• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Missing Lady Teacher Case
ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି।

Vigilance Raid In MLA Pradeep Panigrahi Hosue
୨୩ ଘଣ୍ଟା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍‌

ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍।

petrol-diesel price
ଯାତ୍ରୀ ଜନତା ଆକ୍ତାମାକ୍ତା; ଲଗାମ ଛଡା ତୈଳ ଦର

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ ।

ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଭୂପେଶ
ଶ୍ରଦ୍ଧାଳୁଙ୍କ ଉପରେ କାର ମାଡ଼ିଯିବା ଘଟଣା: ଓଡ଼ିଶା ସରକାରଙ୍କୁ ଦୋଷ ଦେଲେ ଭୂପେଶ

ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି।

vigillance raid
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ୍ ପରେ ଟାର୍ଗେଟ୍

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ I ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉI ବ୍ରହ୍ମପୁର ଓ ଭୁବନେଶ୍ୱର ସହ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

petrol price
ପାସେଞ୍ଜର ଅଭାବ ସହ ସେଞ୍ଚୁରୀ ପାର ତେଲରେ ଆକ୍ତାମାକ୍ତା ଅଟୋ ଚାଳକ

ଜନତାରୁ ଯାତ୍ରୀ, ସଭିଙ୍କୁ କଲବଲ କରୁଛି ମହଙ୍ଗା ତେଲI ପୁଣି ବସ୍ ଭଡ଼ା ବଢ଼ିବା ପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ I ବସ ମାଲିକ ସଂଘ କହିଲେ ଆମେ ଅସହାୟ । ପ୍ରତିଦିନ ତୈଳ ଦର ବୃଦ୍ଧିରେ ଲଗାମ ଲାଗୁନି । ବେହାଲ ହେଲେଣି ଯାତ୍ରୀ ।

Smuggling Of Ganja
ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇ

ମୁଖ୍ୟମନ୍ତ୍ରୀ ବଘେଲଙ୍କ ସାଂଘାତିକ ଅଭିଯୋଗ I ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇI ପ୍ରୋତ୍ସାହନ ଦେଉଛନ୍ତି ଶାସକ ଦଳ ନେତା ଓ ପ୍ରସାଶନିକ ଅଧିକାରୀ ।

girl teacher missing
ମମିତା ନିଖୋଜ ପଛର କାରଣ ଅନୈତିକ ସଂମ୍ପର୍କ?

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ପଛରେ କିଏ? ସମ୍ପର୍କୀୟ ଭାଇ ଓ ଶିକ୍ଷୟିତ୍ରୀଙ୍କ ଫୋନ୍ କଲରୁ ମିଳିଛି ସାଂଘାତିକ ତଥ୍ୟI ଝିଅଙ୍କ ସହ ଶିକ୍ଷାନୁଷ୍ଠାନ ସଭାପତିଙ୍କର ଥିଲା ଅନୈତିକ ସମ୍ପର୍କ।

fire breaks
ଅଗରବତୀ କାରଖାନାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ପାଉଁଶ

ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Three headed snake is something else
ତିନି ମୁଣ୍ଡିଆ ସାପ ନା ଆଉ କିଛି!

ସୋସିଆଲ ମିଡିଆ ହେଉଛି ଏକ ମହାସାଗର, ଆପଣ ଯେତେ ଗଭୀରକୁ ଯିବେ ସେତେ ଅଧିକ ନୂଆ ନୂଆ ଜିନିଷ ଦେଖିବାକୁ ପାଇବେ। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ଫଟୋରେ ଏକ ତିନି ମୁଣ୍ଡିଆ ସାପ ଦେଖିବାକୁ ମିଳେ। ଏହି ସାପକୁ ଦେଖିବା ପରେ ଲୋକମାନେ ବହୁତ ଡରି ଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଫଟୋକୁ ଭଲଭାବେ ଦେଖିବା ପରେ ଆପଣ ଜାଣିବେ ଯେ ଏହା ସାପ ନୁହେଁ ବରଂ ଅନ୍ୟ କିଛି।

Woman slept near the corpse
ଶବ ଠାରୁ ମାତ୍ର ୩ ଫୁଟ ଦୂରରେ ୨ମାସ ଶୋଇଥିଲେ ମହିଳା

ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।

vigillance raid
ପୁଣି ଛନ୍ଦି ହେଲେଣି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଭୁବନେଶ୍ୱର ବାସଭବନରେ ଚଢ଼ାଉ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ପ୍ରଦୀପଙ୍କୁ ଗତ ବର୍ଷ ଡିସେମ୍ବର ୩ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

doctor protest
୧୪ ବର୍ଷ ହେଲା ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଯାଇଛି

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।

India producing cheapest solar power
ଭାରତରେ ପ୍ରସ୍ତୁତ ହେଉଛି ବିଶ୍ୱର ଶସ୍ତା ସୋଲାର ବିଜୁଳି

ଦେଶରେ କିଛି ଦିନ ହେବ କୋଇଲା ସଂକଟ କାରଣରୁ ସମ୍ଭାବିତ ବିଜୁଳି ସଂକଟ ଦେଖାଦେଇଛି। କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର। ଭାରତରେ ହିଁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଶସ୍ତା ସୋଲାର ବିଜୁଳି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନଜରରେ ରଖି କୋଇଲା ଭଳି ପାରମ୍ପରିକ ଇନ୍ଧନକୁ ହ୍ରାସ କରିବା ନେଇ ଦାବି ହେଉଛି। ଏହି ଅବସରରେ ଦେଶରେ ଅକ୍ଷୟ ଶକ୍ତି କ୍ଷେତ୍ରରେ କାମ ହେଉଛି। ଅକ୍ଷୟ ଶକ୍ତିରେ ପବନ ଓ ସୂର୍ଯ୍ୟାଲୋକ ମୁଖ୍ୟ ଭୂମିକାରେ ରହିଛି।

