Advertisment

ଇଣ୍ଟରନାସନାଲ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଲେ ୭ ବର୍ଷର ବାଳକ

କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
international Record by little Boy

international Record by little Boy

କଟକ: ୭ ବର୍ଷର ବାଳକଙ୍କ ବିଶ୍ୱ ରେକର୍ଡ। ଇଣ୍ଟରନାସନାଲ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଛନ୍ତି କଟକ ନୂଆପାଟଣା ଅଞ୍ଚଳର କୁନି ପୁଅ ଉପ୍ତଲକ୍ଷ୍ୟ ଜେନା। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ଚେସ୍ ଖେଳୁଥିବା ସମୟରେ ମାତ୍ର ୪୬ ସେକେଣ୍ଡରେ ୧୧୮ଟି ରସାୟନିକ ତତ୍ତ୍ୱକୁ ନିର୍ଭୁଲ ଭାବେ ଉଚ୍ଚାରଣ କରି ପାରୁଛନ୍ତି।

Advertisment

ଏହି ବିସ୍ମୟ ବାଳକ ଚେସ୍ ଖେଳୁଥିବା ସମୟରେ ହିଁ ଏହାକୁ ଉଚ୍ଚାରଣ କରି ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଉପ୍ତଲକ୍ଷ୍ୟ। ଏବେ ଡିଏଭି ସ୍କୁଲରେ ପଢୁଥିବା ବେଳେ ତାଙ୍କ ବାପା ବିଦେଶରେ ଏୟାରକ୍ରାପ୍ଟ ଇଂଜିନିୟର ଭାବେ କାମ କରନ୍ତି।

ମାଆ ଏସସିବି ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ। କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।

Advertisment
Cuttack International Book Of Records
Advertisment
Advertisment