• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭୟଙ୍କର ଏୟାରପୋର୍ଟ

 
ଆମ ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି ଯାହା ନିଜର ନିଆରା ଲୋକେସନ୍‌ ବା ସାଇଜ୍‌ କାରଣରୁ ବିଶ୍ୱ ପ୍ରସିଦ୍ଧ ହୋଇ ରହିଯାଇଛି । କିଛି ଏୟାରପୋର୍ଟ ତ ବେଶ୍‌ ଭୟଙ୍କର ମଧ୍ୟ । ତେବେ ଦୁନିଆର ସେହିଭଳି କିଛି ଭୟଙ୍କର ଏୟାରପୋର୍ଟକୁ ନେଇ ଚାଲନ୍ତୁ ଜାଣିବା..

ତେନଜିଙ୍ଗ-ହିଲେରୀ ଏୟାରପୋର୍ଟ:

ସେହିଭଳି ଏକ ରନୱେ ରହିଛି, ନେପାଳର ତେନଜିଙ୍ଗ-ହିଲେରୀ ଏୟାରପୋର୍ଟରରେ । ଏହାକୁ ଆପଣ ରୋମାଂଚର ଅନ୍ୟନାମ କହିପାରିବେ । ହିମାଳୟର ଶିଖରରେ ଥିବା ସହର ଲୁକଲାରେ ରହିଛି ଏହି ୪୬୦ ମିଟର ଲମ୍ବା ରନୱେ । ଏଠାରେ କେବଳ ଛୋଟ ବିମାନ ଓ ହେଲିକପ୍ଟର ହି ଲ୍ୟାଣ୍ଡ କରିଥାଏ । ଏହାର ଉତ୍ତରରେ ପାହାଡ ଓ ଦକ୍ଷିଣରେ ୬୦୦ ମିଟର ଘାଟୀ । ଗୋଟେ ଭୁଲ୍‌ ଦୁର୍ଘଟଣାର କାରଣ ବି ହୋଇପାରେ । ଏହାକୁ ଦୁନିଆର ଭୟଙ୍କର ରନୱେର ମଧ୍ୟ ଆଖ୍ୟା ଦିଆଯାଇଛି ।

ସ୍କଟଲ୍ୟାଣ୍ଡର ବାରା ଏୟାରପୋର୍ଟ:

ଅନ୍ୟ ଏକ ରନୱେ ହେଉଛି ସ୍କଟଲ୍ୟାଣ୍ଡର ବାରା ଏୟାରପୋର୍ଟର । ଏହା ଦୁନିଆର ସବୁଠାରୁ ନିଆରା ରନୱେ କହିପାରିବେ ଆପଣ । କାରଣ ଏଠାରେ ବିଚ୍‌ ହି ହେଉଛି ରନୱେ । ସମୁଦ୍ରରେ ଜୁଆର ଭଟ୍ଟା ଆସିବା ମାତ୍ରେ ଏହି ଏୟାରପୋର୍ଟ ପାଣିରେ ବୁଡିଯାଏ । ଏଠାରେ ଉଡାଣର ସମୟ ସାମୁଦ୍ରିକ ତୋଫାନ କାରଣରୁ ପ୍ରଭାବିତ ମଧ୍ୟ ହୋଇଥାଏ । ଏହି ଏୟାରପୋର୍ଟ ଟେ୍ରଗ ମୋର ସାମୁଦ୍ରିକ ତଟରେ ନିର୍ମିତ ହୋଇଛି । ବାରା ଦ୍ୱୀପରେ ଥିବା ରନୱେ ତ୍ରିକୋଣୀୟ ‌ଆକାରର ଓ ଏଟାରେ କାଠର ପୋଲ ଲଗାଯାଇଛି । ଯାହାଫଳରେ ବିମାନର ଲ୍ୟାଣ୍ଡିଂରେ ସହାୟତା ମିଳିପାରିବ ।

ମାଲଦ୍ୱୀପ ଇଣ୍ଟରନ୍ୟାଶନାଲ୍‌ ଏୟାରପୋର୍ଟ:

