/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639758986.jpg)
Tapaswini Dash once again
ବ୍ରହ୍ମପୁର: ତୁଟୁନି ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳି। ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ତପସ୍ୱିନୀ। ଶୀତ କାକରକୁ ଖାତିର ନକରି ବ୍ରହ୍ମାନଗର ସ୍ଥିତ ଶାଶୁଘର ଆଗରେ ଧାରଣା ଦେଇଛନ୍ତି ତପସ୍ୱିନୀ। ସାଙ୍ଗରେ ଅଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ। ତେବେ ଏଥର ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଏକା ଜିଦ୍ ଧରିଛନ୍ତି। ଦିନକ ପରେ ଅର୍ଥାତ୍ ସୋମବାର SDJM କୋର୍ଟରେ ପରବର୍ତ୍ତୀ ଶୁଣାଣି ଅଛି। ମାତ୍ର ସୋମବାର ପର୍ଯ୍ୟନ୍ତ କେଉଁଠି ରହିବି କୋର୍ଟ କହି ନାହାନ୍ତି।
ତେଣୁ ସୋମବାର କୋର୍ଟ ଯାହା ରାୟ ଦେବେ ତାହାକୁ ପାଳନ କରିବି ବୋଲି କହିଛନ୍ତି ତପସ୍ୱିନୀ। ପୂର୍ବରୁ ତପସ୍ୱିନୀ ଦାଶ ଏବଂ ଡାକ୍ତର ସୁମିତ ସାହୁଙ୍କୁ ଏକାଠି ରହିବା ପାଇଁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ୱିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।
ଏପଟେ SDJM କୋର୍ଟରେ ଅନ୍ୟ ଏକ ପିଟିସନ୍ ଦାଖଲ କରିବା ସହ ତପସ୍ୱିନୀ ଦର୍ଶାଇଛନ୍ତି ଯେ, ସେ ଆସିକା ଗେଷ୍ଟହାଉସ ଛାଡ଼ିସାରିଛନ୍ତି। ଏବେ ଗେଷ୍ଟହାଉସ୍କୁ ଛାଡ଼ିଥିବାରୁ ତାଙ୍କୁ ସୁମିତଙ୍କ ଘରେ ରହିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ତପସ୍ୱିନୀ।
ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ, ମୁଁ ସଖି କେନ୍ଦ୍ରକୁ ଯିବିନି। ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’
ତପସ୍ୱିନୀଙ୍କ ଅଭିଯୋଗ, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)