Advertisment

ରାଜ୍ୟର ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା

ସେବା ନିବୃତ୍ତ ହେଉଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି।

author-image
Chandan Shishu
ଅଦ୍ୟତନ ହୋଇଛି
Anganwadi Workers

Anganwadi Workers

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟର ଅଙ୍ଗନବାଡ଼ି କର୍ମୀଙ୍କ ଲାଗି ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଛି। ସେବା ନିବୃତ୍ତ ବେଳେ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦ ହଜାର ବଦଳରେ ୪୦ ହଜାର ଟଙ୍କା ମିଳିବ। ମିନି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରୋତ୍ସାହନ ରାଶି ୧୫ ହଜାରରୁ ୩୦ ହଜାରକୁ ଏବଂ ଅଙ୍ଗନବାଡ଼ି ସହାୟକଙ୍କ ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାରକୁ ବୃଦ୍ଧି ହୋଇଛି। 

Advertisment

ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ୧ରୁ ଲାଗୁ ହେବ। ଏଥିସହ କାର୍ଯ୍ୟରତ ବେଳେ ଅସୁସ୍ଥ ହୋଇ ଚିକିତ୍ସାଧୀନ ହେଲେ ସବେତନ ଚିକିତ୍ସା ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। 

ସେହିପରି ପଞ୍ଚାୟତ ସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇଛି।ସେମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବେ ୧ହଜାର ଟଙ୍କା, ସ୍ମାର୍ଟ ଫୋନ୍ କିଣିବା ପାଇଁ ଏକକାଳୀନ ୫ ହଜାର ଟଙ୍କା ମିଳିବ। ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ଏଥିସହ CRP-CM ମାନଙ୍କୁ ପାରିଶ୍ରମିକ ଭାବେ ମାସିକ ୩ହଜାର, ଗସ୍ତ ଖର୍ଚ୍ଚ ମାସିକ ୩୫୦ ଟଙ୍କା ଓ ଟେଲିଫୋନ୍ ଭତ୍ତା ବାବଦରେ ମାସିକ ୧୫୦ ଟଙ୍କା ଘୋଷଣା ହୋଇଛି। ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ। 

Advertisment

ପ୍ରକାଶଥାଉକି, ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଧାରଣା ଦେଇଥିଲେ। ବିଧାନସଭା ଆଗରେ ବିକ୍ଷୋଭ ବି କରିଥିଲେ ଓଡ଼ିଶା ଆଶାକର୍ମୀ ସଂଘ। । ଅଙ୍ଗନବାଡ଼ି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଥିଲେ ଆନ୍ଦୋଳନକାରୀ। ଏହାସହ ସର୍ବନିମ୍ନ ମାସିକ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଥିଲା। ଅଙ୍ଗନବାଡ଼ି ସହାୟିକା ମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି ହୋଇଥିଲା।  

ପୂର୍ବରୁ ଯେଉଁ ଦାବି ରଖାଯାଇଥିଲା, ସେଥିରୁ ସରକାର ୫ ଦଫା ଦାବି ଗ୍ରହଣ କରିଥିବା ସରକାର ଘୋଷଣା କରିଥିଲେ, କିନ୍ତୁ ତାହା ପର ସମୟରେ ଲାଗୁ ହୋଇନଥିଲା। ଦାବି ଗୁଡ଼ିକ ହେଲା, ୧-ଅଙ୍ଗନବାଡିଙ୍କ ୧୫୦୦ ଟଙ୍କା ଦରମା ବଢାଇବା, ୨-ଅଙ୍ଗନବାଡି ଦିଦିଙ୍କ ବୟସ ସୀମା ୬୦ରୁ ୬୨ ବର୍ଷ ବଢାଇବା, ୩- ୫୦ ପ୍ରତିଶତ ସୁପରଭାଇଜର ପଦବୀ ପଦୋନ୍ନତି, ୪-ଖରା ଛୁଟି ଦିଦିମାନଙ୍କ ପାଇଁ ଲାଗୁ କରିବା, ୫-ଅବସର ସୁବିଧା ସେମାନଙ୍କ ଲାଗୁ କରିବା। କିନ୍ତୁ ଏଇ ୫ଟି ଦାବି ମଧ୍ୟରୁ ମାତ୍ର ଗୋଟିଏ ଦାବି ସରକାର ପୂରଣ କରିଛନ୍ତି। ତାହା ହେଲା ବୟସ ସୀମା ବୃଦ୍ଧି କରିବା ଅର୍ଥାତ୍ ୬୦ରୁ ୬୨ ବର୍ଷ ବଢାଇଛନ୍ତି।

Bhubaneswar Anganwadi Worker
Advertisment
Advertisment