• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀର ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ପରକ୍ଷୀଲେ ନୂଆ ଟ୍ରାଫିକ ଡିସିପି । ଲେଫ୍ଟ ଫ୍ରି ୱେ, ଜେବ୍ରା କ୍ରସିଂ ଫ୍ରି ରଖିବା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ଟ୍ରାଫିକ୍ ଡିସିପି । ଟ୍ରାଫିକ୍ ଛକରେ ବାମ ପାର୍ଶ୍ୱକୁ ବନ୍ଦ କରି ରଖୁଥିବା ଚାଳକଙ୍କୁ କିଛିଦିନ ସଚେତନ କରାଯିବ, ହେଲେ ନିୟମକୁ ଆଗକୁ ନ ମାନିଲେ ଫାଇନ୍ ଆଦାୟ ହେବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକ ଗୋଳମାଳିଆ ଟ୍ରାଫିକ ବ୍ୟବସ୍ଥାରେ ଶୀଘ୍ର ସୁଧାର ଏବଂ ସହରର ଟ୍ରାଫିକ ସିଙ୍ଗନାଲରେ ସୁଧାର ଆଣିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।

ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଖୋଦ୍ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ । ବ୍ୟସ୍ତ ବହୁଳ ଟ୍ରାଫିକ୍‌କୁ କେମିତି କଣ୍ଟ୍ରୋଲ କରିବେ କେମିତି ଟ୍ରାଫିକ ସମସ୍ୟା ସୁଧୁରିବ, ଏନେଇ ବ୍ରୁପ୍ରିଣ୍ଟ ତିଆରି ହେଉଛି ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୁଶ୍ରୀ । ଟ୍ରାଫିକ ପୋଷ୍ଟରେ ବାମପାର୍ଶ୍ୱକୁ ମୁକ୍ତ ସହ ଜେବ୍ରା କ୍ରସିଂ ମୁକ୍ତ ରଖିବାକୁ ଗୁରୁତ୍ୱ ଦେଇଛନ୍ତି ଡିସିପି । ବିଭିନ୍ନ ଟ୍ରାଫିକ୍ ଛକରେ ସିଗନାଲ ବ୍ୟବସ୍ଥାରେ ସୁଧାର ସହ ଟ୍ରାଫିକକୁ ଭିଡ ମୁକ୍ତ ରଖିବାକୁ ମୁଖ୍ୟ ପ୍ରୟାସ ରହିବ ବୋଲି ସେ କହିଛନ୍ତି ।

ରାଜଧାନୀର ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ପରକ୍ଷୀଛନ୍ତି ନୂଆ ଟ୍ରାଫିକ୍ ଡିସିପି । ଅନେକ ସମୟରେ ଆମ୍ବୁଲାନ୍ସ ବାମପଟେ ଯିବାକୁ ଚେଷ୍ଟା କଲେ ବି ଭିଡ ଯୋଗୁ ଯାଇପାରୁନି । ଆଗକୁ କିଛି ଦିନ ଲୋକଙ୍କୁ ଲେଫ୍ଟ ଫ୍ରି ୱେ ନେଇ ସଚେତନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ପରେ ନିୟମ ନ ମାନିଲେ ୫୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ ହେବ ବୋଲି ସେ କହିଛନ୍ତି ।

 

ଏପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଫାଇନକୁ କଡା କଡି କରାଯାଇଛି । ତଥାଫି କିଛି ଅମାନିଆ ନିୟମକୁ ବରାବର ଉଲଂଘନ କରୁଛନ୍ତି । ହେଲ୍‌ମେଟ ନପିନ୍ଧିବା, ଗାଡି ଚଳାଇବା ବେଳେ ଫୋନରେ ଗପିବା, ଦ୍ରୁତ ଗାଡି ଚାଳନା ଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ ହେଉଥିବାର ବାରମ୍ବାର ଦେଖିବାକୁ ମିଳୁଛି । ତେବେ ସହରରକୁ ଭିଡ ମୁକ୍ତ କରିବାକୁ ହେଲେ ସମସ୍ତେ ଟ୍ରାଫିକ ନିୟମ ମାନିବା ସହ କିଛି ବ୍ୟବସ୍ଥାରେ ସୁଧାର ଜୁରୁରୀ ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ମକବୁଲ୍ ଅଲ୍ଲି କହିଛନ୍ତି ।