Pilot Vehicle Of Odisha Minister Turns Turtle, 5 Policemen Injured
ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ି

ଗଜପତିର ଅଡ଼ବା ଥାନା ଉଲିଆପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାI ଓଲଟିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟିଂ ଗାଡ଼ିI ପାଇଲଟିଂ ଗାଡ଼ିର ଡ୍ରାଇଭର ସମେତ ୫ ଆହତ ।

mao products
ମାଲକାନାଗିରିରୁ ମାଓ ବିସ୍ଫୋରକ ଗିରଫ

ମାଲକାନାଗିରି ମାଥ୍ରୀ ଥାନା ଅନ୍ତର୍ଗତ ତୁଳସୀପାହାଡରେ ଚାଲିଥିବା କମ୍ବିଙ୍ଗ ଅପରେସନ୍ ବେଳେ ପୋଲିସ ଚଢାଉ କରି ବିପୁଳ ବୋସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିଛି । ଗତ ୧୫ ତାରିଖରେ ପୋଲିସ ଓ ମାଓ ମୁହାମୁହିଁ ହୋଇଥିଲେ । ବହୁ ସମୟ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।

Why hindus leave Bangladesh
ବାଂଲାଦେଶରେ କାହିଁକି କମୁଛି ହିନ୍ଦୁଙ୍କ ସଂଖ୍ୟା; ୩୦ ବର୍ଷ ପରେ ରହିବେ ନାହିଁ କେହି

ନିକଟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା କାରଣରୁ ଏହାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଏହି ହିଂସାରେ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଘର ଛାଡିବାକୁ ପଡିଛି। ଦୁର୍ଗାପୂଜା ଅବସରରେ ଏହି ହିଂସା ତାଜା ହୋଇଛି। କୁହାଯାଉଛି ଯେ କୋରାନକୁ ଅପମାନ କରିବା ନେଇ ଉତ୍ତେଜନା ଦେଖାଦେଇଛି। ତେବେ ବାଂଲାଦେଶରେ ହିନ୍ଦୁମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖାଯାଏ। ଏଠାରେ ହିନ୍ଦୁମାନଙ୍କ ସଂଖ୍ୟା କ୍ରମଶଃ କମୁଥିବା ଦେଖାଯାଏ। କୁହାଯାଉଛି ଯେ ଆଗାମୀ ତିନି ଦଶକ ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କ କିଛି ଚିହ୍ନବର୍ଣ୍ଣ ରହିବ ନାହିଁ।

bhubaneswar theft
ବାଲକୋନି ପଟେ କବାଟ ତାଡ଼ି ପଶିଥିଲା ଚୋର

ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।

Ayush Doctor
ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ, ଚିକିତ୍ସା ନପାଇ ଫେରୁଛନ୍ତି ରୋଗୀ

କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି ।

Special Story | Divyanga & Mentally Disturbed Persons Deprived Of Govt Help Sans Documents
ଏମାନଙ୍କ ଦୋଷ କଣ? ଘରେ ଚୁଲି ଜଳୁନି କି ଔଷଧ ଖାଇବାକୁ ପଇସା ନାହିଁ

ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ।

Dibyang's grief
ଦିବ୍ୟାଙ୍ଗଙ୍କ ଦୁଃଖ, ପ୍ରମାଣପତ୍ର ପାଇଁ ଘରେ ଚୁଲି ଜଳୁନି!

ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି।

K Narayan Rao
ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ଥମୁନି ବିବାଦ, ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକାକୁ ନେଇ ବିବାଦ ଥମିବାର ନାଁ ଧରୁନି । ଆଜି ପୁଣି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଠାଇଛନ୍ତି ପ୍ରଶ୍ନ ।

Crossing the river for a living
ଜୀବିକା ପାଇଁ ନଦୀ ପାର୍ ,୪୦ ବର୍ଷ ଧରି ପୋଲ ଅପେକ୍ଷାରେ ବିଛିନ୍ନାଞ୍ଚଳବାସୀ

କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ ।

BUS Fare
ବୋଲ ମାନୁନି ପେଟ୍ରୋଲ-ଡିଜେଲ ଦର, ପୁଣି ବଢ଼ିଲା ବସ୍‌ ଭଡ଼ା ! ଜାଣନ୍ତୁ କେଉଁ ବସ୍‌ରେ କେତେ ?

ବସ୍ ଭଡା ବୃଦ୍ଧି ପରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୬ ପଇସା ଲେଖାଏଁ ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି ।

Special Story |Tourism Spot Asura Kumari Waterfall In Nayagarh
ଏଇଠି ରଣାସୁରକୁ କୁମାରୀ ବେଶରେ ବଧ କରିଥିଲେ ମାଆ ଚର୍ଚ୍ଚିକା

ପୌରାଣିକ କାହାଣୀର କଥା କହେ ଏହି ପୀଠ। ଯିଏ ଥରେ ଏଠାକୁ ଆସିଛି, ଏହାର ପ୍ରକୃତି ପ୍ରେମରେ ପଡି ଯିବାକୁ ମନ ବଳାଏ ନାହିଁ। ଆମ ଓଡ଼ିଶାରେ ରହିଛି ଏମିତି ଏକ ପର୍ଯ୍ୟଟନସ୍ଥଳୀ..