• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

upside down scalp massage keeps hair healthy and boost growth
Hair Care: ଖପୁରୀକୁ ଏମିତି କରନ୍ତୁ ମସାଜ୍; ଚୁଟି ଲମ୍ବା ହେବ, ଝଡ଼ିବ ନାହିଁ

କିଛି ଲୋକ ଚୁଟିରେ ତେଲ ଲଗାଇବା ସମୟରେ ଖପୁରୀକୁ ସଠିକ୍ ଭାବରେ ମାଲିସ୍ କରନ୍ତି ନାହିଁ। ସେମାନେ କେବଳ ଚୁଟିରେ ହିଁ ତେଲ ମାରି ଦିଅନ୍ତି। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ସୁସ୍ଥ ରହୁ ଏବଂ ଲମ୍ବା ହେଉ, ତେବେ ଆପଣ କିପରି ଖପୁରୀକୁ ସଠିକ୍ ଭାବରେ ମସାଜ୍ କରିବେ ତାହା ଜାଣିବା ଜରୁରୀ।

How to increase emotional development and self esteem in your sons
Parenting Tips: ଆପଣଙ୍କ ପୁଅକୁ କୁହନ୍ତୁ ଏହି ୬ଟି କଥା; ସେମାନେ ହେବେ ନାହିଁ ଉଗ୍ର

ଆପଣ କେବେ ଚିନ୍ତା କରିଛନ୍ତି କି ପୁଅମାନେ କାହିଁକି ଏତେ ଉଗ୍ର ବା ଆକ୍ରମଣାତ୍ମକ ହେଉଛନ୍ତି? ଏହାର ସବୁଠାରୁ ବଡ କାରଣ ହେଉଛି ପିଲାଦିନରୁ ତାଙ୍କ ଭାବନାକୁ ରୋକିବାକୁ ଚେଷ୍ଟା କରିବା। ସେମାନଙ୍କୁ ଏଥିରୁ ମୁକ୍ତ କରିବା ପାଇଁ ଏହି ୬ଟି କଥା ଶିଖାନ୍ତୁ।

How to prevent foods spoilage in summer
Tips and Tricks: ଖରା ଦିନେ ଖାଦ୍ୟକୁ ସତେଜ ରଖିବା ନେଇ କେତେକ ସହଜ ଉପାୟ

ଗ୍ରୀଷ୍ମ ଋତୁରେ ବହୁ ଖାଦ୍ୟ ଅଧିକ ସମୟ ରହିବା ପରେ ନଷ୍ଟ ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ କେତେକ ଖାଦ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବାକୁ ଚାହାଁନ୍ତି, ତେବେ କିଛି ଉପାୟ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।

Face Yoga That Helps Getting Wrinkle Free Skin
Yogasana: ପ୍ରତିଦିନ କରନ୍ତୁ ଏହି ୩ ଫେସ୍ ଯୋଗ; ମୁହଁରେ ପଡିବନି କୁଞ୍ଚ

ବାର୍ଦ୍ଧକ୍ୟ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ବୟସ ବଢିବା ସହିତ ଏହା ଆମ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଚର୍ମରେ କୁଞ୍ଚ ଦେଖାଯିବା ଆରମ୍ଭ ହୁଏ, ଦାଗ ଦେଖାଯିବା ଆରମ୍ଭ କରେ ଏବଂ ଗାଲ ଝୁଲିପଡେ। କିନ୍ତୁ ଆପଣ ଚେଷ୍ଟା କଲେ ବାର୍ଦ୍ଧକ୍ୟର ଏହି ପ୍ରଭାବରୁ ଚର୍ମକୁ ରକ୍ଷା କରିପାରିବେ।

How much salt should be consumed daily according to age
Health Tips: ବୟସ ଅନୁସାରେ ଦିନକୁ କେତେ ଲୁଣ ଖାଇବା ଜରୁରୀ ଆସନ୍ତୁ ଜାଣିବା

ଅଧିକାଂଶ ଲୋକ ଦୈନିକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ। ଏହା ଏପରି ଅନେକ ରୋଗର ଆଶଙ୍କା ବଢାଇଥାଏ, ଯାହା ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ କରିଥାଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଗୋଟିଏ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ? କେଉଁ ବୟସରେ କେତେ ଲୁଣ ଖାଇବା ଉଚିତ?

