Advertisment

Pakistan Train Hijack: ‘୨୦ ଘଣ୍ଟାରେ ଦାବି ନମାନିଲେ ସବୁ ବନ୍ଧକଙ୍କୁ କରିବୁ ହତ୍ୟା’

ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି BLA । ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି ।

author-image
Santosh Kumar Sahoo
‘ଦାବି ନମାନିଲେ ୧୫୦ଙ୍କୁ ମାରିବୁ’

‘ଦାବି ନମାନିଲେ ୧୫୦ଙ୍କୁ ମାରିବୁ’

ଶହେ ପାକିସ୍ତାନ ସୈନିକଙ୍କୁ ହତ୍ୟା କରିଛୁ, ଦେଢ ଶହଙ୍କୁ ପଣବନ୍ଦୀ ରଖିଛୁ । ଆଉ ୨୦ ଘଣ୍ଟା ଭିତରେ ଦାବି ନ ମାନିଲେ ସବୁ ବନ୍ଧକଙ୍କୁ ହତ୍ୟା କରିବୁ । ପ୍ରେସ୍‌ ରିଲିଜ୍ ଜାରି କରି ପାକିସ୍ତାନ ସରକାରଙ୍କୁ ଏଭଳି ଚେତାଇ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି । ଏପରିକି ଘଣ୍ଟାକ ମଧ୍ୟରେ ୫୦ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି BLA । ପାକିସ୍ତାନୀ ସେନା ପୁଣି ଆକ୍ରମଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା ଧମକ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି ।

Advertisment

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ତେବେ ଏହାରି ମଧ୍ୟରେ ଟ୍ରେନ୍ ହାଇଜାକକୁ ୨୪ ଘଣ୍ଟା ବିତିଥିବା ବେଳେ ଆହୁରି ଜଟିଳ ହୋଇଛି ମାମଲା । ଜାଫର ଏକ୍ସପ୍ରେସକୁ ଅପହରଣ କରି ପାକିସ୍ତାନ ସରକାର ଓ ସେନାକୁ ଚ୍ୟାଲେଞ୍ଜ ଦେଇଛି ବଲୁଚ୍ ଲିବରେସନ୍ ଆର୍ମି । ସେପଟେ ପଣବନ୍ଦୀଙ୍କୁ ଉଦ୍ଧାର ପାଇଁ ଉଗ୍ରବାଦୀଙ୍କ ଉପରେ ପାକିସ୍ତାନ ସୁରକ୍ଷାବାହିନୀ ଘନଘନ ଅପରେସନ୍ ଚଳାଇଛି । ଜୋରଦାର ଚାଲିଛି ଆକ୍ରମଣ-ପ୍ରତିଆକ୍ରମଣ । ଏୟାରଫୋର୍ସ ଓ ସେନା ଯବାନ ବିଦ୍ରୋହୀ ବଲୁଚ୍ ଉଗ୍ରବାଦୀଙ୍କୁ ଘେରି ସ୍ଥଳ ଓ ଆକାଶମାର୍ଗରୁ ହମଲା କରୁଛନ୍ତି । ଡ୍ରୋନ୍ ଓ ହେଲିକପ୍ଟର ଯୋଗେ ଜୋରଦାର ଆକ୍ରମଣ ଚାଲିଛି। କିନ୍ତୁ BLA କବଳରୁ ବନ୍ଧକ ଥିବା ସେନାର ସମସ୍ତ କର୍ମଚାରୀ ଓ ଟ୍ରେନ୍ ଯାତ୍ରୀଙ୍କୁ ଉଦ୍ଧାର କରିପାରିନି।

ବର୍ତ୍ତମାନ ସୁଦ୍ଧା ୧୯୦ ପଣବନ୍ଦୀ ଉଦ୍ଧାର ହୋଇଛନ୍ତି। ଏମାନଙ୍କ ଭିତରେ ଅନେକ ମହିଳା, ଛୋଟ ପିଲା ଓ ବରିଷ୍ଠ ନାଗରିକ ଅଛନ୍ତି । ଆହୁରି ଶତାଧିକ ବଲୁଚ୍ ଲିବରେସନ୍ ଆର୍ମି କବଳରେ ରହିଛନ୍ତି । ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ଏଯାଏ ସ୍ପଷ୍ଟ ହୋଇନି । ସେପଟେ କ୍ବେଟ୍ଟା ରେଲୱେ ଷ୍ଟେସନରେ ଏକାଧିକ କଫିନ୍ ପହଞ୍ଚିଥିବା ଭିଜୁଆଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଚର୍ଚ୍ଚା ହେଉଛି, ବିସ୍ଫୋରଣ ଭର୍ତ୍ତି ଆତ୍ମଘାତୀ ଜ୍ୟାକେଟ୍ ପିନ୍ଧିଛନ୍ତି ବିଦ୍ରୋହୀ BLA ସୈନ୍ୟ। ଯାହାଦ୍ବାରା ଅନ୍ୟ ପଣବନ୍ଦୀଙ୍କୁ ମୁକ୍ତି କରିବା ମୁସ୍କିଲ ହୋଇଛି। ସେମାନେ ପଣବନ୍ଦୀଙ୍କୁ ମାନବ ଢାଳ ଭାବରେ ବ୍ୟବହାର କରୁଥିବା କହିଛି ପାକିସ୍ତାନ ।

Advertisment
Pakistan Train Hijack
Advertisment
Advertisment