Chanakya Niti Odia

୧. ଧର୍ଯ୍ୟ ଏବଂ ସଂଯମତା: ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ। ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ପରିସ୍ଥିତିରେ ଧର୍ଯ୍ୟ ଏବଂ ସଂଯମତା ବଜାୟ ରଖିବା ଉଚିତ୍‌। କାରଣ ଏହା ଆପଣଙ୍କୁ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। କୌଣସି କଥାକୁ ସଠିକ୍‌ ବିଚାର ନକରି ପଦକ୍ଷେପ ନେବା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେଣୁ, ଧ ର୍ଯ୍ୟ ଏବଂ ସଂଯମତା ସହିତ କାର୍ଯ୍ୟ କରିବା ସର୍ବଦା ଲାଭଦାୟକ ହୋଇଥାଏ।

୨. ଶତ୍ରୁର ଦୁର୍ବଳତା ଜାଣିବା: ଚାଣକ୍ୟ ନିତୀରେ କୁହାଯାଇଛି ଯେ ଶତ୍ରୁକୁ ପରାସ୍ତ କରିବା ପାଇଁ ପ୍ରଥରେ ତାର ଦୁର୍ବଳତା ଜାଣିବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ଥାଏ। ଯଦି ଆପଣ ସେଗୁଡ଼ିକୁ ବୁଝିପାରିଛନ୍ତି, ତେବେ ଆପଣ ସହଜରେ ଶତ୍ରୁକୁ ପରାସ୍ତ କରିପାରିବେ। ଏଥିପାଇଁ ଶତ୍ରୁର ଆଚରଣ, କାର୍ଯ୍ୟଶୈ ଳୀ ଏବଂ ଅଭ୍ୟାସକୁ ଧ ର୍ଯ୍ୟର ସହିତ ବିଶ୍ଳେଷଣ କରିବା ଆବଶ୍ୟକ।

୩. ଠିକ୍‌ ସମୟକୁ ଅପେକ୍ଷା: ଚାଣକ୍ୟ କହିଛନ୍ତି କି, କୌଣସି ନିଷ୍ପତ୍ତି କିମ୍ବା କାର୍ଯ୍ୟ କରିବା ପୂର୍ବରୁ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ୍। ଯଦି ଆପଣ ସମୟ ପୂର୍ବରୁ କିମ୍ବା ପରେ ପଦକ୍ଷେପ ନିଅନ୍ତି, ତେବେ ଆପଣ ସଫଳତା ପାଇପାରିବେ ନାହିଁ। ତେଣୁ ଶତ୍ରୁ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସଠିକ୍ ସମୟର ଅପେକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

୪. ଅନ୍ୟମାନଙ୍କ ସାହାଯ୍ୟ ନେବା: ଚାଣକ୍ୟ ନୀତିରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ବେଳେବେଳେ ଅନ୍ୟମାନଙ୍କ ସାହାଯ୍ୟ ନେବା ଆବଶ୍ୟକ। ଯଦି ଶତ୍ରୁ ଶକ୍ତିଶାଳୀ ଏବଂ ଆପଣ ଏକାକୀ ସାମ୍ନା କରିପାରିବେ ନାହିଁ, ତେବେ ଆପଣ ଜଣେ ବିଶ୍ୱସ୍ତ ବ୍ୟକ୍ତି କିମ୍ବା ସହଯୋଗୀର ସାହାଯ୍ୟ ନେବା ଉଚିତ୍। ଏହା କେବଳ ଆପଣଙ୍କ ଶକ୍ତି ବୃଦ୍ଧି କରିବ ତାହା ନୁହେଁ ବରଂ ଶତ୍ରୁକୁ ପରାସ୍ତ କରିବାର ସମ୍ଭାବନା ମଧ୍ୟ ବଢ଼ାଇବ।