First job tips for successful career and tension free office life
Career Tips: ଆପଣ ପ୍ରଥମ ଚାକିରି ପାଇ ଉତ୍ସାହିତ କି; ଏହି ୬ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, କାମରେ ଆସିବନି ଚାପ

ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ।

Tips and tricks how to keep kitchen cool in hot summer days
Tips and Tricks: ରୋଷେଇ ଘରେ ବେଶି ଗରମ ହେଉଛି କି; ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଖରା ଦିନେ ରୋଷେଇ ଘରକୁ ଯିବାକୁ କିଏ ବା ଚାହେଁ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଚାହୁଥିବେ ଏମିତି କ’ଣ କଲେ ରୋଷେଇ ଘରେ ଏତେ ଗରମ ହେବ ନାହିଁ। ତେବେ ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ। ଏହି ଟିପ୍ସଗୁଡିକ ଚେଷ୍ଟା କରନ୍ତୁ, ରୋଷେଇ ଘରେ ଗରମରୁ ରକ୍ଷା ମିଳିବ।

If you eat these 5 things with tea then give it up today
Tea Time Tips: ଚା’ ସହିତ ଖାଉଛନ୍ତି କି ଏହି ୫ ଜିନିଷ, ଆଜି ହିଁ ଛାଡନ୍ତୁ; ନଚେତ ହେଇପାରେ ଏମିତି ଅବସ୍ଥା

ଆଜିକାଲି ପ୍ରାୟ ସମସ୍ତେ ଚା’ ପ୍ରିୟ। ଯଦି ଚା ସହିତ କିଛି ଖାଇବାକୁ ମିଳିଗଲା ତେବେ କଥା ସରିଲା। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଚା’ ସହିତ ଖାଇବା ଉଚିତ ନୁହେଁ। ଡାକ୍ତରଙ୍କ ଅନୁଯାୟୀ ଏହା ଅନେକ ପେଟ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ।

Yoga tips know yoga poses for weakness
Yogasana: ଆପଣ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି କି; କରନ୍ତୁ ଏହି ଯୋଗ, ଶରୀରରେ ଖେଳିଯିବ ଶକ୍ତି

ଦିନ ସାରା କ୍ଳାନ୍ତ ଲାଗିବା ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଏଭଳି ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ, ଆପଣ ଦିନସାରା ଶୋଇଲେ ବି କିଛି ଲାଭ ହୁଏନି। ଏପରି ପରିସ୍ଥିତିରେ, ଥକାପଣ ଏବଂ ଦୁର୍ବଳତାର ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ କରିପାରିବେ।

These 5 secrets never share anyone unless you can be cheated
Relationship: କାହାକୁ ବି କୁହନ୍ତୁ ନାହିଁ ଏହି ୫ଟି ଗୁପ୍ତ କଥା; ହୋଇପାରନ୍ତି ଅପମାନିତ

ଅନେକ ସମୟରେ ଏମିତି ହୁଏ ଯେ କଥାବାର୍ତ୍ତା କରିବା ସମୟରେ ବ୍ୟକ୍ତି ଭାବନାରେ ଏମିତି ବୁଡିଯାଏ ଯେ ଯେଉଁ କଥା ନ କହିବା ଉଚିତ ତାହା କହିଦିଏ। ନିଜର ଏମିତି ଛୋଟ ଛୋଟ ଭୁଲ୍ ପାଇଁ ପରେ ଅପମାନିତ ହେବାକୁ ପଡେ। ତେବେ ସେହି ରହସ୍ୟଗୁଡିକ କ’ଣ ଯାହା କେବେବି କାହା ସହିତ ଶେୟାର କରିବା ଉଚିତ ନୁହେଁ।

Use amla to darken white hair at home
Hair Care: ଘରେ ତିଆରି କରନ୍ତୁ ଅଁଳାରେ ମାସ୍କ; ଧଳା ଚୁଟିରେ ଲଗାନ୍ତୁ, ହୋଇଯିବ କଳା

