ରାଜ୍ୟର ଷଷ୍ଠ ଓ ତଦୁର୍ଦ୍ଧ୍ୱ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ୍ ଦେବାକୁ ସରକାର ଆରମ୍ଭ କରିଥିଲେ ‘ଖୁସି’ ଯୋଜନା। ହେଲେ ବାଟବଣା ହୋଇ କୁଆଡେ ହଜିଗଲା ‘ଖୁସି’ !
ଭୁବନେଶ୍ୱର : ସ୍କୁଲ୍ ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନାପ୍କିନ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଖୁସି’ରେ ପାତରଅନ୍ତର ଅଭିଯୋଗ। ରାଜ୍ୟର କେବଳ ଅନୁଦାନ ପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ନାପ୍କିନ୍ ଯୋଗାଇ ଦିଆଯିବ ବୋଲି ଆଜି ବିଧାନସଭା ପ୍ରଶ୍ନକାଳରେ କହିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଭୁଜବଳ ମାଝୀ। ରାଜ୍ୟରେ ପ୍ରାୟ ୨ଲକ୍ଷ ୬୭ ହଜାର ୪ଶହ ଛାତ୍ରୀ ଅଣଅନୁଦାନ ପାପ୍ତ ସ୍କୁଲରେ […]