Advertisment

ପଦାକୁ ଗୋଡ଼ କାଢ଼ିଛି, ମୁଁ ଲଢ଼େଇ କରିବି

ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?

author-image
Chandan Shishu
ଅଦ୍ୟତନ ହୋଇଛି
Tapaswini-Sumit

Tapaswini-Sumit

ଆସିକା: ଦୀର୍ଘଦିନ ଧରି ଛତ୍ରପୁରର ଝିଅ ତପସ୍ୱିନୀ ଓରଫ୍ ଡିମ୍ପଲ, ଶାଶୂଘରେ ବୋହୂର ମାନ୍ୟତା ପାଇଁ ଲଢ଼ି ଆସିଥିଲେ। ବ୍ରହ୍ମପୁରରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ। ଟାର୍ଗେଟ୍ କରିଥିଲେ ଶାଶୂ ଶ୍ୱଶୁରଙ୍କୁ। କହିଥିଲେ, ସ୍ୱାମୀ ସୁମିତ୍ ମତେ ବହୁତ ଭଲ ପାଉଛନ୍ତି, ଆମେ ମିଶିକି ରହୁ ବୋଲି ଚାହୁଁଛନ୍ତି, କିନ୍ତୁ ଶାଶୂ ଶ୍ୱଶୁର କରେଇ ଦେଉନାହାଁନ୍ତି। କିନ୍ତୁ ପ୍ରେମକୁ ଅସ୍ତ୍ର କରି ଯୁଦ୍ଧକୁ ଓହ୍ଲେଇଥିବା ତପସ୍ୱିନୀ ହଠାତ୍ ଆକାଶରୁ ପଡ଼ିଗଲେ। ଗତକାଲି, ଯେତେବେଳେ ସ୍ୱାମୀ ଡ ସୁମିତ ପଣ୍ଡାଙ୍କ ଅଡିଓ ବାର୍ତ୍ତା ଭାଇରାଲ୍ ହେଲା।

Advertisment

ଯେଉଁଥିରେ ସୁମିତ ପ୍ରଥମଥର ପାଇଁ ତପସ୍ୱିନୀଙ୍କ ବିରୋଧରେ ସ୍ୱର ଉଠେଇ କହିଥିଲେ- ତପସ୍ୱିନୀ ଯଦି ମିଡିଆରେ ଏବେ ଡ୍ରାମା କରୁଛନ୍ତି, ମୋ ସହ ରହିବାକୁ କାହିଁକି ଚାହୁଁଛନ୍ତି? ଆମକୁ ଏତେ ବଦନାମ କରିସାରିବା ପରେ ସେ ଆମ ସହ କେମିତି ରହିବେ? ମୁଁ ତପସ୍ୱିନୀଙ୍କ ଦ୍ୱାରା ପରିଚାଳିତ ନୁହେଁ, ମୋର ସ୍ୱାଧୀନତା ଅଛି।  ସେ କହିଛନ୍ତି ତାଙ୍କ ନାଁରେ ଆବ୍‌ସ୍କଣ୍ଡିଂ, କିଡ୍‌ନାପିଂ, ମିସିିଂ, ଯାହାବି ଅଭିଯୋଗ ଆସୁଛି, ସମ୍ପୂର୍ଣ୍ଣ ମିଛ । ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିବାରୁ ଡାକ୍ତରଙ୍କ ପରାମର୍ଶ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ରେଷ୍ଟରେ ଅଛନ୍ତି । ଅସୁସ୍ଥତା ସତ୍ତ୍ୱେ ସାଙ୍ଗ ଓ ସଂପର୍କୀୟଙ୍କୁ କହି ଭଡ଼ା ଘର ଖୋଜା ଚାଲିଛି । କେବଳ ଏତିକି ନୁହେଁ, ଆସିକା ଗେଷ୍ଟହାଉସରେ ସପ୍ତାହକର ରହଣୀ ଭିତରେ ତପସ୍ୱିନୀଙ୍କ ସହ କୌଣସି ସଂପର୍କ ସ୍ଥାପନ ହୋଇନି ବୋଲି କହିଛନ୍ତି ସୁମିତ୍ ।

