• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହଳଦୀର ଅନେକ ଔଷଧୀୟ ଗୁଣ ଓ ଉପକାରିତା ରହିଛି । ହଳଦୀ ଶୀତଦିନରେ ଆପଣଙ୍କ ସ୍ବାସ୍ଥ୍ୟକୁ ଫିଟ୍ ରଖିବାରେ ଖୁବ ଉପଯୋଗୀ ହୋଇଥାଏ ।  କଞ୍ଚା ହଳଦୀ ଖାଇବା ଦ୍ୱାରା ଅନେକ ରୋଗ ଆପଣଙ୍କଠାରୁ ଦୂରରେ ରହିଥାଏ । ଯେମତି କି ମଧୁମେହ ହେଉ କିମ୍ବା ମେଦବହୁଳତା ସମସ୍ତ ପାଇଁ ବେଶ ଲାଭପ୍ରଦ ହୋଇଥାଏ । ହଳଦୀରେ ଔଷଧୀୟ ଗୁଣ ମିଳିଥାଏ ଏଥିରେ କ୍ୟାଲସିୟମ, ଆଇରନ ସହ ଅନେକ ଭିଟାମିନ ଥାଏ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହଳଦୀରେ ପ୍ରସ୍ତୁତ କେଉଁ ଖାଦ୍ୟ ଖାଇ ହେବ ?  

ହଳଦୀ-କ୍ଷୀର ପିଅନ୍ତୁ...

ଶୀତଦିନେ ଯଦି ଆପଣ ସକାଳ ହଳଦୀ ପାଣିରୁ ଆରମ୍ଭ କରନ୍ତି, ତେବେ ଆପଣଙ୍କ ଶରୀର ପାଇଁ ଅନେକ ଲାଭ ହୋଇଥାଏ। ତେବେ ରାତିରେ ଏକ ଗ୍ଲାସ୍‌ ଗରମ କ୍ଷୀରରେ ଗୋଟିଏ ଚାମଚ ହଳଦୀ ମିଶାନ୍ତୁ । ଅଳ୍ପ ପରିମାଣ ଗୋଲମରିଚ ମିଶାନ୍ତୁ  । ମିଠା ପାଇଁ ଗୁଡ଼ କିମ୍ବା ମହୁ ମିଶାନ୍ତୁ ଯାହାର ସ୍ବାଦ ବଢିଯାଇଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । \

ଅଧିକ ପଢନ୍ତୁ: Hair Care Tips: ବନ୍ଦ ହୋଇଯିବ କେଶ ଉପୁଡ଼ିବା ଓ ପାଚିବା, ଗାଏବ୍ ହୋଇଯିବ ରୁପି

ହଳଦୀ-ଚା’ ପିଅନ୍ତୁ...

ଶୀତଦିନେ ହଳଦୀ-ଚା’ ଶରୀର ପାଇଁ ଅନେକ ଲାଭ ହୋଇଥାଏ। କେମିତି ପ୍ରସ୍ତୁତ ହେବ ଜାଣନ୍ତୁ; ଆପଣ ଗରମ ପାଣିରେ କିଛି ହଳଦୀ ଗୁଣ୍ତ ମିଶାନ୍ତୁ , ଅଳ୍ପ ପରିମାଣରେ ମହୁ ଓ ଅଦା ମିଶାନ୍ତୁ । କିଛି ସମୟ ଭଲ ଭାବରେ ଫୁଟାନ୍ତୁ । ଏହାର ପ୍ରସ୍ତୁତ ଚା’ ଶୀତଦିନେ ହଜମ ସହ ଶରୀରକୁ ଗରମ ରଖିଥାଏ । 

ହଳଦୀରୁ ପ୍ରସ୍ତୁତ ସୁପ୍‌ ପିଅନ୍ତୁ...

ଆପଣଙ୍କର ପ୍ରିୟ ସୁପ୍‌ରେ ହଳଦୀ ପାଉଡ଼ର ଟିକେ ମିଶାନ୍ତୁ ଓ ପିଅନ୍ତୁ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ସେ ଭେଜିଟେବଲ୍‌ ସୁପ୍‌ ହେଉ କିମ୍ବା ଚିକନ୍‌ ସୁପ୍‌ ଗୋଟିଏ ଚାମଚ ହଳଦୀ ପାଉଡ଼ର ସୁପ୍‌ ପିଅନ୍ତୁ । ଏହା କେବଳ ସ୍ବାଦ ବଢାଏ ନାହିଁ ଏହା ଶରୀର ପାଇଁ ଶୀତଦିନେ ବହୁତ ଭଲ ଲାଭଦାୟକ ହୋଇଥାଏ। 

ହଳଦୀ-ମହୁ ପିଅନ୍ତୁ...

ହଳଦୀ ପାଉଡ଼ର ସହ ମହୁ ମିଶାନ୍ତୁ ଯାହାଦ୍ବାରା ହଳଦୀ-ମହୁ ପ୍ରସ୍ତୁତ କରନ୍ତୁ । ଯାହାକୁ ଏକ ବୋତଲରେ ରଖନ୍ତୁ ପ୍ରତ୍ୟେକ ଦିନ ଗୋଟିଏ ଚାମଚ ଖାଆନ୍ତୁ । ତଣ୍ଟି ଦରଜ , କାଶ ଓ ଥଣ୍ତା ପାଇଁ ବହୁତ ଉପକାର ହୋଇଥାଏ । 

ହଳଦୀରେ ଭାତ ପ୍ରସ୍ତୁତ କରନ୍ତୁ....

ଶୀତଦିନେ ହଳଦୀରୁ ପ୍ରସ୍ତୁତ ଭାତ ବହୁତ ଲାଭଦାୟକ ହୋଇଥାଏ । ଭାତ ପ୍ରସ୍ତୁତ କରିବା ସମୟରେ ପାଣିରେ ଅଳ୍ପ ପରିମାଣରେ ହଳଦୀ ମିଶାନ୍ତୁ ଓ କିଛି ପରିମାଣ ଘିଅ କିମ୍ବା ତେଲ ମିଶାନ୍ତୁ । ଯାହାଫଲରେ ଭାତ ସୁନ୍ଦର ସହ ବହୁତ ସ୍ବାଦିଷ୍ଟ ହୋଇଥାଏ । ତେବେ ଏହା ଶୀତ ପାଇଁ ବହୁତ ଭଲ ହୋଇଥାଏ । 

ହଳଦୀ ଏକ ଉପକାରୀ ଔଷଧୀୟ ମସଲା। ହଳଦୀ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗାଲ୍ ଗୁଣରେ ଭରପୂର। ହଳଦୀ କେବଳ ଖାଦ୍ୟର ରଙ୍ଗ ଏବଂ ସ୍ୱାଦକୁ ବଢ଼ାଏ ନାହିଁ, ଏହା ଖାଦ୍ୟକୁ ପୁଷ୍ଟିକର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅଧିକ ପଢନ୍ତୁ: Tips And Tricks: ଛାତରେ କରୁଛନ୍ତି କି ଚାଷ… ଜାଣନ୍ତୁ ବିନା ସାରରେ କିପରି ପାଇବେ ଅଧିକ ଉତ୍ପାଦନ

 

OTV is now on Whatsapp

Join and get latest news update delivered to you via whatsapp

Join Now