bhubaneswar theft
ରାଜଧାନୀରେ ବଡ଼ ଧରଣର ଚୋରି । ଘରେ ପଶି ୨୦ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଛନ୍ତି ଚୋର । ଏଭଳି ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ବୈରାଗୀ ନଗର ଥାନା ଅଞ୍ଚଳରୁ । ସୂଚନା ଅନୁସାରେ ଉକ୍ତ ଘରର ମାଲିକ କିଛି ଦିନ ହେବ ଘରେ ରହୁନଥିଲେ । ଗୁଜରାଟରେ ରହୁଥିବା ତାଙ୍କ ପତ୍ନୀଙ୍କ ପାଖକୁ ସେ ଯାଇଥିଲେ । ତାଙ୍କ ବଡ଼ ଭାଇ ତଳ ମହଲାରେ ରହୁଥିବା ବେଳେ ଉପର ମହଲାରୁ ଚୋରି ହୋଇଥିବା ଜଣାପଡ଼ିଛି । ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘରେ ପଶିଥିବା ସନ୍ଦେହ କରାଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)