୧. ପ୍ରଥମେ ଆପଣ ପିଲାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯଦି ଜାଣିଯିବେ, ପିଲାଟି କାହିଁକି ରାଗୁଛି..ଆପଣ ତାକୁ ବୁଝାଇବା ସହଜ ହୋଇଯିବ। ପିଲାକୁ ଯାହା ଭଲ ଲାଗୁନି ସେ ତାକୁ ରାଗରେ ପରିପ୍ରକାଶ କରୁଛି।
୨. ପ୍ରତ୍ୟେକ ପରିବେଶରେ ପିଲାମାନେ ସହଜ ଅନୁଭବ କରନ୍ତି ନାହିଁ । ଛୋଟ ପିଲାଙ୍କ ପାଇଁ ନୂଆ, ଜନଗହଳିପୂର୍ଣ୍ଣ ଏବଂ କୋଳାହଳମୟ ସ୍ଥାନ କ୍ଲାନ୍ତିକର ମନେ ହୋଇପାରେ। ଯାହାକି ତାଙ୍କ କ୍ରୋଧର ଏକ କାରଣ । ପିଲାଟିକୁ ଫାଙ୍କା ସ୍ଥାନକୁ ନେଇଯାଆନ୍ତୁ, ଦେଖିବେ ତା’ ରାଗ କମିଯିବ।
୩. ପିଲାଟିକୁ ସବୁ କଥାରେ ନା କହିଦେଲେ ସିଏ ରାଗିଯାଏ। ସିଏ ଯାହା କରିବାକୁ ଚାହୁଁଛି ତାକୁ ହଁ କୁହନ୍ତୁ ଏବଂ ତାକୁ ଭଲ ଭାବେ ନୀରିକ୍ଷଣ କରନ୍ତୁ। ଯଦି କିଛି ଅସୁବିଧା ହୁଏ, ତାକୁ ବୁଝାଇବାକୁ ଚେଷ୍ଟା କରନ୍ତୁ।
୪. ପିଲାଟିକୁ ସ୍ୱାଧୀନ ଭାବେ କିଛି କରିବାକୁ ଦିଅନ୍ତୁ। ଏହା ଦ୍ୱାରା ତା’ର ଆତ୍ମବିଶ୍ୱାସ ବଢ଼ିବ ଏବଂ ସେ ଆଉ ଅଯଥା ଚିଡ଼ଚିଡ଼ା ହେବ ନାହିଁ।
୫. ପିଲାଟି ରାଗିବାର ଆଉ ଏକ ପ୍ରମୁଖ କାରଣ ହେଉଛି ଅଭାବ। ତାକୁ ଭୋକ ହେଉଛି, ଆମେ ତାକୁ ତୁରନ୍ତ ଖାଇବାକୁ ଦେବା ଜରୁରୀ କିମ୍ବା ପିଲାଟିକୁ ନିଦ ଲାଗୁଚି, ତାକୁ ଶୋଇବାକୁ ଦେବା।
୬. ପିଲାଟି ଉପରେ ଆବଶ୍ୟକ ଧ୍ୟାନ ରଖିବେ। ଆପଣ ଗପିବେ, ତାକୁ ସାମିଲ ନକଲେ ସେ ନିଜକୁ ଏକୁଟିଆ ଭାବି ରାଗିଯିବ। ମଝିରେ ମଝିରେ ଆପଣଙ୍କ ଗପରେ ପିଲାକୁ ବି ସାମିଲ କରନ୍ତୁ। ଏହା ଦ୍ୱାରା ତା’ର ଗୁରୁତ୍ୱ ଅଛି ବୋଲି ସେ ଅନୁଭବ କରିବ।
୭. ଅନେକ ସମୟରେ ପିଲାଟି କ’ଣ ଭାବୁଛି ଆମେ ଜାଣିବାକୁ ଚେଷ୍ଟା କରୁନୁ। ପିଲାମାନଙ୍କ ଭିତରେ ଥିବା ଭାବନାକୁ ବୁଝିବା ଜରୁରୀ। ଏହା ଦ୍ୱାରା ପିଲାଟିକୁ ଆମେ ଅଯଥା କ୍ରୋଧରୁ ଦୂରେଇ ପାରିବା।
୮. ଧୈର୍ଯ୍ୟର ଅଭାବ ରହିଲେ ଆପଣଙ୍କ ପିଲା ରାଗିଯାଉଛି। ସିଏ ଅପେକ୍ଷା କରିବାକୁ ଚାହୁଁନି। ଏମିତି ସମୟରେ ତାକୁ ପରିସ୍ଥିତି ବାବଦରେ ବୁଝାଇବାକୁ ଚେଷ୍ଟା କରନ୍ତୁ।
୯. ଅନେକ ସମୟରେ ନୂଆ ନୂଆ କୌଶଳ ଶିଖିବାକୁ ପିଲାଟିର ଆଗ୍ରହ ହୁଏ। ଏଥିରେ ସେ ବିଫଳ ହେଲେ ରାଗିଯାଏ। ଏମିତି ସମୟରେ ପିଲାଟିକୁ ସହାୟତା କରନ୍ତୁ।
୧୦. ବାପାମାଆଙ୍କ ପ୍ରତିକ୍ରିୟା ସବୁବେଳେ ପିଲାଙ୍କ ପ୍ରତି ସକରାତ୍ମକ ରହିବା ଆବଶ୍ୟକ। ଏହା ନହେଲେ ପିଲାଟି ନିରୁତ୍ସାହିତ ଅନୁଭବ କରେ ଏବଂ ଏହା ତା’ର କ୍ରୋଧର କାରଣ ପାଲଟେ।