ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।
ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଏ କଂଗ୍ରେସିଆ ଷ୍ଟ୍ରାଇକ୍ କରିଥିଲେ, କିନ୍ତୁ ଏ ମାଉସୀ ପାଣି ମାରିଦେଲା ଝାଇଁରେ ଏମିତି ନାଚିଲେ ଯେ ଦେଖିବା ମାତ୍ରେ ଗୋଡ଼ତ ଖାଲି ଉଠିବ ଆଉ ପଡ଼ିବ...ହେଲେ ଏ ମାଉସୀଙ୍କୁ କିଏ ପଠେଇଛି କିରେ ? ଇଲୋ ସିଏ ପା...
କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।
ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ, କେବେ ରେଳପଥରେ ଯୋଡ଼ି ହେବ ପୂର୍ବ-ପଶ୍ଚିମ ଓଡ଼ିଶା ?
ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।
ପୁରୀ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କୁ ବିରୋଧ । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି । 'ଏଠି ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରେଇ ଦେବୁନି' । 'ତମେ ଏଠି ଆଉ କିଛି କରନି। ଏ ସମୁଦ୍ର ବାଲି ଆମ ଜୀବନ। ଏଇଠି ଆମେ ବସିଲେ ଘରେ ଆମ ଚୁଲି ଚଳିବ। ତମ ବ୍ଲ୍ୟୁ ଫ୍ଲାଗ୍ ବିଜ୍ ସିଆଡେ ନିଅ। ଏଠି ଆମ ଦୁଃଖ ଧନ୍ଦାରେ ଆଖି ପକାନି । ଏହିଭଳି ନାରା ଦେଇ ବିରୋଧ କରଛି ସଂଘ ।
ଦୀର୍ଘଦିନ ଧରି ଛତ୍ରପୁରର ଝିଅ ତପସ୍ୱିନୀ ଓରଫ୍ ଡିମ୍ପଲ, ଶାଶୂଘରେ ବୋହୂର ମାନ୍ୟତା ପାଇଁ ଲଢ଼ି ଆସିଥିଲେ। ବ୍ରହ୍ମପୁରରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ। ଟାର୍ଗେଟ୍ କରିଥିଲେ ଶାଶୂ ଶ୍ୱଶୁରଙ୍କୁ। କହିଥିଲେ, ସ୍ୱାମୀ ସୁମିତ୍ ମତେ ବହୁତ ଭଲ ପାଉଛନ୍ତି, ଆମେ ମିଶିକି ରହୁ ବୋଲି ଚାହୁଁଛନ୍ତି, କିନ୍ତୁ ଶାଶୂ ଶ୍ୱଶୁର କରେଇ ଦେଉନାହାଁନ୍ତି। କିନ୍ତୁ ପ୍ରେମକୁ ଅସ୍ତ୍ର କରି ଯୁଦ୍ଧକୁ ଓହ୍ଲେଇଥିବା ତପସ୍ୱିନୀ ହଠାତ୍ ଆକାଶରୁ ପଡ଼ିଗଲେ। ଗତକାଲି, ଯେତେବେଳେ ସ୍ୱାମୀ ଡ ସୁମିତ ପଣ୍ଡାଙ୍କ ଅଡିଓ ବାର୍ତ୍ତା ଭାଇରାଲ୍ ହେଲା।
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।
ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି।
ପାହାଡ, ପର୍ବତ ଓ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେସ୍ ଜଣାଶୁଣା ଇରାନ୍। ଏଠାକାର ଜନସଂଖ୍ୟାର ଏକ ବଡ ଭାଗ ମୈଦାନ ଅଂଚଳରେ ବସବାସ କରନ୍ତି । କିନ୍ତୁ ଏଠାକାର କିଛି ଜନସଂଖ୍ୟା ଗୁମ୍ଫା ଗୁଡିକରେ ମଧ୍ୟ ରୁହନ୍ତି । ସେହିକ୍ରମରେ ଇରାନରେ ରହିଛି ଏକ ନିଆରା ଗାଁ । ଯାହାକୁ କୁହାଯାଏ ‘ଗୁମ୍ଫାର ଗାଁ’ ।
୨୪ ବର୍ଷ ପୂର୍ବେ ନିଖୋଜ ହୋଇ ଯାଇଥିଲେ। ହଠାତ୍ ଘର ଠିକଣାରେ ଏମିତି ଏକ ଚିଠି ଆସିଲା, ତା’ପରେ ସବୁ କିଛି ବଦଳି ଯାଇଥିଲା। ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି ଘର ଠିକଣାରେ ପହଞ୍ଚିଥିଲା।