ଆପଣଙ୍କ ଚୁଟି ପାଚି ଗଲାଣି କି… ଘରୋଇ ଉପାୟରେ କରିପାରିବେ ପ୍ରାକୃତିକ କଳା। ଧଳା ଚୁଟିକୁ କଳା କରିବା ପାଇଁ ଆପଣ ଅଁଳା ବ୍ୟବହାର କରିପାରିବେ। ତେବେ ଧଳା ଚୁଟିକୁ କଳା କରିବା ପାଇଁ ଅଁଳା କେଉଁ ଉପାୟରେ ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା।

4 easy tips to get rid of smartphone or mobile addiction in children
Parenting Tips: ଆପଣଙ୍କ ପିଲା ମୋବାଇଲ୍ ନିଶାରେ ପୀଡିତ କି… ଛଡାଇବାର ୪ ସହଜ ଉପାୟ

ମୋବାଇଲ୍ ନିଶା ପିଲାମାନଙ୍କର ଖାଲି କ୍ୟାରିୟର୍ ଉପରେ ପ୍ରଭାବ ପକାଉ ନାହିଁ, ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି। ଏହି କାରଣରୁ ସାରା ଦେଶରେ ପିଲାମାନେ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଏହି ନିଶା ଛଡାଇବାର ୪ ସହଜ ଉପାୟ।

If you want to make your child mentally sharp and intelligent do these 8 things
Parenting Tips: ଆପଣଙ୍କ ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ କରିବାକୁ ଚାହୁଥିଲେ ଏହି ୭ଟି ଟିପ୍ସ ଆପଣାନ୍ତୁ

ପିଲାମାନଙ୍କୁ ମାନସିକ ସ୍ତରରେ ତୀକ୍ଷ୍ଣ କରିବାକୁ ବାପାମାଆ ସବୁ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେମାନଙ୍କୁ ସୁସ୍ଥ ଖାଦ୍ୟ ଦିଅନ୍ତି। ସେମାନଙ୍କ ଉଚିତ ଯତ୍ନ ନିଅନ୍ତି। ଏତେସବୁ କରିବା ପରେ ମଧ୍ୟ ଅନେକ ପିଲା ଅଛନ୍ତି ଯେଉଁମାନେ ପଛରେ ପଡିଯାଆନ୍ତି। ଆପଣଙ୍କ ଯଦି ପିଲାଙ୍କୁ ସ୍ମାର୍ଟ ଆଉ ବୁଦ୍ଧିମାନ କରିବାକୁ ଚାହୁଛନ୍ତି ତେବେ ଏହି ୭ଟି ଟିପ୍ସ ଗ୍ରହଣ କରନ୍ତୁ।

Know main cause of high blood pressure and yogic treatment
World Hypertension Day 2024: ପ୍ରତିଦିନ କରନ୍ତୁ ଏହି ୭ ଯୋଗ; ଚାପରୁ ମୁକ୍ତି, ଦୂର ହେବ ଉଚ୍ଚ ରକ୍ତଚାପ

ଆଜିର ଖରାପ ଜୀବନଶୈଳୀ ଏବଂ ଗଡବଡ ଖାଦ୍ୟ ଅଭ୍ୟାସ କାରଣରୁ ଉଚ୍ଚ ରକ୍ତଚାପ ବିପଦ ଯଥେଷ୍ଟ ବୃଦ୍ଧି ପାଉଛି। ଯଦି ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀରେ ଉନ୍ନତି ଆସେ ତେବେ ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ଉଚ୍ଚ ରକ୍ତଚାପକୁ ଦୂର କରିବା ପାଇଁ କେଉଁ ଯୋଗ କରିବେ ଜାଣନ୍ତୁ।

Know the common causes of conflict in family
International Family Day 2024: ଦୂର କରିଦିଅନ୍ତୁ ଏହି ୫ ଜିନିଷ; ପରିବାରରେ ଖେଳିଯିବ ସୁଖ-ଶାନ୍ତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କିନ୍ତୁ ଏହି ପରିବାର ଭାଙ୍ଗିବାରେ ଲାଗିଛି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। ଯଦି ଆପଣ ନିଜ ପରିବାରକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ମତଭେଦ ହେବାର ପାଞ୍ଚଟି କାରଣ କ’ଣ ଜାଣିନେବା ଦରକାର।

if you have diabetes find out you can eat rice or not
Nutrients: ଆପଣଙ୍କର ଡାଏବେଟିସ୍ ଅଛି କି... ଭାତ ଖାଇ ପାରିବେ ନା ନାହିଁ ଜାଣନ୍ତୁ….

