Advertisment

ବନ୍ଦ ହେଲା ଜଗାଦର୍ଶନ, ପୁଣି ଦେଖାଦେବ ଆର ମାସରେ

ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Puri Lord Jagannath

ଜଗନ୍ନାଥ ଦର୍ଶନ ବନ୍ଦ । ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଆଜି ରରିବାରରେ ସାନିଟାଇଜେସନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା କାଲିଠାରୁ ଅର୍ଥାତ୍‌ ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।

Advertisment

ତେବେ ଗତାକାଲି ଶେଷ ଦିନ ଦର୍ଶନ ଥିବାରୁ ବଡ଼ଦାଣ୍ଡରେ ଦେଖାଦେଇଥିଲା ଆଖି ପାଉ ନ ଥିବା ଭିଡ଼ । କାଳିଆ ଦର୍ଶନ ଲାଗି ବ୍ୟାକୁଳ ଭକ୍ତଙ୍କ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା । ରାଜ୍ୟରେ କରୋନା ତୃତୀୟ ଲହରର ଲମ୍ବା ଡିଆଁ ପରେ ଆସନ୍ତାକାଲିଠୁ ଶ୍ରୀମନ୍ଦିରକୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଦର୍ଶନ କଟକଣା ନିଷ୍ପତ୍ତି ପରେ ଶନିବାର ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ରାତି ପାହିବା ବେଳକୁ ଲୋକାରଣ୍ୟ ହୋଇସାରିଥିଲା ସିଂହଦ୍ୱାର ସମ୍ମୁଖ । ପରେ ସମୟ ବଢ଼ିବା ସହ ତାଳ ଦେଇ ବଢ଼ି ଚାଲିଥିଲା ଭକ୍ତଙ୍କ ଉପସ୍ଥିତି । ପରିସ୍ଥିତି ଏମିତି ହୋଇଥିଲା ଯେ, ସିଂହଦ୍ୱାରଠୁ ପ୍ରାୟ ୫ ଶହ ମିଟର ଯାଏଁ ଲମ୍ବିଥିବା ବ୍ୟାରିକେଡ୍ ଭିତରେ ସୀମିତି ରହି ନ ଥିଲେ ଶ୍ରଦ୍ଧାଳୁ । ଯେଉଁଠୁ ବ୍ୟାରିକେଡ୍ ଆରମ୍ଭ ହୋଇଥିଲା, ସେଇଠୁ ଆହୁରି ପ୍ରାୟ ୫ ଶହ ମିଟର ମରିଚିକୋଟ୍ ଛକ ଯାଏଁ ଲମ୍ବିଯାଇଥିଲା ଧାଡ଼ି।

ତେବେ ଶେଷ ଦିନ ଦର୍ଶନକୁ ହାତଛଡ଼ା କରିବାକୁ ଚାହୁଁ ନଥିଲେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ। ଏପରିକି କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାର କଷ୍ଟ କି ଲମ୍ବା ସମୟର ଅପେକ୍ଷାକୁ ଖାତିର ନଥିଲା । ରାତି ସାଢେ ୮ଟା ଯାଏଁ ଦର୍ଶନ ସୁଯୋଗ ଥିବାରୁ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି। ଏପରିକି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବାକୁ ଥିବାରୁ ପ୍ରାୟ ୬ଟା ପରେ ଅଣାୟତ ହୋଇଥିଲା ସ୍ଥିତି। ଅନେକ ଭକ୍ତଙ୍କ ଧୈର୍ଯ୍ୟଚ୍ୟୁତି ଘଟିବାରୁ ଧାଡ଼ି ଭାଙ୍ଗି ସୁଅ ଭଳି ଶ୍ରୀମନ୍ଦିର ଭିତରକୁ ମାଡ଼ି ଚାଲିଥିଲେ। ଏ ଅସମ୍ଭବ ଭିଡ଼ ଓ ଅପେକ୍ଷା ଭିତରେ ଯିଏ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଥିଲା, ନିଜକୁ ଭାଗ୍ୟବାନ ମନେ କରୁଥିଲା।

Advertisment
Lord Jagannath Puri Shree Mandir
Advertisment
Advertisment