Advertisment

ରକ୍ତମୁଖା କଳିଙ୍ଗା ଘାଟି: ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ବେଳେ ଓଲଟିଲା ଟୁରିଷ୍ଟ୍‌ ବସ୍‌

ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accident

Accident

ବାଲିଗୁଡ଼ା: କାଳ ସାଜିଲା କଳିଙ୍ଗା ଘାଟି। ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ  ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆହତଙ୍କୁ  ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ କନ୍ଧମାଳ ଓ ଗଞ୍ଜା ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଏହି ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଗତକାଲି ଏହି ଯାତ୍ରୀମାନେ ବୁଲାବୁଲି ସାରି ଘରକୁ ଫେରୁଥିଲେ। ହେଲେ କଳିଙ୍ଗା ଘାଟିର ଅନ୍ଧରକୋଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିଲା। ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଜି. ଉପୟଗିରି, ଭଞ୍ଜନଗର ପୋଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇ ଥିଲେ।।ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାପଡ଼ିଛି। 

ସୂଚନା ଅନୁସାରେ, ଗତବର୍ଷ କରୋନା ସମୟରେ ସୁରତରୁ ଶ୍ରମିକଙ୍କୁ ନେଇ ଆସୁଥିବା ‘ଶ୍ରୀ ପଟେଲ’ ନାମକ ଏକ ବସ୍‌ ମଧ୍ୟ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ରାସ୍ତାକୁ ଚଉଡ଼ା କରାଯାଇଥିଲା। ଏସବୁ ସତ୍ତ୍ୱେ ମଧ୍ୟ ଦୁର୍ଘଟଣା କମିବାର ନାଁ ଧରୁନି। ଏହି ଘାଟି ରାସ୍ତା ସମ୍ପର୍କରେ ବାହାର ରାଜ୍ୟ ଡ୍ରାଇଭରଙ୍କର କୌଣସି ଧାରଣା ନ ଥିବାରୁ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛି। ତେଣୁ ବାହାର ରାଜ୍ୟ ଗାଡ଼ିକୁ ଘାଟି ପାର୍‌ କରାଇବା ପାଇଁ ଏଠାରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଦାବି ହୋଇଛି। 

Advertisment
Bus Accident Tourist Bus Accident Tourist Bus Overturns Kalinga Ghati
Advertisment
Advertisment