• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ଗୁମ୍ଫାର ଗାଁ ମେମନ୍ଦ

ଇରାନ ସବୁବେଳେ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେଶ୍‌ ପ୍ରସିଦ୍ଧ । ପାହାଡ ପର୍ବତ ଘେରା ଏହି ନିଆରା ଦେଶ । ଏଠାରେ କିଛି ଜନସଂଖ୍ୟା ଆଜି ବି ଗୁମ୍ଫା ଗୁଡିକରେ ରୁହନ୍ତି । ସେହିକ୍ରମରେ ଏଠାରେ ରହିଛି ଏକ ନିଆରା ଗାଁ । କୁହାଯାଏ ଏହି ଗାଁଟି ଇରାନର ଏକ ବସ୍ତି ଗାଁ । ଏହି ଗାଁର ନାଁଟି ହେଉଛି ମେମନ୍ଦ । ଏହା ଇରାନର ରାଜଧାନୀ ତେହରାନରୁ ପାଖାପାଖି ୯୦୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାକାର ବାସିନ୍ଦା ପାହାଡର ଗୁମ୍ଫାରେ ରୁହନ୍ତି । ଆଉ ଏହି ଗୁମ୍ଫା ଗୁଡିକୁ ଚିକ୍କଣ ପଥରକୁ କାଟି ନିର୍ମାଣ କରାଯାଇଛି । ଏହି ଗୁମ୍ଫାରେ ଅନେକ କାରୁକାର୍ଯ୍ୟ ମଧ୍ୟ ହୋଇଛି । ସେହି କାରୁକାର୍ଯ୍ୟ ଗୁଡିକୁ ଦେଖିଲେ ଜଣାପଡେ ଯେ, ଏହି ଗୁମ୍ଫା ଗୁଡିକ ୧୦ ହଜାର ବର୍ଷ ପୁରୁଣା ।

ୟୁନିସେ୍କା ଏହି ଅଂଚଳକୁ ବିଶ୍ୱ ଐତିହ୍ୟ ଭାବେ ଘୋଷଣା କରିଛି । ମଧ୍ୟ ଇରାନରେ ଅଧିକାଂଶ ପାହାଡ ଗୁଡିକ ଶୁଖିଲା । ତେଣୁ ଏଠାରେ ଗରମ ଓ ଥଣ୍ଡା ବେଶ୍‌ ଅଧିକ ଅନୁଭୂତ ହୁଏ । କୁହାଯାଏ ଯେ, ପାଖାପାଖି ୨ ହଜାର ବର୍ଷ ହେବ ଏହି ଗୁମ୍ଫା ଗୁଡିକରେ ଲୋକମାନେ ରହିଆସୁଛନ୍ତି । ପାଣିପାଗ ଅନୁଯାୟୀ ଏଠାରେ ଲୋକମାନେ ଗୁମ୍ଫାକୁ ଯାଇ ରହିଥାଆନ୍ତି । ଅତ୍ୟଧିକ ଗରମ ଓ ପତ୍ରଝଡା ଋତୁରେ ଏଠାରେ ଲୋକମାନେ ବିଭିନ୍ନ ଗଛର ପତ୍ରର ଛପର ପକାଇ ପାହାଡ ଉପରେ ରହିଥାଆନ୍ତି । ଏହି ଛପର ଏମାନଙ୍କୁ ଖରା ଦାଉରୁ ରକ୍ଷା କରିଥାଏ । ଆଉ ହାଡଭଙ୍ଗା ଶୀତରେ ଲୋକମାନେ ଏହି ଗୁମ୍ଫାକୁ ଚାଲିଯାଇଥାଆନ୍ତି ।

ବିଶେଷଜ୍ଞଙ୍କ ମତରେ ପାଖାପାଖି ୧୦ ହଜାର ବର୍ଷ ପୂର୍ବର ପାହାଡକୁ କାଟି ୪୦୦ ଗୁମ୍ଫା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ କେବଳ ୯୦ଟି ଗୁମ୍ଫା ହି ରହିଛି । ଗୁମ୍ଫା ଗୁଡିକରେ ପାଖାପାଖି ୭ ବଖରା ରହିଥାଏ । ଏହି ରୁମ୍‌ ଗୁଡିକ ଲମ୍ବ ୨ ମିଟର ଓ ଚଉଡା ୨୦ ବର୍ଗ ମିଟର ହୋଇଥାଏ । କିଛି ରୁମ୍‌ କମ୍‌ ଲମ୍ବା ଓ ଚଉଡାର ମଧ୍ୟ ହୋଇଥାଏ ।

CAVE VILLAGE, IRANCAVE VILLAGE, IRAN

ଗୁମ୍ଫା ଗୁଡିକ ନାଁ ଶୁଣିଲେ ପ୍ରଥମେ ମନରେ ପ୍ରଶ୍ନ ଆସେ ଯେ ଏହି ଘର ଗୁଡିକ ପ୍ରାଚୀନ କାଳର ଘର ଭଳି ହୋଇଥିବ କି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟର ସମସ୍ତ ସୁଖ-ସୁବିଧା ଏଠାରେ ଉପଲବ୍ଧ । ଯାହାର ଯେଭଳି ରହଣିର ଅଭ୍ୟାସ ସେହି ହିସାବରେ ସେମାନେ ଏହି ଘର ଗୁଡିକରେ ରହିଥାଆନ୍ତି । ଏଠାରେ ବିଜୁଳି ସପ୍ଲାଏ ମଧ୍ୟ ବେଶ୍‌ ଭଲ । ଫଳରେ ଏଠାରେ ଟିଭି, ଫ୍ରିଜ୍‌ ଇତ୍ୟାଦି ଗୁଡିକର ବ୍ୟବହାର ବେଶ୍‌ ‌ଆରାମରେ ହୋଇଥାଏ । ପାଣିର ମଧ୍ୟ ଏଠାରେ କୌଣସି ଅସୁବିଧା ପରିଲକ୍ଷିତ ହୁଏ ନାହିଁ । କାରଣ ଏଠାରେ ପ୍ରଚୁର ମାତ୍ରାରେ ପାଣି ମହଜୁଦ ହୋଇ ରହିଥାଏ ।

ମେମନ୍ଦ ଗାଁର ଲୋକମାନେ ପାର୍ସି ଧର୍ମକୁ ମାନିଥା‌ଆନ୍ତି । ଯାହା ଇରାନର ସବୁଠାରୁ ପୁରୁଣା ଧର୍ମ । ଗୋଟେ ସମୟରେ ଏଠାରେ ପାସ ମାନଙ୍କର ସଂଖ୍ୟା ବେଶ୍‌ ଅଧିକ ଥିଲା । ଯାହାର ପ୍ରମାଣ ଆଜି ବି ମିଳିଥାଏ । ବର୍ତ୍ତମାନ ଏଠାରେ କିଛି ଗୁମ୍ଫା ମସଜିଦ୍‌ରେ ପରିବର୍ତ୍ତିତ ହୋଇଯାଇଛି । ଏହି ଗାଁରେ ରହୁଥିବା ଅଧିକ ଲୋକ କୃଷକ କିମ୍ବା ଗାଈ କିମ୍ବା ମେଣ୍ଢା ଚରାଳି । ଲୋକମାନେ ଏହି ପାହାଡରେ ଜଡିବୁଟି ଓ ବନସ୍ପତ୍ତି ମଧ୍ୟ ଏକାଠି କରିଥାଆନ୍ତି । ସେମାନେ ମାନିଥାଆନ୍ତି ଯେ, ଏହି ବନସ୍ପତ୍ତି ସେମାନଙ୍କୁ ସୁସ୍ଥ ରଖିଥାଏ ଓ ସେମାନଙ୍କର ଆୟୁଷ ବଢିଥାଏ ।

CAVE VILLAGE, IRANCAVE VILLAGE, IRAN

ବର୍ତ୍ତମାନ ସମୟରେ ଲୋକମାନେ ଏତେ ମାତ୍ରାରେ ଏହି ଗୁମ୍ଫା ଗୁଡିକରେ ରହିବାକୁ ପସନ୍ଦ କରୁନାହାନ୍ତି । ବରଂ ଆଖପାଖର ସହରରେ ରହିବାକୁ ସେମାନେ ପସନ୍ଦ କରନ୍ତି । ଗବେଷକମାନେ ରହିଥାଆନ୍ତି ଯେ, ଏବେ କେବଳ ୧୫୦ ଲୋକ ହି ବର୍ଷା ତମାମ ଏହି ପାହାଡରେ ରହିଥାଆନ୍ତି । ଏହି ଅଂଚଳର ନିଆରା ଜୀବନ ଶୈଳୀ ଏହି ଏହି ଅଂଚଳର ପରିଚୟ । କିନ୍ତୁ ଜନସଂଖ୍ୟା କମିବା କାରଣରୁ ଏହା ନିଜର ପରିଚୟ ହଜାଇ ଦେଇପାରେ ବୋଲି ମଧ୍ୟ ସନେ୍ଦହ କରାଯାଉଛି । ଏଠାରେ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ଫଳରେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବଢିବାରେ ଲାଗିଛି ।