ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।
ସୋସିଆଲ୍ ମିଡିଆରେ ଏମିତି ଏକ ପଶୁର ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ଯେକେହି ବି ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏହା କୁକୁର ନା ବିଲେଇ ଜାଣିବା କଷ୍ଟ ହେଉଛି।
ଟଙ୍କା ରୋଜଗାର ପାଇଁ ଅଜବ କାମ କରୁଛନ୍ତି ଏହି ମହିଳା। କୁକୁର ହୋଇ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ଲକ୍ଡାଉନ୍ କାହାକୁ ବାଧିଛି ତ କାହାର ବେକାର କରିଦେଇଛି। କିନ୍ତୁ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକ୍ଡାଉନ୍ର ସୁଯୋଗ ନେଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ଏହା ସମସ୍ତଙ୍କୁ ପ୍ରେରଣ ଦେଉଛି।
ସମସ୍ତେ ଜାଣନ୍ତି ଯେ ଇଂଜିନିୟର ହେବାକୁ ହେଲେ ବହୁତ କିଛି ପଢିବାକୁ ପଡେ। କିନ୍ତୁ ବିନା ପାଠରେ ଇଂଜିନିୟର ହେବ ବୋଲି କହିଲା ଏହି କୁନି ପୁଅ।
ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।
ସାନ ପୁଅ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳିବା କଷ୍ଟକର ହୋଇଥାଏ । ଓଳିଏ ଖାଇଲେ ଓଳିଏ ଓପାଷରେ ରହୁଥିବା ଏହି ପରିବାରକୁ ସାଇ ପଡୋଶୀ କେତେବେଳେ କେମିତି ସାହାଯ୍ୟ କରିଥାନ୍ତି ।
ମିଳିନି ଜଙ୍ଗଲପଟ୍ଟା ଜମି, ଆନ୍ଦୋଳନ ପାଇଁ ଧମକ ଦେଲେ ଆଦିବାସୀ
ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି।
ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ଅଜଣା ହେଲିକପ୍ଟର ଆତଙ୍କ। ଅଚାନକ ଲ୍ୟାଣ୍ତିଂ କରିବାକୁ ଆସି ପୁଣି ହେଲିକପ୍ଟରଟି ଉଡାଣ କରିଛି। ଯାହାକୁ ଦେଖି ପଡିଆରେ ଖେଳୁଥିବା ପିଲାମାନେ ଦୌଡ଼ି ଦୌଡ଼ି କରିଥିଲେ। ଏବେ ସେହି ଅଜଣା ହେଲିକପ୍ଟରକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି। ତେବେ ଏ ନେଇ ଗଜପତି ଜିଲ୍ଲା ପ୍ରଶାସନ କିମ୍ୱା ପୋଲିସ ପାଖରେ କୌଣସି ଖବର ନାହିଁ।
ଗଜପତି ଷ୍ଟାଡିୟମରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲାମାନେ ଭୟଭୀତ ହୋଇ ଯିଏ ଯେଉଁଆଡେ ଦୌଡି ପଳାଇଥିଲେ।
ଗାଁର ଅନେକ ଗଛରେ ବାଦୁଡ଼ି ନିର୍ଭୟରେ ରୁହନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ବିପଦ ଘଟଣା ଘଟିବା ପୂର୍ବରୁ ପକ୍ଷୀ ଗାଁ ଲୋକଙ୍କୁ ସୂଚନା ଦେଇଥାଏ ବୋଲି ଗାଁ ରେ ମାନ୍ୟତା ରହିଅଛି । ଆଉ ବାଦୁଡିର ଏହି ଉପକାରିତାକୁ ରାମଗଡ଼ ପଞ୍ଚୟତବାସୀ ବେଶ୍ ଭଲ ଭାବରେ ବୁଝି ପାରିଛନ୍ତି ।
ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। କେବଳ ପୁରୀ ଜିଲ୍ଲାର ଅଧିବାସୀ ହିଁ ଏବେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।
କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି ଆସିଛି । ବିମାନବନ୍ଦରରେ ସବୁ ପ୍ରକାରର ସତର୍କତା ପାଳନ କରାଯାଉଛି ।
ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।
୪ ଭଉଣୀଙ୍କୁ ସଲାମ। ବାପାଙ୍କ ହାତକୁ ଶକ୍ତ କରିବାକୁ ୪ ଶିକ୍ଷିତ ଭଉଣୀ ମିଶି ପଦାକୁ ଗୋଡ଼ କାଢ଼ିଲେ। ଆଉ ଏକ ଠେଲା ଗାଡ଼ିରେ ଆରମ୍ଭ କରିଦେଲେ ଫାଷ୍ଟଫୁଡ ଦୋକାନ। ଆଉ ଘର ପାଇଁ ଦୁଇ ପଇସା ରୋଜଗାର କରି ଭାଇର ପାଠ ପଢ଼ା ଖର୍ଚ୍ଚ ତୁଲାଇଲେ।
ସ୍କଟଲ୍ୟାଣ୍ଡରେ ରହିଛି ଏକ ଭୟଙ୍କର ସ୍ଥାନ । ଏହି ସ୍ଥାନକୁ ଦୂରରୁ ଦେଖିଲେ ହି ମନରେ ଭୟ ସୃଷ୍ଚି ହୁଏ । ଏହା ହେଉଛି ଏକ କ୍ୟାସଲ୍ ବା ମହଲ । ତେବେ କୁହାଯାଏ ଭୂତ ମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଯାଇଥିଲା ୧୨୬୬ରେ । ତେବେ ବାସ୍ତବରେ କଣ ଏହି ସ୍ଥାନ ସେତେ ଭୟଙ୍କର । କଣ ହୋଇଥାଇପାରେ ଏହାର ସତ୍ୟତା ।
ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଖୋଦ୍ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ । ବ୍ୟସ୍ତ ବହୁଳ ଟ୍ରାଫିକ୍କୁ କେମିତି କଣ୍ଟ୍ରୋଲ କରିବେ କେମିତି ଟ୍ରାଫିକ ସମସ୍ୟା ସୁଧୁରିବ, ଏନେଇ ବ୍ରୁପ୍ରିଣ୍ଟ ତିଆରି ହେଉଛି ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୁଶ୍ରୀ ।
ପୁରୀ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବ ପୋଡ଼ା ନେଇ ଲାଗିଲା କଟକଣା । ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ବନ୍ଦ ବୋଲି କହିଛି ପୁରୀ ପ୍ରଶାସନ । ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାର ପାଇଁ ବାରଣ କରାଯାଇଛି
ସେ ଥିଲେ ଶାଣିତ ବ୍ୟଙ୍ଗ ଓ ସମାଲୋଚନା ପିତାମହ। ପୈତୃକ ଗାଁ ଇଟାମାଟିକୁ ଛୁଟେ ଅନେକ ଲୋକଙ୍କ ଭିଡ଼...ଆଜି ବି ତାଙ୍କୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୁଏ...ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ
ନାହିଁ ବାରୁଦ ନାହିଁ ବେଲା ସଜ ବଡ଼ ଉତ୍କତ ସେ ତୋପ ଆବାଜ...ଜାମୁ କି ଅନଳ ଦେଖିଲା ନାହିଁ , ଚମକି ଉଠିଲା ଘୁମୁକି ମୁହିଁ...ଏ ପଦର ଉତ୍ତର କଣ ଦେଇଥିଲେ ଯଦୁମଣୀ?
ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର। ଟିଭି ହେଉ କି ଡିଜିଟାଲ୍ ପ୍ଲାଟଫର୍ମ, ଆପଣ ଦେଇଛନ୍ତି ଅଜସ୍ର ଭଲ ପାଇବା ଏବଂ କରିଛନ୍ତି ଅତୁଟ ବିଶ୍ୱାସ। ଏହି ଧାରାରେ ଆଜି ଓଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ୭୦ ଲକ୍ଷ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି।
ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.
‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’। ଏହା ମନେପକେଇଦିଏ ଶାହରୁଖ ଖାନ୍ଙ୍କ ସେହି ଜଣାଶୁଣା ସଂଳାପ “ମେରା ନାମ୍ ଖାନ୍ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”। କିନ୍ତୁ ଏହି ନାଁରେ ଜଣେ ଲୋକ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।