ଡାଏବେଟିସ୍ ଥିଲେ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଯାଏ। କେହି କେହି ତ ଭାତ ଖାଇବା ପୂରା ବନ୍ଦ ହିଁ କରିଦିଅନ୍ତି। ତେବେ ସତରେ କ'ଣ ଭାତ ବନ୍ଦ କରି କେବଳ ରୁଟି ଖାଇବା ଦ୍ୱାରା ଡାଏବେଟିସ୍ ନିୟନ୍ତ୍ରଣରେ ରୁହେ? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

Parents should ask these questions to their child today otherwise it will be too late
Parenting Tips: ଆଜି ହିଁ ଆପଣଙ୍କ ପିଲାଙ୍କୁ ପଚାରନ୍ତୁ ଏହି ୭ ପ୍ରଶ୍ନ; ନଚେତ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବ

ଏମିତି କିଛି ପ୍ରଶ୍ନ ଅଛି ଯାହା ଆପଣଙ୍କ ପିଲାଙ୍କୁ ସୁଯୋଗ ଦେବ ସେମାନଙ୍କର ଭାବନାକୁ ଶେୟାର କରିବାରେ ଏବଂ ନିଜ ଭିତରେ ଚାପି ହୋଇଥିବା କଥାଗୁଡିକୁ ପ୍ରକାଶ କରିବାରେ। ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ବାପାମାଆ ନିଜ ପିଲାଙ୍କୁ କେଉଁ ପ୍ରଶ୍ନ ପଚାରିବା ଆବଶ୍ୟକ।

Parenting tips why children don’t like their relatives
Parenting Tips: ଆପଣଙ୍କ ପିଲା ସଂପର୍କୀୟଙ୍କ ସହ ମିଶିବାକୁ ପସନ୍ଦ କରୁ ନାହାନ୍ତି କି… ଜାଣନ୍ତୁ ଏହାର କାରଣ କ’ଣ

ଆଜିକାଲି ପିଲାମାନଙ୍କ ଦୁନିଆଁ ମୋବାଇଲ୍ ସ୍କ୍ରିନ୍, ସୋସିଆଲ୍ ସାଇଟ୍, ସାଙ୍ଗ ଏବଂ ନିଜ ଭିତରେ ସୀମିତ ହୋଇ ରହିଯାଇଛି। ସେମାନେ ସଂପର୍କର ମୂଲ୍ୟ ବୁଝୁ ନାହାନ୍ତି। ଆପଣ କେବେ ଭାବିଛନ୍ତି କି ସେମାନଙ୍କ ଏପରି ଆଚରଣ ପଛରେ କାରଣ କ’ଣ ହୋଇପାରେ?

Six ways to increase communication in marriage life
Relationship Tips: ଆପଣ ବିବାହିତ… ଏକାଠି ରହୁଛନ୍ତି… ନିଜ ପାର୍ଟନର ସହ ଭଲରେ କଥା ହୋଇପାରୁ ନାହାନ୍ତି; ଆପଣଙ୍କ ପାଇଁ ୬ଟି ଟିପ୍ସ

ଆପଣ ବିବାହିତ ହୋଇ ଏକାଠି ରହୁଛନ୍ତି କିନ୍ତୁ ଆପଣଙ୍କ ପାର୍ଟନର ସହ ଭଲ ପଡୁନି। ଆପଣଙ୍କ ଯଦି ଯୋଗାଯୋଗରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ତେବେ କେଉଁସବୁ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ଆସନ୍ତୁ ଜାଣିବା।

What is 7 friends theory these type of people you need in your circle for happy life
Relationship Tips: ଜୀବନକୁ ସୁସ୍ଥ ଓ ସୁଖମୟ କରିବା ପାଇଁ ‘୭ ଫ୍ରେଣ୍ଡସ୍ ଥିଓରୀ’ ସାଙ୍ଗ ରହିବା ଜରୁରୀ

