Advertisment

ରାଜନୀତିରେ ଉଚ୍ଚତା ବଢ଼ିଲା,ପଲିଟିକାଲ୍ ଷ୍ଟାଟସ୍ ବଦଳିଗଲା ! ହେଲେ ଏବେ ବି ଚାଳଘରେ ରହୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଁ ଘରର ନକ୍ସା ବଦଳୁ ନାହିଁ। ଯୋଉ ଚାଳଘରକୁ ସେଇ ଚାଳଘର। ଧୀରେ ଧୀରେ ଏହି ମାଟି ଘରଟି ଭାଙ୍ଗିବା ଆରମ୍ଭ କଲାଣି। କିନ୍ତୁ ପ୍ରତାପ ନନା କୋଠା ଘରଟିଏ କରିପାରୁ ନାହାଁନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
pratap jena

pratap jena

ରାଜନୀତିରେ ତାଙ୍କର ଉଚ୍ଚତା ବଢ଼ିଲା ।  ପଲିଟିକାଲ୍ ଷ୍ଟାଟସ୍ ବଦଳିଗଲା । ମୋଦି ତାଙ୍କୁ ଡାକି ହାକି କେନ୍ଦ୍ରରେ ମନ୍ତ୍ରୀ ପଦ ଦେଲେ । ସାରା ଦେଶରେ ତାଙ୍କ ସାଧାରଣ ଜୀବନଶୈଳୀକୁ ନେଇ ଚର୍ଚ୍ଚା ହେଲା । କିଏ କିଏ କହିଲେ ଓଡ଼ିଶାର ମୋଦି । କିନ୍ତୁ ନନାଙ୍କ ଗାଁ ଘରର ନକ୍ସା ବଦଳିଲା ନାହିଁ। ସେଇମିତି ଅଛି, ଚାଳ ଛପର, ମାଟି ଘର।

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ ଗୋପୀନାଥପୁର ଗାଁରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓରଫ ପ୍ରତାପ ନନାଙ୍କ ପୈତୃକ ଘର । ଗାଁକୁ ଆସିଲେ ସେ ସେଇଠି ରୁହନ୍ତି, କାମ ପଡ଼ିଲେ ବାଲେଶ୍ୱର ଯାଆନ୍ତି, ପୁଣି ଫେରନ୍ତି । ସେ ନିଜେ ତ ଅବିବାହିତ, ତେଣୁ ତାଙ୍କ ମାଆଙ୍କ ଦେହାନ୍ତ ପରେ ଘରେ ରହୁଛନ୍ତି ଭଉଣୀ ଓ ଭିଣୋଇ।

ପୁରୁଣା ଘରଟିର ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେଲାଣି। କାନ୍ଥ ଫାଟି ଗଲାଣି, ଚାଳ କଣା ହୋଇ ପାଣି ଗଳିଲାଣି। ୨୦୨୦ ମସିହାରେ ଜାନୁଆରୀ ପହିଲାରେ ଯେତେବେଳେ ପ୍ରତାପ ବାବୁ ନୂଆ ନୂଆ କେନ୍ଦ୍ରମନ୍ତ୍ରୀ ହେବା ପରେ ଗାଁକୁ ଆସିଥିଲେ, ସମସ୍ତେ ଭାବିଥିଲେ ଏବେ କୋଠା ଘର ହେବ । ଏହା ଭିତରେ ୨ବର୍ଷ ବିତି ଯାଇଛି । ପ୍ରତାପ ବାବୁ ଆଉ କେନ୍ଦ୍ରମନ୍ତ୍ରୀ ପଦରେ ନାହାଁନ୍ତି । କିନ୍ତୁ ଘରର ନକ୍ସା ବଦଳି ପାରିଲା ନାହିଁ।

Advertisment

ଜଣେ କେନ୍ଦ୍ର ମନ୍ତ୍ରୀ ଚାଳ ଘରେ ରହିପାରିବେ ନାହିଁ। ଚାଳଘରେ ରହିବା ଆରାମଦାୟକ ନୁହେଁ, କିନ୍ତୁ ଆଜିକାଲି ଯେତେବେଳେ ନେତାମାନେ କ୍ଷମତାକୁ ଆସିବାର ମାସ କେଇଟା ପରେ ଲକ୍ଷପତି କିମ୍ବା କୋଟିପତି ହେଇ ଯାଉଛନ୍ତି, ସମ୍ପତ୍ତି ପରିମାଣ ଦୁଇଗୁଣା ହେଇଯାଉଛି, ସେହିଭଳି ଏକ ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କ ପରି ନେତା ନିଶ୍ଚୟ ବିରଳ।

ତାଙ୍କର ପରିବାର ଜଂଜାଳ ନାହିଁ କି ସେଥିପାଇଁ ଖର୍ଚ୍ଚ ନାହିଁ। କିନ୍ତୁ ସାଧାରଣ ଲୋକଙ୍କ ପାଇଁ ନିଜର ସମସ୍ତ ସମ୍ବଳ ଖର୍ଚ୍ଚ କରିଦେଉଥିବାରୁ ଘରଟିଏ କରିବାକୁ ସମ୍ବଳ ଏକାଠି ହୋଇପାରୁନି। ଏହା କଣ ଆଜିର ନେତାଙ୍କ ପାଇଁ ଏକ ଭଲ ଉଦାହରଣ ନୁହେଁ କି ?

ନୀଳଗିରିରୁ ବିଶ୍ୱମ୍ଭର ଦାସଙ୍କ ରିପୋର୍ଟ

Special Story
Advertisment
Advertisment