ବହୁଚର୍ଚ୍ଚିତ ଚିତ୍ତରଂଜନ ପଲେଇ ମୃତ୍ୟୁ ମାମଲା । ଏହି ଘଟଣାରେ ପୁରୀ ଚକ୍ରପଡ଼ାର ଜଣେ ମହିଳାଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ସେପଟେ ଆଜି ଆସିପାରେ ଚିତ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟ । ଯେଉଁଥିରୁ ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ ଜଣାପଡ଼ିବ ।
ଟପ୍ ମାଓନେତା ଦୁବାସି ଶଙ୍କରକୁ ଏନଆଇଏର ଜେରା । ପଚରାଉଚରା ବେଳେ ମିଲିଟାରୀ କମିଶନର ଆକ୍ରମଣ ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିବ କି ଦୁବାସି ?
ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ ।
ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ । କାନ୍ଦି କାନ୍ଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅହୋରାତ୍ର ଧାରଣା ।ନବରଙ୍ଗପୁର ରାଇଘର ବ୍ଲକ୍ ଗୁଛାଗୁଡ଼ା ସ୍କୁଲର ହେଉଛି ଘଟଣା ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ନିର୍ବାଚନ ପ୍ରକ୍ରିୟାକୁ ନେଇ ଏକ ବଡ଼ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିଛି। ପାନ୍-ଆଧାର ଲିଙ୍କ ଭଳି ଏବେ ଭୋଟର କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଯିବା ନେଇ ବିଲ୍ରେ ପ୍ରସ୍ତାବ ରହିଛି। ତେବେ ଏପରି ହେଲେ କଣ ହେବ ଫାଇଦା ଆସନ୍ତୁ ଜାଣିବା।
କନ୍ଧମାଳ ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟି ରେ ଗତକାଲି ରାତିରେ ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ ଦୁର୍ଘଟଣା ହୋଇଥିଲା ! ଆଉ ଦୁର୍ଘଟଣାରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି
ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ।
'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..
ଗତ ୯ ବର୍ଷ ଧରି ପାଳୁଛନ୍ତି କଠୋର ବ୍ରତ। ପୁରାଣର ପର୍ଶୁରାମ ବେଶରେ ଟାଙ୍ଗିଆ ଓ ଧନୁତୀର ଧରି ବୁଲୁଛନ୍ତି ବାହାରେ ବାହାରେ। ଆହୁରି ୫ ବର୍ଷ ଏମିତି ସେ ବାହାରେ ରହିବେ, ଘରକୁ ଯିବେନି।
ବ୍ରହ୍ମପୁରର ବିବାଦୀୟ ଦମ୍ପତି ଡାକ୍ତର ସୁମିତ ସାହୁ-ତପସ୍ୱିନୀଙ୍କ ମାମଲାର ଆଜି ହେବ ଶୁଣାଣି। ଆଜି ବ୍ରହ୍ମପୁର ଏସଡିଜିଏମ୍ କୋର୍ଟରେ ଶୁଣାଣି ହେବ। ଶୁଣାଣି ପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବ ?
ସାର୍, ଆମକୁ ଛାଡ଼ି ଯାଆନ୍ତୁ ନାହିଁ । ଶିକ୍ଷକଙ୍କ ବଦଳି ଆଦେଶ ଶୁଣିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଯିବ ।