• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସ୍କଟଲ୍ୟାଣ୍ଡର 'ୟେଷ୍ଟର କ୍ୟାସଲ୍‌' ଭୂତ ମହଲ

ସ୍କଟଲ୍ୟାଣ୍ଡର 'ୟେଷ୍ଟର କ୍ୟାସଲ୍‌' ଏକ ମହଲ । ଏହାର ନିର୍ମାଣ ୧୨୬୬ରେ ହୋଇଥିଲା । 'ହ୍ୟୁଗୋଡି ଗିଫାର୍ଡ' ନାମକ ବ୍ୟକ୍ତି ଏହାର ନିର୍ମାଣ କରାଇଥିଲେ । କୁହାଯାଏ ସେ ଗବଲିନ୍‌ ବା ଭୂତମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଇଥିଲେ । ଏକଥା ପଛରେ ରହସ୍ୟ ଏପରି ବି ହୋଇପାରେ ଯେ, ହ୍ୟୁଗୋଡି ଗିଫାର୍ଡ ନିଜେ ଜଣେ ଯ।ଦୁଗର ଥିଲେ । ଯିଏ କିଛି ନିଆରା ଓ ଭୟାନକ ଯାଦୁ କରୁଥିଲେ । ଏପରି ବି କୁହାଯାଏ ଯେ, ତାଙ୍କର ସମ୍ପର୍କ ଭୟଙ୍କର ଭୂତପ୍ରେତ ମାନଙ୍କ ସହିତ ଥିଲା । ଯେଉଁମାନଙ୍କ ସାହାଯ୍ୟରେ ସେ ସୈତାନୀ ଶକ୍ତିମାନଙ୍କ ଉପରେ ରାଜୁତି କରିବାକୁ ଚାହୁଁଥିଲେ । ତାଙ୍କର ଏହିଭଳି ବ୍ୟବହାର କାରଣରୁ ତାଙ୍କର ନାଁ 'ଦ ୱିଜାର୍ଡ ଅଫ୍‌ ୟିଷେ୍ଟା' ରଖାଗଲା ।

ଏହି ସ୍ଥାନର ସବୁଠାରୁ ବଡ ଆଶ୍ଚର୍ଯ୍ୟ ହେଉଛି ଏହାର ଅଧିକାଂଶ ଭାଗ ଭଗ୍ନାବଶେଷ ଅବସ୍ଥାରେ । କିନ୍ତୁ ଏହାର ଗବଲିନ୍‌ ହଲ୍‌ ଏରିଆ, ଯେଉଁଠାରେ ହ୍ୟୁଗୋ ଡି ଗିଫାର୍ଡ ବିଭିନ୍ନ ଯାଦୁ ବା ରିଚୁଆଲସ୍‌ କରୁଥିଲେ, ସେ ସ୍ଥାନଟି ଏ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି ।

Yester castle, ScotlandYester castle, Scotland

ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଏହି ହଲ୍‌ ଭିତରକୁ ଯିଏ ବି ଯାଏ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଶବ୍ଦ ଓ ସ୍ୱର ଶୁଣିବାକୁ ମିଳେ । ଏହି ଆଧାରରେ ଅନେକ ଲୋକ ଏଭଳି ମାନିଥାଆନ୍ତି ଯେ, ଏଠାରେ ଆତ୍ମା ରୁହନ୍ତି । କାରଣ ଏହି ସ୍ଥାନକୁ ସୈତାନୀ ଆତ୍ମା ନିର୍ମାଣ କରାଇଛନ୍ତି । ଆଉ ସେମାନଙ୍କର ଏହି ସ୍ଥାନରେ କବଜା ରହିଛି । ଏହି ସୁପରନ୍ୟାଚୁରାଲ୍‌ ଘଟଣା କେବଳ ଥରେ କି ଦୁଇଥର ନୁହେଁ ବରଁ ଅନେକ ଥର ହୋଇଛି । ଯାହାକୁ ସ୍ଥାନୀୟ ତଥା ସେଠାକୁ ଯାଉଥିବା ଲୋକମାନେ କହିଥାଆନ୍ତି । ସେମାନେ ନିଜ ନିଜର ଭୟଙ୍କର ଅନୁଭବ ବଖାଣିଥାଆନ୍ତି ।

Yester castle, ScotlandYester castle, Scotland

ଏହି ସବୁ କାରଣରୁ ଏହି ହଲ୍‌ ଯାଏଁ ଯାଉଥିବା ଶିଡିର ରାସ୍ତାଗୁଡିକୁ ଏଠାକାର ସ୍ତାନୀୟ ଲୋକମାନେ ବନ୍ଦ କରି ଦେଇଛନ୍ତି । କାରଣ ସେମାନେ ମାନନ୍ତି ଯେ, ଏଠାରେ ନର୍କର ଦ୍ୱାର ରହିଛି । ସେଥିପାଇଁ ସେମାନେ ଏଠାକୁ ରାସ୍ତା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।

ବାସ୍ତବରେ ଏହି ସ୍ଥାନଟି ଦେଖିବାକୁ ମଧ୍ୟ ବେଶ୍‌ ଭୟଙ୍କର ଆଉ ଏଠାକୁ ଯେଉଁମାନେ ଯାଆନ୍ତି ସେମାନେ ମଧ୍ୟ ନିଜର ଭୟଙ୍କର ଅନୁଭୂତି ବଖାଣିଥାଆନ୍ତି । ତେବେ ଏହି ସ୍ଥାନଟି ସାଧାରଣ ଲୋକମାନଙ୍କ ପାଇଁ ବନ୍ଦ ଥିବା ବେଳେ ପାରାନର୍ମାଲ୍‌ ଏକ୍ସପର୍ଟ ଓ ଗବେଷକମାନେ ଏଠାରେ ନିଜର ଗବେଷଣା ଜାରି ରଖିଛନ୍ତି ।