ସୁମିତଙ୍କର ଏହି ଅଡିଓ ଆସିବା ପରେ ପ୍ରେମ ପାଇଁ ଲଢ଼େଇ ଜାରି ରଖିଥିବା ତପସ୍ୱିନୀ ଭାଙ୍ଗି ଯାଇଥିଲେ। ଦରଦଭରା କଣ୍ଠରେ ନିଜର ପ୍ରତିକ୍ରିୟା ଦେଇଥିଲେ। ତପସ୍ୱିନୀଙ୍କ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହେଉଥିଲା, ଯାହାକୁ ବଳ କରି ସେ ଲଢୁଥିଲେ, ଯେଉଁ ମଣିଷଟିକୁ ସେ ସର୍ବସ୍ୱ ଦେଇ ଦେଇଥିଲେ, ସେ ଆଜି ତାଙ୍କ ପାଖରେ ନାହିଁ ବୋଲି ସ୍ପଷ୍ଟ କରିଦେଲେ। ସ୍ପଷ୍ଟ କରିଦେଲେ, ତପସ୍ୱିନୀଙ୍କୁ ଏବେ ସେ ଆଉ ପ୍ରେମ କରୁନାହାଁନ୍ତି। ବରଂ ତାଙ୍କ ପରିବାରକୁ ବଦନାମ କରିଥିବାରୁ ସେ ତାଙ୍କ ଉପରେ ବିରକ୍ତ। କିନ୍ତୁ ସ୍ୱାମୀ ତାଙ୍କ ହାତ ଛାଡ଼ି ଦେଇଥିବା ଜାଣିଲା ପରେବି ଯୁଦ୍ଧକ୍ଷେତ୍ର ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ତପସ୍ୱିନୀ।

Advertisment

ପ୍ରଥମେ ତପସ୍ପିନୀ-ସୁମିତଙ୍କ ରେଜିଷ୍ଟ୍ରି ମ୍ୟାରେଜ୍, ପରେ ତପସ୍ୱିନୀଙ୍କ ନିର୍ଯାତନା ଅଭିଯୋଗ ଏବଂ ସୁମିତଙ୍କ ଛାଡପତ୍ର ଆବେଦନ। ଏବେ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଡି ବସିଛନ୍ତି ତପସ୍ୱିନୀ। ତେବେ ମାମଲାକୁ ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। 

ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ,  ମୁଁ ସଖି କେନ୍ଦ୍ରକୁ ଯିବିନି।  ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’

ତପସ୍ୱିନୀଙ୍କ ଅଭିଯୋଗ, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।

ତେବେ ସୁମିତଙ୍କ ଅଡିଓ ଆସିବା ପରେ ଏବେ ଅନେକ ପ୍ରଶ୍ନ ଉଠୁଛି, ସେ ଅଡିଓଟି ନିଜ ଇଚ୍ଛାରେ ତିଆରି କରିଛନ୍ତି ନା କାହାର ଚାପରେ ତପସ୍ୱିନୀଙ୍କ ବିରୋଧରେ ଏସବୁ କଥା କହିଛନ୍ତି। ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି? ସୁମିତଙ୍କର କୌଣସି ମନ୍ତ୍ରୀଙ୍କ ସଂପର୍କୀୟାଙ୍କ ସହ ବାହାଘର ହେଉଛି ବୋଲି ତପସ୍ୱିନୀ ଯେଉଁ କଥା ଉଠାଇଛନ୍ତି ତାହା ସତ କି? ଏସବୁ ପ୍ରଶ୍ନର ଉତ୍ତର ସୁମିତ ପୁଣି ଦେବେକି?

Love Marriage Berhampur Marital Discord
Advertisment
Advertisment