ବାସଗୃହ, ବାୟୁ, ଜଳ ଏବଂ ଖାଦ୍ୟ ପରେ ମଣିଷର ଆହୁରି ଏକ ବଡ ଆବଶ୍ୟକତା ହେଉଛି ସମ୍ପର୍କ। ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଯଦି ଆପଣଙ୍କର ଜଣେ ଭଲ ବନ୍ଧୁ ଅଛନ୍ତି, ତେବେ ଆପଣଙ୍କର ଜୀବନକାଳ ପ୍ରାୟ ୭ ବର୍ଷ ବଢିଯିବ। ତେବେ ବନ୍ଧୁମାନଙ୍କ ପରିସରରେ କେଉଁ ପ୍ରକାରର ଲୋକ ରହିବା ଜରୁରୀ ତାହା ଜାଣିବା ଜରୁରୀ।

Beauty Tips
ତ୍ୱଚା ପାଇଁ ମଲ୍ଲୀ ଫୁଲ, ମିଳେ ଅନେକ ଫାଇଦା

ମଲ୍ଲୀ ଫୁଲର ମନଲୋଭା ବାସ୍ନା ଖୁବ୍‌ ସୁନ୍ଦର । କିନ୍ତୁ କଣ ଆପଣ ଜାଣନ୍ତି କି ଏହା କେବଳ ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ସୌନ୍ଦର୍ଯ୍ୟ ବଢାଇଥାଏ । ମଲ୍ଲୀ ଫୁଲର ଅନେକ ଉପକାରୀ ଗୁଣ ରହିଛି ଯାହା ତ୍ୱଚାରେ ଚମକ ଆଣିଥାଏ ।

How to make natural sindoor at home
How To Make Sindoor: ସିନ୍ଥିରେ ସିନ୍ଦୂର ଲଗେଇବା ଦ୍ୱାରା ଝଡୁଛି ଚୁଟି; ଘରେ ତିଆରି କରନ୍ତୁ ପ୍ରାକୃତିକ ସିନ୍ଦୂର

ଆପଣ ଜାଣନ୍ତି କି ସଧବା ନାରୀର ପ୍ରତୀକ ଏହି ଟୋପାଏ ସିନ୍ଦୂର କେଶ ଏବଂ ଚର୍ମର ଅନେକ ସମସ୍ୟାର ମୂଳ କାରଣ ପାଲଟିଛି? ବଜାରରେ ମିଳୁଥିବା ସିନ୍ଦୂର ଚୁଟି ଝଡିବାର ମୂଳ କାରଣ। ଜାଣନ୍ତୁ ଘରେ ସିନ୍ଦୁର ତିଆରି କରିବାର ୩ ଉପାୟ।

Five parenting tips how to make your child emotionally strong
Parenting Tips: ଆପଣଙ୍କ ପିଲା ଟିକେ ଟିକେ କଥାରେ କାନ୍ଦିପକାଉଛି କି; ପିଲାଙ୍କୁ ଦୃଢ କରିବାକୁ ୫ଟି ଟିପ୍ସ

ଅନେକ ପିଲା ଅଛନ୍ତି ଯେଉଁମାନେ ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଆରମ୍ଭ କରନ୍ତି। ଯଦି ଆପଣଙ୍କ ପିଲା ମଧ୍ୟ ଏପରି ସସସ୍ୟାକୁ ସାମ୍ନା କରୁଛି ଆଉ ଆପଣ ନିଜର ପିଲାର ଏହି ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ଏବଂ ପିଲାକୁ ଉଭୟ ମାନସିକ ଏବଂ ଭାବନାତ୍ମକ ଭବେ ଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ।

How Mangoes help to Stay Healthy in the Summer
Nutrients: ଖରାଦିନେ ସୁସ୍ଥ ରହିବା ପାଇଁ କିପରି ସହଯୋଗ କରେ ଆମ୍ବ

ଆପଣ ଜାଣନ୍ତି କି, ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ୱ ଖାଇବାକୁ ଯେତିକି ମିଠା ସେତିକି ପୁଷ୍ଟିତତ୍ତ୍ୱରେ ମଧ୍ୟ ଭରପୂର। ତେବେ ଆସନ୍ତୁ ଆମ୍ୱର ଏହି ପୌଷ୍ଟିକ ଗୁଣ ବିଷୟରେ ଜାଣିନେବା।

drink dal soup for weight loss
ଓଜନ କମାଇବା ପାଇଁ ଚାହୁଁଛନ୍ତି କି...ପି‌ଅନ୍ତୁ ଏହି ୫ଟି ସୁପ୍...

ବେଳେବେଳେ ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି , ତେବେ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍...