ ଜଞ୍ଜାଜିଆ କ୍ଷେତ୍ରରେ ମଧ୍ୟ ଦେଖାଯାଆନ୍ତି। ତେବେ ଏହି ଲୁଓ ବ୍ୟକ୍ତି ସେମାନଙ୍କର ଅଜବ ପରମ୍ପରା ଓ ସାଂସ୍କୃତିକ ପ୍ରଥା ପାଇଁ ବେଶ ଜଣାଶୁଣା।
ବହୁ ପୂର୍ବରୁ ଲୁଓ ଲୋକଙ୍କ ମଧ୍ୟରେ ଏକ ପ୍ରଥା ଥିଲା ଯେଉଁଥିରେ ବିଧବାମାନେ ସେମାନଙ୍କ ସ୍ୱାମୀଙ୍କୁ କବର ଦେବା ପୂର୍ବରୁ ତାଙ୍କ ମୃତ ଶରୀର ସହିତ ଗୋଟିଏ କୋଠରୀରେ ଶୋଉଥିଲେ। ବିଧବା ମହିଳାମାନଙ୍କ ଠାରୁ ଆଶା କରାଯାଉଥିଲା ଯେ ଶୋଇବା ବେଳେ ସେମାନେ ତାଙ୍କ ସ୍ୱାମୀଙ୍କୁ ନେଇ ପ୍ରେମ ସ୍ୱପ୍ନ ଦେଖିବେ। ବିଶ୍ୱାସ ଥିଲା ଯେ ଏମିତି ସ୍ୱପ୍ନ ଦେଖିବା ଦ୍ୱାରା ଜଣେ ବିଧବା ବନ୍ଧନରୁ ମୁକ୍ତ ହୋଇ ପୁନର୍ବାର ବିବାହ କରିବାକୁ ପ୍ରସ୍ତୁତ ହୋଇଯାଏ।
Also Read
ଏହି ଜନଜାତିରେ ଯୌନ ସଂପର୍କକୁ ନେଇ ଏକ ସ୍ୱତନ୍ତ୍ର ପ୍ରଥା ରହିଛି। ଝଗଡା ସମୟରେ ମହିଳାମାନେ ସେମାନଙ୍କ ସ୍ୱମୀଙ୍କୁ ରୋଷେଇ ଛଡିରେ ବାଡେଇ ପାରିବେ ନାହିଁ। ଯଦି ଏମିତି ହୁଏ, ତେବେ ଏହାକୁ ଠିକ୍ କରିବା ପାଇଁ ଘରର ବୟଷ୍କମାନେ ଏକ ସ୍ୱତନ୍ତ୍ର ନୀତି କରନ୍ତି। ଏଥିରେ ଉଭୟଙ୍କୁ 'ମାନାସି' ନାମକ ଏକ ଔଷଧୀୟ ପାନୀୟ ପିଇବାକୁ ଦିଆଯାଏ। ଏହା ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତାକୁ ଦୂରକରିବା ପାଇଁ ଏକ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଏ।
ଏହା ବ୍ୟତୀତ, ଯେତେବେଳେ ଅମଳ ସମୟ ଆସେ, ସେତେବେଳେ ମଧ୍ୟ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଲୁଓ ଜନଜାତିରେ ଏକାଧିକ ବିବାହ କରିବା ପ୍ରଥା ରହିଛି କିନ୍ତୁ ଲୁଓ ପୁରୁଷ ଫସଲ ରୋପଣ ବା ଅମଳ କରିବାର ଗୋଟିଏ ରାତି ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀ ସହିତ ଶୋଇବା ଆବଶ୍ୟକ। ଅନ୍ୟ ଏକ ପ୍ରଥା ଅନୁଯାୟୀ, ପୁଅ ବିବାହ ପରେ ଯେତେବେଳେ ନିଜ ପତ୍ନୀ ସହିତ କୁଟୀରକୁ ଆସେ, ସେ ତାଙ୍କ ପତ୍ନୀଙ୍କ ସହ ସେପର୍ଯ୍ୟନ୍ତ କୌଣସି ସମ୍ପର୍କ ରଖିପାରିବ ନାହିଁ ଯେପର୍ଯ୍ୟନ୍ତ ତାଙ୍କ ପିତାମାତା ସେହି ଶଯ୍ୟାରେ ଏକାଠି ଶୋଇ ନାହାଁନ୍ତି। ଲୁଓ ସଂପ୍ରଦାୟରେ ଏହାକୁ ନବ ବିବାହିତଙ୍କୁ ଆଶୀର୍ବାଦ କରିବାର ଏକ ଉପାୟ ଭାବରେ ବିବେଚନା କରାଯାଏ।