୫. କୂଟନୀତି ବ୍ୟବହାର: ଚାଣକ୍ୟ ନିତୀରେ କୂଟନୀତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଯଦି ଆପଣ ପ୍ରତ୍ୟକ୍ଷ ଯୁଦ୍ଧରେ ଶତ୍ରୁକୁ ପରାସ୍ତ କରିପାରିବ ନାହିଁ, ତେବେ କୂଟନୈତିକ ପଦ୍ଧତିକୁ ବ୍ୟବହାର କରନ୍ତୁ। କୂଟନୀତି ଦ୍ୱାରା ଆପଣ ଶତ୍ରୁକୁ ଦୁର୍ବଳ କରି ପାରିବେ କିମ୍ବା ତାକୁ ନିଜ ସପକ୍ଷରେ କରିପାରିବେ। ଚାଣକ୍ୟଙ୍କ କହିବାନୁଯାୟୀ ଅନୁଯାୟୀ, ରକ୍ତପାତ ବିନା ଯୁଦ୍ଧରେ ଜିତିବା ସର୍ବୋତ୍ତମ। ଏହା କେବଳ କୂଟନୀତି ଦ୍ୱାରା ସମ୍ଭବ।

୬. ଉତ୍ସଗୁଡ଼ିକର ଉପଯୁକ୍ତ ବ୍ୟବହାର: ଚାଣକ୍ୟ ନୀତି ଏହା ଶିକ୍ଷା ଦିଏ ଯେ ଆପଣଙ୍କର ଯାହା କିଛି ଅର୍ଥ ବା ସମ୍ବଳ ଅଛି, ସେଗୁଡ଼ିକୁ ସଠିକ୍ ଏବଂ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ଉଚିତ୍। ତାହା ଟଙ୍କା ହେଉ, ସେନା ହେଉ କିମ୍ବା ମାନସିକ ଶକ୍ତି। ସେଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରିବା ଉଚିତ୍‌। ଏହାଦ୍ୱାରା ଶତ୍ରୁକୁ ପରାସ୍ତ କରିବା ସହଜ ହୋଇଥାଏ। ଶକ୍ତି ବା ଉତ୍ସକୁ ଅପବ୍ୟବହାର ବା ନଷ୍ଟ କରିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ଆପଣଙ୍କ ସ୍ଥିତି ଦୁର୍ବଳ ହୋଇପାରେ।

୭. ଶତ୍ରୁକୁ ଦ୍ୱନ୍ଦ୍ୱରେ ପକାନ୍ତୁ: ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ଶତ୍ରୁକୁ ଦ୍ୱନ୍ଦ୍ୱରେ ରଖିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି। ଯଦି ଶତ୍ରୁ ଆପଣଙ୍କର ଯୋଜନା ଏବଂ ଉଦ୍ଦେଶ୍ୟ ବୁଝିଯାଆନ୍ତି, ତେବେ ଆପଣଙ୍କୁ ପରାସ୍ତ କରିବା ତାଙ୍କ ପାଇଁ ସହଜ ହୋଇପାରେ। ତେଣୁ ଆପଣ ନିଜ ଯୋଜନାକୁ ଗୁପ୍ତ ରଖିବା ଉଚିତ୍‌। ଏହାସହ ଶତ୍ରୁକୁ ସବୁବେଳେ ଦ୍ୱନ୍ଦ୍ୱରେ ରଖିବା ଉଚିତ୍।

୮. ନିଜର ଦୁର୍ବଳତା ଲୁଚାଇବା: ଚାଣକ୍ୟ ନୀତି ଅନୁଯାୟୀ, ନିଜର ଦୁର୍ବଳତାକୁ ଲୁଚାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଶତ୍ରୁ ଆପଣଙ୍କର ଦୁର୍ବଳତା ବିଷୟରେ ଜାଣିଯାଏ, ସେ ଏହାର ଫାଇଦା ଉଠାଇ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ତେଣୁ ନିଜର ଦୁର୍ବଳତାକୁ କେବେବି ପ୍ରକାଶ କରିବେ ନାହିଁ।

୯. ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ: ଚାଣକ୍ୟ ନିତୀରେ ଏହା ମଧ୍ୟ କୁହାଯାଇଛି ଯେ କାହାକୁ ବି ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ। ବିଶେଷ କରି ଯେତେବେଳେ ଆପଣ ଶତ୍ରୁ ସାମ୍ନାରେ ଅଛନ୍ତି। କୌଣସି ବି ପରିସ୍ଥିତିରେ କାହାକୁ ବିଶ୍ୱାସ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍। କାରଣ ବେଳେବେଳେ ଏହି ବିଶ୍ୱାସ ହିଁ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ।