Advertisment

୨୪ ବର୍ଷ ପୂର୍ବେ ନିଖୋଜ ହୋଇ ଯାଇଥିଲେ; ହଠାତ୍‌ ଘର ଠିକଣାରେ ଆସିଲା ଏକ ଚିଠି, ତା’ପରେ...

୨୪ ବର୍ଷ ପୂର୍ବେ ନିଖୋଜ ହୋଇ ଯାଇଥିଲେ। ହଠାତ୍‌ ଘର ଠିକଣାରେ ଏମିତି ଏକ ଚିଠି ଆସିଲା, ତା’ପରେ ସବୁ କିଛି ବଦଳି ଯାଇଥିଲା। ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି ଘର ଠିକଣାରେ ପହଞ୍ଚିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
man returned home after 24 years

man returned home after 24 years

ନୟାଗଡ଼: ୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।  

Advertisment

ପରିବାର ଲୋକେ ଓ ଆତ୍ମୀୟ ସ୍ୱଜନ ଆସମାନଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିଲା। ତେବେ ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି କୁମ୍ଭାରପଡ଼ା ଘର ଠିକଣାରେ ପହଞ୍ଚିଥିଲା। ଉକ୍ତ ଚିଠିରେ ଆସମାନଙ୍କ ମୋବାଇଲ ନମ୍ବର ଲେଖା ଯାଇଥିଲା। 

ଚିଠି ପଢ଼ିବା ପରେ ସେଥିରେ ଆସମାନଙ୍କ ବିଷୟରେ ଲେଖାଯାଇଥିବା ଜାଣିପାରି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ଚିଠିରେ ଲେଖାଯାଇଥିବା ଫୋନ୍ ନମ୍ବରରେ ପରିବାର ଲୋକେ କଥା ହୋଇ ଆସମାନଙ୍କୁ ଗାଁକୁ ଫେରିଆସିବା ପାଇଁ ପରାମର୍ଶ ଦେଇଥିଲେ। 

Advertisment

ସୂଚନାଥାଉ କି, ଆସମାନ ଗାଁରୁ ଯାଇ ହାଇଦ୍ରାବାଦର ଏକ ଟେଣ୍ଟ୍‌ ହାଉସ୍ ମାଲିକଙ୍କ ନିକଟରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସବୁବେଳେ ପରିବାର ଲୋକଙ୍କ କଥା ମନେ ପକାଇ ଆସମାନ ଝୁରୁ ଥିଲେ। ଏହା ଜାଣିପାରି ଟେଣ୍ଟ୍‌ ହାଉସ୍ ମାଲିକଙ୍କ ଝିଅ ତାଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ଆସମାନ ଘରକୁ ଫେରିବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। 

Man Returned Home
Advertisment
Advertisment