Advertisment

Tips And Tricks: ଛାତରେ କରୁଛନ୍ତି କି ଚାଷ… ଜାଣନ୍ତୁ ବିନା ସାରରେ କିପରି ପାଇବେ ଅଧିକ ଉତ୍ପାଦନ

ଯଦି ଆପଣ ନିଜ ଘରର ଛାତରେ ଏକ ବଗିଚା କରିଛନ୍ତି ତେବେ ଏହି ଖବର ଉପରେ ନଜର ପକାଇବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଛାତ ବଗିଚାର କିଛି ଟିପ୍ସ କହିବୁ, ଯାହା ଦ୍ୱାରା ଜୈବିକ ସାର ବ୍ୟବହାର କରି ଆପଣ ପ୍ରଚୁର ପନିପରିବା ପାଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
cultivate vegetables on the roof of your house

cultivate vegetables on the roof of your house

ଆଜିକାଲି ବଜାରରେ ମିଳୁଥିବା ପନିପରିବାରେ ବହୁ ପରିମାଣର ରାସାୟନିକ କୀଟନାଶକ ଏବଂ ସାର ବ୍ୟବହାର କରାଯାଉଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ। ଏନେଇ ଆମେ ଖାଦ୍ୟ ନାମରେ ପ୍ରତିଦିନ ବିଷ ଖାଉଛେ। ଏହା ପରବର୍ତ୍ତି ସମୟରେ ଅନେକ ରୋଗର କାରଣ ହେଉଛି।

Advertisment

ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନେକ ଘରେ ଜୈବ ପନିପରିବା ଚାଷ କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଛାତ ବଗିଚାର ଧାରା ଦ୍ରୁତ ଗତିରେ ବଢିବାରେ ଲାଗିଛି ଏବଂ ଅନେକ ଲୋକ କୁଣ୍ଡ, ଟ୍ରେ, ଜରି ମୁଣି ଆଦି ସାହାଯ୍ୟରେ ଛାତ ବଗିଚା ଆରମ୍ଭ କରୁଛନ୍ତି।

cultivate vegetables on the roof of your houseଛାତ ବଗିଚାର ଧାରା ଦ୍ରୁତ ଗତିରେ ବଢିବାରେ ଲାଗିଛି

ଯଦି ଆପଣ ନିଜ ଘରର ଛାତରେ ଏକ ବଗିଚା କରିଛନ୍ତି ତେବେ ଏହି ଖବର ଉପରେ ନଜର ପକାଇବା ଜରୁରୀ। ଏଠାରେ ଆମେ ଆପଣଙ୍କୁ ଛାତ ବଗିଚାର କିଛି ଟିପ୍ସ କହିବୁ, ଯାହା ଦ୍ୱାରା ଜୈବିକ ସାର ବ୍ୟବହାର କରି ଆପଣ ପ୍ରଚୁର ପନିପରିବା ପାଇ ପାରିବେ।

Advertisment

ଋତୁ ଅନୁଯାୟୀ ଚାଷ:

ଋତୁ ଅନୁଯାୟୀ ଛାତ ବଗିଚାରେ ପନିପରିବା ଆଦି ଚାଷ କରିବାକୁ ହୁଏ। ବର୍ତ୍ତମାନ ଶୀତ ଦିନ ଚାଲିଥିବାରୁ କୋବି ଭଳି ପନିପରିବା, ଧନିଆ, ପାଳଙ୍ଗ ଏବଂ ସୋରିଷ ଆଦି ବୁଣି ପାରିବେ। ଏସବୁ ଛାତ ଉପରେ ଅତି ସହଜରେ କରାଯାଇପାରେ।

cultivate vegetables on the roof of your houseଋତୁ ଅନୁଯାୟୀ ଛାତ ବଗିଚାରେ ପନିପରିବା ଆଦି ଚାଷ କରିବାକୁ ହୁଏ

କୋବିଜାତୀୟ:

କୋବିଜାତୀୟ ପନିପରିବାରେ ଫୁଲକୋବି, ପତ୍ର କୋବି, ବ୍ରୋକୋଲି ଆଦି ଖୁବ ସହଜରେ ଜରି ମୁଣି କିମ୍ବା ବଡ଼ କୁଣ୍ଡରେ ଚାଷ କରାଯାଇପାରିବ।

ମଞ୍ଜିରୁ ଚାରା:

