Advertisment

‘ମତେ ଇଂଜିନିୟର ହେବାରେ ଅଛି, ଏନେଇ ପାଠ ପଢିବାକୁ ପଡେନି’

ସମସ୍ତେ ଜାଣନ୍ତି ଯେ ଇଂଜିନିୟର ହେବାକୁ ହେଲେ ବହୁତ କିଛି ପଢିବାକୁ ପଡେ। କିନ୍ତୁ ବିନା ପାଠରେ ଇଂଜିନିୟର ହେବ ବୋଲି କହିଲା ଏହି କୁନି ପୁଅ।

author-image
Pramod Behera
Child told easiest way how to become an engineer

Child told easiest way how to become an engineer

ଅଧିକାଂଶ ପିଲା ସ୍କୁଲ୍ ନାଁ ଶୁଣିଲେ ଲୁଚନ୍ତି। ସ୍କୁଲ୍ ଯିବାକୁ ଟିକେ ବି ଇଛା ନଥିଲେ ବି ସେମାନେ ବାଧ୍ୟ ହୋଇଯାଆନ୍ତି। କିନ୍ତୁ ଏପରି ମଧ୍ୟ କିଛି ପିଲା ଅଛନ୍ତି ଯେଉଁମାନେ ଉତ୍ସାହର ସହିତ ସ୍କୁଲ ଯାଆନ୍ତି। ଏହି ପିଲାମାନେ ଏତେ ପ୍ରତିଭାବାନ ହୋଇଥାନ୍ତି ଯେ ପିଲାଦିନରୁ ସେମାନେ କଳ୍ପନା କରି ନିଅନ୍ତି ବଡ ହୋଇ କ’ଣ ହେବେ।

Advertisment

ଏମାନଙ୍କ ଭିତରୁ ଅନେକ ପୋଲିସ, ଡାକ୍ତର, ବୈଜ୍ଞାନିକ, ଓକିଲ କିମ୍ବା ସେନାକୁ ଯିବାକୁ ଚିନ୍ତା କରିଥାନ୍ତି। ଜଣେ ଇଞ୍ଜିନିୟର ହେବାକୁ ହେଲେ ମଧ୍ୟ ଜଣକୁ ପଠ ପଢିବାକୁ ପଡିଥାଏ। କିନ୍ତୁ ଜଣେ ପିଲା ଏକ ଚମକେଇ ଦେଲା ଭଳି କଥା କହିଛି। ସେ କହିଛି ଯେ ବିଦ୍ୟାଳୟକୁ ନ ଯାଇ କିପରି ଜଣେ ଇଞ୍ଜିନିୟର ହୋଇପାରିବ। ପିଲାଟିର ଏହି ଭିଡିଓ ଖୁବ୍ ଜୋର୍ ଭାଇରାଲ୍ ହେଉଥିବା ବେଳେ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

ଭାଇରାଲ୍ ହେବାକୁ ଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍‌ରା ଟ୍ୱିଟରରେ ଶେୟାର କରିଛନ୍ତି ଏବଂ ଏହା ସହିତ ଏକ ମଜାଦାର କ୍ୟାପ୍‌ସନ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ “ଇଞ୍ଜିନିୟର୍ସମାନଙ୍କ ଉପରେ ସବୁଠାରୁ ବଡ ଖୁଲାସା!” ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ପିଲାର ମା’ ତାଙ୍କୁ ପାଠ ପଢଉଛନ୍ତି। ଠିକ ଏତିକି ବେଳେ ପିଲାଟି କାନ୍ଦିବା ଆରମ୍ଭ କରେ। ଏହା ପିଲାଟିର ବାହାନା ବୋଲି ତାଙ୍କ ମା ବୁଝି ନିଅନ୍ତି। ଏହା ପରେ ବି ସେ ତାକୁ ପାଠ ପଢିବାକୁ କୁହନ୍ତି।

Advertisment

ଏହା ପରେ ପିଲାଟି କୁହେ ଯେ ସ୍କୁଲ୍‌ରେ କେବଳ ଅଧ ଘଣ୍ଟା ପଢାଯାଏ କିନ୍ତୁ ତାଙ୍କ ମା’ ତାଙ୍କୁ ଦୀର୍ଘ ସମୟ ହେଲା ପଢଉଛନ୍ତି। ଏହା କହି ପିଲାଟି ଆଖିରୁ ଲୁହ ଗଡେଇ କାନ୍ଦିବାକୁ ଲାଗେ। ଏହା ପରେ ମା’ କହିଛନ୍ତି ଯେ ଯଦି ପାଠ ପଢ ତେବେ ଯାଇ କିଛି ହୋଇପାରିବେ। ମା’ର ଏହି କଥାରେ ପିଲା କୁହେ ଯେ ସେ ଜଣେ ଇଞ୍ଜିନିୟର ହେବେ, କାରଣ ଜଣେ ଇଞ୍ଜିନିୟର ହେବାକୁ ହେଲେ ପଢିବାକୁ ପଡିବ ନାହିଁ।

ଏହି ଭିଡିଓ ଦେଖିବାକୁ ଖୁବ ମଜାଦାର ହୋଇଥିବା ବେଳେ ପିଲାଟିର ଏଭଳି ଉତ୍ତର ଲୋକଙ୍କ ହୃଦୟ ଜିତୁଛି। ଖବର ଲେଖା ହେବା ବେଳକୁ ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଥିଲା। ତେବେ ଏହି ନିରୀହ ପିଲାଟି ଯେଉଁଭଳି ଭାବେ ନ ପଢିବା ନେଇଓ ବାହାନା କରୁଛି ତାହା ଦେଖି ଲୋକେ ବହୁତ ଖୁସି ହେଉଛନ୍ତି। କିଛି ଲୋକ ଜଣେ ଇଞ୍ଜିନିୟର ହେବାକୁ ହେଲେ ବହୁତ କିଛି ପଢିବାକୁ ପଡେ ବୋଲି କହୁଥିବା ବେଳେ କିଛି ଲୋକ ଏହି ଭିଡିଓକୁ ନେଇ ଇଞ୍ଜିନିୟରମାନଙ୍କୁ ପରିହାସ କରୁଛନ୍ତି।

Viral Video
Advertisment
Advertisment