/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632400201.jpg)
Government Sanitary Napkin
ଭଦ୍ରକ: ଗଦା ହୋଇ ରହିଛି ସାନିଟାରୀ ନାପକିନ୍ । ଶହେ କି ହଜାର ନୁହେଁ, ଲକ୍ଷାଧିକ ନାପକିନ୍ । ମାସ କି ଦୁଇ ମାସ ନୁହେଁ, ବର୍ଷେ ହେଲାଣି ପଡି ରହିଛି ସାନିଟାରୀ ନାପ୍କିନ୍ । ବାସୁଦେବପୁର ନୋଡାଲ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ନୋଡାଲ ସେଣ୍ଟରରୁ ବ୍ଳକର ସବୁ ସ୍କୁଲ ଓ କଲେଜକୁ ନାପକିନ୍ ଯୋଗାଇ ଦେବାକୁ ଯୋଜନା ହୋଇଥିଲା । ହେଲେ ଗତ ବର୍ଷେ ହେବ ନାପ୍କିନ୍ ଏଠାକୁ ଆସିଥିଲେ ମଧ୍ୟ କାହାକୁ ବଣ୍ଟାଯାଇ ନାହିଁ । ସେମିତି ବନ୍ଦ ଘରେ ପଡି ରହିଛି ।
Also Read
ନୋଡାଲ ସେଣ୍ଟରରୁ ଶେଷଥର ପାଇଁ ଜୁଲାଇ ୨୦୨୦ରେ ସ୍କୁଲ ଗୁଡିକୁ ନାପକିନ୍ ବଣ୍ଟା ଯାଇଥିଲା । ଆଉ ଲକ୍ଷେ ୪୦ ଖଣ୍ଡ ବଣ୍ଟା ହୋଇନପାରି ରହି ଯାଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ ଓ ଫେବୃୟାରୀରେ ଦୁଇଟି ପର୍ଯ୍ୟାୟରେ ପୁଣି ଆସିଥିଲା ୭ଲକ୍ଷ ୮୧ହଜାର ନାପ୍କିନ୍ । ଆଉ ଏହି ସବୁ ନାପ୍କିନ୍ ଏବେ ବାଳିକା ଉଚ୍ଚ ବିଦ୍ୟାଳୟ ତଥା ନୋଡାଲ ସେଣ୍ଟରରେ ବଣ୍ଟା ନଯାଇ ଗଦା ହୋଇ ରହିଛି । ପାଖାପାଖି ୯ ଲକ୍ଷରୁ ଅଧିକ ନାପକିନ୍ ଏଠାରେ ଷ୍ଟକ୍ ଥିବା ଜଣାପଡ଼ିଛି । ବଡ କଥା ହେଉଛି, ଏସବୁକୁ ବାଣ୍ଟିବା ପାଇଁ କାହାରି ତତ୍ପରତା ଦେଖା ଯାଉନାହିଁ । ବରଂ ପରସ୍ପରକୁ ଦୋଷ ଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ଚାହୁଛନ୍ତି ।
ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଜୁଆଲିଆ ପ୍ରାଥମିକ ବିଦ୍ୟାଳୟରେ । ଏଠାରେ ମଧ୍ୟ ପଡି ରହିଛି ଶହ ଶହ ସାନିଟାରି ନାପକିନ୍ । ଦୀର୍ଘଦିନ ହେବ ଏହା ବଂଟା ନହୋଇ ପକାଇ ରଖାଯାଇଥିବାରୁ ଛାତ୍ରୀମାନେ ଏବେ ଏହାକୁ ଗ୍ରହଣ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି । ଏପରିକି ସରକାରଙ୍କ ଏହି ମାଗଣା ନାପକିନ୍ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ମଧ୍ୟ ବିଭିନ୍ନ ସ୍ଥାନରୁ ଅଭିଯୋଗ ସାମ୍ନାକୁ ଆସିଛି । ଏହି ନାପ୍କିନ୍ ଅତି ନିମ୍ନମାନର ଏବଂ ବ୍ୟାକ୍ଟେରିଆ ମୁକ୍ତ ନୁହେଁ ବୋଲି ଅନେକ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)