ଏସବୁ କରିବାକୁ ହେଲେ ପ୍ରଥମେ ଗୋଟିଏ ପାତ୍ରରେ ମଞ୍ଚି ବୁଣି ଚାରା କରିବାକୁ ହେବ। ଚାରାଗୁଡିକରେ ୪ ରୁ ୬ଟି ପତ୍ର ଆସିବା ପରେ, ସେଗୁଡିକୁ ଅଲଗା ବ୍ୟାଗ୍ କିମ୍ବା କୁଣ୍ଡରେ ନେକ ଲଗାଇବାକୁ ହୋଇଥାଏ। ଚାରା ଲଗାଇବା ପୂର୍ବରୁ ମାଟି ସହିତ ଗୋବର ଖର ମିଶାଇ କୁଣ୍ଡରେ ଭରିବାକୁ ହୁଏ।

ମୂଳା ଚାଷ:

ଛାତ ଉପରେ ଅତି ସହଜରେ ମୂଳା ଚାଷ ମଧ୍ୟ କରାଯାଇ ପାରିବ। ଏଥିରେ ବଡ ପାତ୍ରର ମଧ୍ୟ ଆବଶ୍ୟକ ନାହିଁ। ଏପରିକି ମୂଳାକୁ ଛୋଟ ବୋତଲରେ ମଧ୍ୟ କରାଯାଇ ପାରିବ। ଏହା କରିବାକୁ ହେଲେ ପ୍ରଥମେ କିଛି ମାଟି, ବାଲି ଆଉ ଗୋବର ଖତ ମିଶାଇ ପ୍ରସ୍ତୁତ କରନ୍ତୁ। ଏହାକୁ ପାତ୍ରରେ ଭରନ୍ତୁ। ଛୋଟ ବୋତଲ ହୋଇଥିଲେ ଗୋଟିଏ ମଞ୍ଜି ପକାନ୍ତୁ। ବଡ ପାତ୍ର ହୋଇଥିଲେ ପାତ୍ର ଅନୁସାରେ ମଞ୍ଜି ପକାଇପାରିବେ। ଏହାକୁ ସିଧାସଳଖ ଚାଷ କରାଯାଏ।

cultivate vegetables on the roof of your houseଛାତ ଉପରେ ଅତି ସହଜରେ ମୂଳା ଚାଷ କରାଯାଇ ପାରିବ

ଧନିଆ-ସୋରିଷ:

ଧନିଆକୁ ଯେକୌଣସି ଛୋଟ ପାତ୍ରରେ ସହଜରେ ବୁଣାଯାଇପାରେ। ସେହିଭଳି ସୋରିଷକୁ ମଧ୍ୟ ଏକ ଛୋଟ କିମ୍ବା ବଡ ଜରି ମୁଣିରେ ସିଧାସଳଖ ବଢାଯାଇପାରିବ ଏବଂ ଏହା ଅତି ସହଜରେ ବଢିଥାଏ।

ଛାତ ବଗିଚାରେ ପତ୍ରଯୁକ୍ତ ପନିପରିବା ଚାଷ କରିବା ଅତି ସହଜ। ଏହା ବ୍ୟତୀତ ଆପଣ ଲେମ୍ବୁ ପରି ଫଳ ଗଛ ମଧ୍ୟ ଲଗାଇପାରିବେ। ଏହାକୁ ବଡ କୁଣ୍ଡ ବା ଜରିମୁଣିରେ ଲଗାଯାଇପାରିବ। ଆପଣଙ୍କ ଘରୁ ବାହାରୁଥିବା ବିଭିନ୍ନ ପନିପରିବାର ଆବର୍ଜନାକୁ ବାଜାରେ ନ ଫୋପାଡି ଏହିସବୁ ଗଛ ମୂଳରେ ଦେଇପାରିବେ। ଏଥିରୁ ଗଛ ଅନେକ ଖାଦ୍ୟସାର ପାଏ ଆଉ ଭଲ ବଢେ।

cultivate vegetables on the roof of your houseଧନିଆକୁ ଯେକୌଣସି ଛୋଟ ପାତ୍ରରେ ସହଜରେ ବୁଣାଯାଇପାରେ

ଆଜିକାଲି ବଜାରରେ ଅନେକ ପ୍ରଜାତିର ଛୋଟ ଆକାରର ଲେମ୍ବୁ ଗଛ ମିଳୁଛି ଯାହାକି କୁଣ୍ଡରେ ଲଗାଇ ଭଲ ଫଳ ଉତ୍ପାଦନ କରାଯାଇ ପାରିବ। ଆପଣ ଏସବୁକୁ ଘରର ଛାତରେ ଲଗାଇପାରିବେ।

Rooftop Gardening Terrace Gardening Tips And Trick
Advertisment
Advertisment