sleeping tips

୧- ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା ଉଚିତ। ଭଲ ନିଦ ପାଇଁ ଅନେକ ଲୋକ ନିଶା ସେବନ କରନ୍ତି। ମାତ୍ର ଏହା ଭଲ ନିଦରେ ବାଧା ସୃଷ୍ଟି କରେ। ଏମିତିକି କିଛି ଦିନ ପରେ ଆପଣ ଆଦୌ ଶୋଇପାରିବେନି।

୨- ପୋଦିନା ଚା’ ସୁଖନିଦ୍ରାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏହାର ଅନେକ ଲାଭ ମଧ୍ୟ ଅଛି। ଏହି ଚା’ ହଜମ ଶକ୍ତିକୁ ଉନ୍ନତ କରିଥାଏ ଏବଂ ରୋଗ ପ୍ରତିରୋଧ ଶକ୍ତିକୁ ମଜବୁତ କରିଥାଏ।

୩- ଯଦି ଥଣ୍ଡା ଏବଂ କାଶ ଭଳି ସମସ୍ୟା ଅଛି ତେବେ ପୋଦିନା ଚା’ ତୁରନ୍ତ ଆରାମ ଦିଏ। ପୋଦିନା ଚା’ରେ ମହୁ ମିଶାଇ ପିଇଲେ ଏହା ଅଧିକ କାମ ଦେଇଥାଏ

୪- ଶୀଘ୍ର ନିଦ ହେବା ପାଇଁ ଆପଣ ସୋରିଷ ତେଲ ମସାଜ୍ କରିପାରିବେ। ଆପଣଙ୍କ ଚୁଟିରେ ତେଲ ଲଗାଇ ଆପଣ ଏହାକୁ ମାଲିସ୍ କରିପାରିବେ।

୫- ଏହା ବ୍ୟତୀତ ଆପଣ ଉଷୁମ ସୋରିଷ ତେଲରେ ପାଦକୁ ମଧ୍ୟ ମାଲିସ୍ କରିପାରିବେ। ଏହା ଆପଣଙ୍କୁ ସତେଜ କରିବା ସହ ଶାନ୍ତିରେ ଶୋଇବା ପାଇଁ ସାହାଯ୍ୟ କରିଥାଏ।

୬- ସବୁଠୁ ବଡ଼ କଥା ହେଉଛି, ଶୋଇବା ପୂର୍ବରୁ ଫୋନ୍, ଲାପ୍‌ଟପ୍ କିମ୍ବା ଟିଭି ଠାରୁ ଦୂରରେ ରୁହନ୍ତୁ। ଏହା ବଦଳରେ ଆପଣ କିଛି ବହି ପଢ଼ିପାରିବେ।

୭- ଭଲ ନିଦ ପାଇଁ ଆପଣ ଶୋଇବାର ଯଥେଷ୍ଟ ପୂର୍ବରୁ ଖାଦ୍ୟ ଖାଆନ୍ତୁ, ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଏହା ଭଲ ନିଦରେ ବାଧା ଉପୁଜାଇଥାଏ।

୮- ଅନେକ ଲୋକ ଆଲୋକିତ କୋଠରୀରେ ଶୋଇବାକୁ ପସନ୍ଦ କରନ୍ତୁ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। କୋଠରୀକୁ ଅନ୍ଧାର କରି ଶୋଇଲେ ଭଲ ନିଦ ହୁଏ।

୯- ରାତିରେ ଶୋଇବା ପୂର୍ବରୁ ଚୁଟିକୁ ମାଲିସ୍ କରିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଆଖିକୁ ସହଜରେ ନିଦ ଆସିଯାଏ।

୧୦- ଶୋଇବା ଆଗରୁ ମନରେ ନକରାତ୍ମକ ଭାବନା କିମ୍ବା କାହା ସହ ଯୁକ୍ତିତର୍କ କରି ଶୋଇବାକୁ ଯାଆନ୍ତୁ ନାହିଁ। ସକରାତ୍ମକ ଭାବନା ସହ ନିଦ୍ରା ଯିବାକୁ ଅଭ୍ୟାସ କରନ୍ତୁ।