• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ୍‌ଙ୍କ ଦାମ୍ପତ୍ୟ କଳିରେ ଭଟ୍ଟା କେବେ ପଡ଼ିବ ? ଦିନକୁ ଦିନ ସମୟ ଗଡ଼ି ଚାଲିଥିବା ବେଳେ ସମାଧାନ ସୂତ୍ର ବାହାରିବା ପରି ଲାଗୁନି । ଅଡ଼ୁଆ ସୂତା ପରି ଦାମ୍ପତ୍ୟ କଳିରେ ଗଣ୍ଠି ପଡ଼ିଯାଇଛି । ଗତକାଲି SDJM କୋର୍ଟରେ କୌଣସି ନିର୍ଦ୍ଦିଷ ଅର୍ଡର ନଆସିବା ପରେ ପୁଣି ଶ୍ୱଶୁର ଘର ସାମ୍ନାକୁ ଫେରିଯାଇଛନ୍ତି ତପସ୍ୱିନୀ । ତପସ୍ୱିନୀ କେଉଁଠିକି ଯିବେ ଆଉ ରହିବେ କେଉଁଠି ସେସମ୍ପର୍କରେ ଗତକାଲି ବାହାରିଥିବା ନୋଟିସରେ କିଛି ଉଲ୍ଲେଖ ହୋଇନାହିଁ । ଅର୍ଡରରେ ସମାଧାନର ସୂତ୍ର ନବାହାରିବା ପରେ କେଉଁଠାରେ ରହିଥାନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଆଉ ସେଥିପାଇଁ ପୁଣି ଧାରଣାରେ ବସିଛନ୍ତି ।

ଗତକାଲି କୋର୍ଟରେ ମେନ୍ ପିଟିସନ୍‌ର କୌଣସି ଶୁଣାଣି ହୋଇନି । ତପସ୍ୱିନୀଙ୍କ ପାଇଁ କେହି ସାହାଭରସା ନଥିବା ବେଳେ ତାଙ୍କର ଖାଇବା, ପିଇବା ପାଇଁ ବ୍ୟବସ୍ଥା ହେବ ବୋଲି ଆଶା କରିଥିଲେ ସେ । ହେଲେ ଶ୍ୱଶୁର ଘର ଲୋକଙ୍କ ଓକିଲ କେସ୍‌ ପାଇଁ ଆହୁରି ୧୫ ଦିନ ସମୟ ମାଗୁଥିଲେ । କିନ୍ତୁ ମାନ୍ୟବର ଏସଡିଏମ୍‌ ସୋମବାର ଯାଏ କେସ୍‌ ଘୁଞ୍ଚାଇ ଦେଇଛନ୍ତି ।

ତେବେ ଡାକବଙ୍ଗଳାରୁ ଯିବା ପରେ ସ୍ୱାମୀ ସୁମିତ ଥରେ ହେଲେ ବି ଫୋନ୍‌ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି ତପସ୍ୱିନୀ । ଏପରିକି ଫୋନ୍ କଲେ ଉଠାଉ ନାହାନ୍ତି କି କଲୋ ବ୍ୟାକ୍ କରୁନାହାନ୍ତି । କେବଳ ତପସ୍ୱିନୀ ନୁହଁ ଅନ୍ୟ କାହାରି ଫୋନ୍‌ ମଧ୍ୟ ସେ ଉଠାଉ ନାହାନ୍ତି । ସିଡିଏମଓ ସାରଙ୍କ ଫୋନ୍ ମଧ୍ୟ ଉଠାଇ ନାହାନ୍ତି ।

ସ୍ତ୍ରୀ ହିସାବରେ ମୋର ଦାୟିତ୍ୱ ସୁମିତଙ୍କ ଉପରେ ବୋଲି କହିଛନ୍ତି ତପସ୍ୱିନୀ । ସେ ସାଙ୍ଗରେ ରହିଲେନି କି ମୋ ଦାୟିତ୍ୱ ନେଲେନି । ସାଙ୍ଗମାନଙ୍କ ମାଧ୍ୟମରେ ଘର ଖୋଜୁଥିବା ଅଡ଼ିଓରେ କହୁଛନ୍ତି ସୁମିତ, ହେଲେ ସାଙ୍ଗମାନଙ୍କ ହାତରେ ଟଙ୍କା କାହିଁକି ପଠାଇ ଦେଲେନି ବୋଲି ପ୍ରଶ୍ନ କରିଛନ୍ତି । ପାଖରେ ଟଙ୍କାଟିଏ ବୋଲି ନାହିଁ, ଏଟିଏମ୍ ନାହିଁ । ଚଳିବା ପାଇଁ ପାଖରେ ଫଟା ପାହୁଲା ନାହିଁ ।

ଆଇବିରୁ ମୋତେ ବାହାର କରିଦିଆଗଲା । ଆସ୍କା ଆଇଆଇସି, ଏସଡିପିଓ ସାର୍ ସମସ୍ତେ ୧୦ ତାରିଖ ଦିନ ମୋ ବ୍ୟାଗପତ୍ର ଧରି ବାହାର କରିଦେଲେ । ତମେ ଯୁଆଡ଼େ ଯାଉଛ ଯାଅ, ସ୍ୱାମୀ ପଳାଇଲେ ତୁମ ଦାୟିତ୍ୱ କିଏ ନେବ ବୋଲି କହିଲେ । ହେଲେ ମିଡିଆ ଆସିବା ପରେ ଆଇଆଇସି ସେଠାରୁ ଉଠି ପଳାଇ ଯାଇଥିଲେ । ସେହିପରି ଗତକାଲି ପିଟିସନ୍‌ ଶୁଣାଣି ଥିବାରୁ ପୁଣି ଆଇବିରୁ ବାହାର କରି ଦିଆଗଲା । ସରକାରୀ ସ୍ଥାନରେ ମୋତେ ବା କେତେ ଦିନ ରଖିଥାଆନ୍ତେ । ଗତକାଲି କିଛି ଅର୍ଡର ନଆସିବାରୁ ପୁଣି ଶାଶୂ ଘର ସାମ୍ନାରେ ଧାରଣାରେ ବସିଥିବା କହିଛନ୍ତି ତପସ୍ୱିନୀ ।