Advertisment

ଲକ୍‌ଡାଉନ୍‌ର ମୌକାରେ ୧୪୫ରୁ ଅଧିକ ଡିଗ୍ରୀ ହାସଲ

ଲକ୍‌ଡାଉନ୍ କାହାକୁ ବାଧିଛି ତ କାହାର ବେକାର କରିଦେଇଛି। କିନ୍ତୁ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲକ୍‌ଡାଉନ୍‌ର ସୁଯୋଗ ନେଇ ୧୪୫ରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ଏହା ସମସ୍ତଙ୍କୁ ପ୍ରେରଣ ଦେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
During lockdown  man completed 145 degrees

During lockdown man completed 145 degrees

କରୋନାର ତୃତୀୟ ଲହର କାରଣରୁ ଲକଡାଉନ୍ ଖବର ଶୁଣି ଲୋକେ ବିରକ୍ତ ହେବ ସହ ଭାବିବାକୁ ଲାଗିଲେଣି ଯେ ବର୍ତ୍ତମାନ ସେମାଙ୍କୁ ପୁଣି ଥରେ ଘରେ ତାଲା ବନ୍ଦ ହୋଇ ରହିବାକୁ ପଡିବ। ଅନେକ ଲୋକ ଲକ୍‌ଡାଉନ୍‌ରେ ମାନସିକ ସ୍ତରରେ ବିବ୍ରତ ମଧ୍ୟ ହୋଇପଡିବା ଦେଖାଯାଏ। କାରଣ ସେମାନେ ଦିନସାରା ଘରେ ବସିବା ପରେ କ’ଣ କରିବେ ବୁଝି ପାରନ୍ତି ନାହିଁ। କିନ୍ତୁ, କେରଳର ଜଣେ ବ୍ୟକ୍ତି ଲକଡାଉନ୍‌ର ସୁଯୋଗ ଉଠେଇଛନ୍ତି। ସେ ଏମିତି କାମ କରିଛନ୍ତି ଯେ ଯାହା ସମସ୍ତଙ୍କୁ ପ୍ରେରଣ ଦେଉଛି।

Advertisment

ଏହି ମୌକାରେ ସେ ଏମିତି କିଛି କାମ କରିଛନ୍ତି ଯାହା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହା ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ଏହି ବ୍ୟକ୍ତି ଲକ୍‌ଡାଉନ୍ ସମୟରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୪୫ ରୁ ଅଧିକ ସାର୍ଟିଫିକେଟ୍ ହାସଲ କରିଥିବା କହିଛନ୍ତି।

ଥିରୁବନନ୍ତପୁରମର ବାସିନ୍ଦା ଶାଫି ବିକ୍ରମନ୍ କହିଛନ୍ତି ଯେ କୋଭିଡ୍ ଯୋଗୁଁ ଲକ୍‌ଡାଉନ୍ ସମୟରେ ସେ ପ୍ରାୟ ୧୬ଟି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୪୫ରୁ ଅଧିକ ପ୍ରମାଣପତ୍ର ପାଇଛନ୍ତି। ବିକ୍ରମ କହିଛନ୍ତି ଯେ ସେ ଏହି ପ୍ରକ୍ରିୟା ଲକ୍‌ଡାଉନ୍ ସମୟରେ ଆରମ୍ଭ କରିଥିଲେ ଏବଂ ଏହି ପାଠ୍ୟକ୍ରମଗୁଡ଼ିକୁ ହାସଲ କରିବା ପାଇଁ ସେ ଦିନକୁ ୨୦ ଘଣ୍ଟାରୁ ଅଧିକ ସମୟ ବିତାଉଥିଲେ। ସେ କହିଛନ୍ତି, ଲକ୍‌ଡାଉନ୍ ଏପରି ଏକ ପରିସ୍ଥିତି ଥିଲା ଯେଉଁଠାରେ ଲୋକମାନେ ବାହାରକୁ ଆସିପାରି ନଥିଲେ, ମୁଁ ସେହି ସମୟକୁ ସର୍ବାଧିକ ସ୍ତରରେ ବ୍ୟବହାର କରିଥିଲି।

Advertisment

ତାଙ୍କ ଅଭିଜ୍ଞତା ବିଷୟରେ ବିକ୍ରମନ କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପାଇଥିବା କିଛି ପାଠ୍ୟକ୍ରମ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା, କିନ୍ତୁ ଗୋଟିଏ ପରେ ଗୋଟିଏ ଶେଷ କରିବା ପରେ ସେ ଅନୁଭବ କଲେ ଯେ ଏହା ତାଙ୍କ ପାଇଁ ଏକ ଭଲ ସୁଯୋଗ। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପାଠ୍ୟକ୍ରମ ସମାପ୍ତ କରିବାକୁ ହେଲେ ଆପଣଙ୍କୁ ଏକାଡେମିକ୍ ପ୍ରତିଭାବାନ କିମ୍ବା ଯଥେଷ୍ଟ ସ୍ମାର୍ଟ ହେବାକୁ ପଡିବ କିନ୍ତୁ ସମସ୍ତେ ତାହା କରିପାରିବେ ନାହିଁ।

ବିକ୍ରମନ କହିଛନ୍ତି, “ଲୋକମାନଙ୍କୁ ଏହି ପାଠ୍ୟକ୍ରମ ପାଇଁ ମଧ୍ୟ ଦେୟ ଦେବାକୁ ପଡେ, କିନ୍ତୁ ମୁଁ ସୌଭାଗ୍ୟବାନ୍ ଯେ ମୁଁ କୌଣସି ମୂଲ୍ୟ ଦେଇ ନ ଥିଲି। ଯଦି ଏହା ମାଗଣା ନ ହୋଇଥାନ୍ତା ତେବେ ଏହା ନିଶ୍ଚିତ ଥିଲା ଯେ ମୁଁ ଏହିସବୁ ପାଠ୍ୟକ୍ରମ ସମାପ୍ତ କରିପାରି ନ ଥା'ନ୍ତି। କାରଣ ଆମେ ଏତେ ଦେୟ ଦେଇ ପାରିବୁ ନାହିଁ।”

Inspiration
Advertisment
Advertisment