Advertisment

ବଗଲା ଧର୍ମଶାଳା ବିକ୍ରି ମାମଲା; ମାଲିକାନା ଓ କିସମ ପରିବର୍ତ୍ତନରେ ରୋକ ଲଗାଇଲେ ହାଇକୋର୍ଟ

ପୁରୀ ବଗଲା ଧର୍ମଶାଳାକୁ ବିକ୍ରି କରିପାରିବେନି ସରକାର। ଜମିର ମାଲିକାନା ଓ କିସମ ପରିବର୍ତ୍ତନ ଏବଂ ଯେ କୌଣସି ନିର୍ମାଣର ବୈଧତା ହାଇକୋର୍ଟଙ୍କ ଚୁଡାନ୍ତ ରାୟ ଉପରେ ନିର୍ଭର କରିବ ।

author-image
Minati Mishra
ଅଦ୍ୟତନ ହୋଇଛି
undefined

High court of Odisha

ପୁରୀ: ପୁରୀ ବଗଲା ଧର୍ମଶାଳାକୁ ବିକ୍ରି କରିପାରିବେନି ସରକାର। ଜମିର ମାଲିକାନା ଓ କିସମ ପରିବର୍ତ୍ତନ ଏବଂ ଯେ କୌଣସି ନିର୍ମାଣର ବୈଧତା ହାଇକୋର୍ଟଙ୍କ ଚୁଡାନ୍ତ ରାୟ ଉପରେ ନିର୍ଭର କରିବ । ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ଦାୟର ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏମିତି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ବଗଲା ଧର୍ମଶାଳା ଜମିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ବିକ୍ରି କରାଯିବାକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା  । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ଯୋଜନାରେ ବିସ୍ଥାପିତ କିଛି ଲୋକଙ୍କୁ ବଗଲା ଧର୍ମଶାଳା ଜମି ହସ୍ତାନ୍ତର କରାଯାଇଥିଲା। ଜଗନ୍ନାଥଙ୍କ ଏହା ଅମୃତ ମଣୋହି ଜମି ହୋଇଥିବାରୁ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ କିମ୍ବା ବିକ୍ରି କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ସମ୍ବିତ ପାତ୍ର ଏବଂ ସ୍ୱେଛାସେବୀ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ପୃଥକ ମାମଲା ଦାୟର ହୋଇଥଲା  । ସମ୍ପୃକ୍ତ ବିବାଦୀୟ ଜମି ଉପରେ ବେଆଇନ ନିର୍ମାଣ କରାଯାଉଥିବା ଦର୍ଶାଇ ଏହା ଉପରେ ସ୍ଥଗିତାଦେଶ ଦେବାକୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା।  ଆସନ୍ତା ଡ଼ିସେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି  କରାଯିବ। 

Advertisment

ଏଠି କହିରଖିବୁ, ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌହଦି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ କୌଣସି ସ୍ଥାନ ନ ବାଛି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲା ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏ ନେଇ ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ମିସ୍ କେସ୍ କରିଥିଲେ। ସରକାର ଯେଉଁ କବଲା କରିଛନ୍ତି, ତାହାକୁ ବାତିଲ କରିଦିଅନ୍ତୁ। କେନ୍ଦ୍ର ସରକାର ITDC ଟେଣ୍ଡର ଦ୍ୱାରା ପୁଣି କାର୍ଯ୍ୟକ୍ଷମ କରାଯାଉ ବୋଲି କହିଥିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ।

Bagala Dharmasala Puri Bagala Dharmashala
Advertisment
Advertisment