ଲୁଓ ଜନଜାତିର ଅନ୍ୟ ଏକ ପ୍ରଥା ହେଉଛି ଏଠାରେ ଝିଅମାନେ ନିଜ ବଡ଼ ଭଉଣୀର ପୂର୍ବରୁ ବିବାହ କରିପାରିବେ ନାହିଁ। ଯଦି କିଏ ବଡ଼ ଭଉଣୀ ବିବାହ ପୂର୍ବରୁ କାହା ସହିତ ସମ୍ପର୍କ ରଖେ କିମ୍ବା ବିବାହ କରେ ତେବେ ସେମାନଙ୍କୁ ବାଚ୍ଛନ୍ଦ କରିଦିଆଯାଏ। ଯେଉଁ ମହିଳାମାନେ ବର ଖୋଜିବାରେ ଅଧିକ ସମୟ ନିଅନ୍ତି ସେମାନଙ୍କୁ ଜବରଦସ୍ତ ବିବାହ କରିଦିଆଯାଏ। କାରଣ ପରେ ସେମାନଙ୍କୁ ସାନ ଭାଇ ଭଉଣୀମାନେ ବାହା ହେବେ। ପ୍ରଥମେ ବଡ଼ ଭଉଣୀକୁ ବିବାହ କରିବାର କାରଣ ହେଉଛି ଏହା ଦ୍ୱାରା ପରିବାର ଓ ଗାଁରେ ତା’ର ସମ୍ମାନ ରହିବ।
ଲୁଓ ଜନଜାତିରେ ଆତ୍ମହତ୍ୟା ଏକ ଗୁରୁତର ଅପରାଧ ଭାବରେ ବିବେଚନା କରାଯାଏ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯାଏ। ଯଦି କୌଣସି ବ୍ୟକ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ଶରୀରକୁ ତଳକୁ ଆଣିବା ପୂର୍ବରୁ ତାଙ୍କୁ ଚାବୁକରେ ମରାଯାଏ। ଆତ୍ମହତ୍ୟା କରୁଥିବା ଲୋକଙ୍କ ଶବକୁ 'ଗୁଣ୍ଡା' ନାମକ ଏକ ସ୍ଥାନରେ ଘର ବାହାରେ ପୋତି ଦିଆଯାଏ। ସେମାନଙ୍କ ଶବକୁ ସାଧାରଣ ଲୋକଙ୍କଠାରୁ ଦୂରରେ ରଖାଯାଏ। ସେମାନଙ୍କର ଶବକୁ ଏକ ବାକ୍ସରେ ପୋତି ଦିଆଯାଏ ଯାହା ଦ୍ୱାରା ସେମାନଙ୍କର ମନ୍ଦ ଆତ୍ମା ଘରକୁ ଫେରିବାରେ ରୋକାଯାଇପାରିବ।
ଅନ୍ୟ ଏକ ପ୍ରଥା ଅନୁଯାୟୀ, ଲୁଓ ଜନଜାତିରେ ଯେଉଁ ମହିଳାମାନେ ସୁନ୍ନତ(ଯୋନାଗ୍ର ଛେଦନ) ହୋଇନାହାଁନ୍ତି ସେମାନଙ୍କୁ ଅଜବ ମାନିବା ସହିତ ପରିହାସ କରାଯାଏ। ସମସ୍ତ ମହିଳା ଏଠାରେ ସୁନ୍ନତ ହେବା ବାଧ୍ୟତାମୂଳକ। ବିଶ୍ୱାସ କରାଯାଏ ଯେ ଯେଉଁ ମହିଳାମାନେ ସୁନ୍ନତ ହେବାକୁ ମନା କରନ୍ତି ସେମାନେ ଅଭିଶାପିତ ହୁଅନ୍ତି। ପୁରୁଷମାନେ ନିଜକୁ ଏପରି ମହିଳାଙ୍କଠାରୁ ଦୂରରେ ରଖନ୍ତି। ଯଦି ଜଣେ ମହିଳା ସୁନ୍ନତ ନ ହୋଇ ବିବାହ କରନ୍ତି, ତେବେ ତାଙ୍କୁ କ୍ଷେତରୁ ଦୂରରେ ରଖାଯାଏ। ବିଶ୍ୱାସ କରାଯାଏ ଯେ ଯଦି ସେ କ୍ଷେତକୁ ଯାଆନ୍ତି ତେବେ ସମସ୍ତ ଫସଲ ଏବଂ ପନିପରିବା ନଷ୍ଟ ହୋଇଯାଏ।