ସେହିଭଳି ମାଲଦ୍ୱୀପରେ ରହିଛି ମାଲେ ଏୟାରପୋର୍ଟ । ଏହା ଏକ ଇଣ୍ଟରନ୍ୟାଶନାଲ୍‌ ଏୟାରପୋର୍ଟ କୁହାଯାଏ । ଏଠାରେ ଉଡାଣ ଭରିବା ପାଇଲଟ୍‌ ପାଇଁ ବେଶ୍‌ ଚ୍ୟାଲେଜିଂ । ଏହା ଦୁନିଆର ଏକମାତ୍ର ଏଭଳି ଏୟାରପୋର୍ଟ, ଯାହା ଅଲକତରାରେ ନିମତ । ଆଉ ଏହା ସାମୁଦ୍ରିକ ତଟ ଠାରୁ କେବଳ ଦୁଇ ମିଟର ଉଚ୍ଚତାରେ ଅବସ୍ଥିତ । ଏହା ଦ୍ୱୀପର ଗୋଟେ କୋଣରୁ ଅନ୍ୟ ଏକ କୋଣ ଯାଏ ଯାଇଥାଏ । ପାୟଲଟର ଏକ ଛୋଟ ଭୁଲ୍‌ ପେ୍ଲନକୁ ସିଧା ମହାସାଗର ଭିତରେ ବୁଡାଇଦେଇପାରେ । ଏହା ଦୁନିଆର ଏକମାତ୍ର ଏୟାରପୋର୍ଟ, ଯାହା ପାଣିରୁ ଆରମ୍ଭ ପାଣିରେ ଶେଷ । ହୁଲହୁଲେ ଦ୍ୱୀପ ସମୂହ ଏହାର ଏକ ଅଂଶ, ଯାହା ୯୦ ହଜାର ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ।

ଇରାସ୍କିନ୍‌ ଏୟାରପୋର୍ଟ:

ଅନ୍ୟପଟେ ସାବାରେ ରହିଛି ଇରାସ୍କିନ୍‌ ଏୟାରପୋର୍ଟ । କୁହାଯାଏ ଏହି ଏୟାରପୋର୍ଟରେ ରହିଛି ବିଶ୍ୱର ସବୁଠାରୁ ଛୋଟ ରନୱେ । କୁହାଯାଏ ଏଠାରେ ଦୁର୍ବଳ ହୃହୟର ବ୍ୟକ୍ତି ଲ୍ୟାଣ୍ଡ କରିବା ହେଉଛି ବେଶ୍‌ ଚ୍ୟାଲେଜିଂ କାମ । ତେଣୁ ବ୍ୟବସାୟୀକ ଓଡାଣ ପାଇଁ ଏହି ରନୱେ ଓ ଏୟାରପୋର୍ଟର ବ୍ୟବହାର କରାଯାଏ ।ଏହି ରନୱେର ଲମ୍ବ ପାଖାପାଖି ୩୯୬ ମିଟର । ଏହି ରନୱେ ଯେତିକି ସୁନ୍ଦର ସେତିକି ଭୟଙ୍କର । ଏହା ପର୍ବତୀୟ ଚଟ୍ଟାଣରେ ନିର୍ମିତ ହୋଇଛି ଓ ସମୁଦ୍ରରେ ଘେରି ହୋଇ ରହିଛି । ଏଠାରେ ଜେଟ୍‌ ବିମାନ ଓହ୍ଲାଇପାରିବ ନାହିଁ ।

ହଙ୍ଗକଙ୍ଗର କାଇଟକ୍‌ ଏୟାରପୋର୍ଟ:

ସେହିପରି ହଙ୍ଗକଙ୍ଗର କାଇଟକ୍‌ ଏୟାରପୋର୍ଟ । କୁହାଯାଏ ଏହି ଏୟାରପୋର୍ଟ ବେଶ୍‌ ଭୟଙ୍କର । ଏତେ ଭୟଙ୍କର ଯେ, ଲୋକମାନେ ଏଠାରେ ଲ୍ୟାଣ୍ଡ କରିବାକୁ ମଧ୍ୟ ଭୟ କରିଥାଆନ୍ତି । ଲୋକମାନେ କୁହନ୍ତି ଯେ, ଏଠାରେ ହାର୍ଟ ଅଟାକ୍‌ ଆସିଯାଇପାରେ । ଏହି ଏୟାରପୋର୍ଟ ଏବେ ବ୍ୟବହାରରେ ଆସୁନାହିଁ । କିନ୍ତୁ ୧୯୨୫ରୁ ୧୯୯୮ ପର୍ଯ୍ୟନ୍ତ ଏଠାରେ ବିମାନ ଚଳାଚଳ ହେଉଥିଲା । ଏଠାରେ ଉଡାଣ ଭରିବା ଦୁନିଆର ଆଶ୍ଚର୍ୟ୍ୟ ମଧ୍ୟରୁ ଗୋଟିଏ । ଏହାର ଦୁଇପାଶ୍ର୍ୱରେ ବଡ ବଡ ଘର ଓ ଅଟ୍ଟାଳିକା ମାନ ରହିଛି । ଏଠାରେ ବିମାନର ଲ୍ୟାଣ୍ଡିଂ ଡରାଇବା ଭଳି ଅନୁଭୂତି ଦେଇଥାଏ । କିନ୍ତୁ ଏହି ରନୱେ ବଡ ବିମାନ ଗୁଡିକ ପାଇଁ ଅପେକ୍ଷାକୃତ ଛୋଟ ।

kaitak airportkaitak airport