ଆପଣ ଶୀତଦିନେ ଦହି ଖାଉଛନ୍ତି କି ? ଶୀତଦିନେ ଦହି ଖାଇଲେ ଶରୀର ପାଇଁ କଣ ଫାଇଦା ହୋଇଥାଏ ? ଶୀତଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି ? ଏମିତି ଆପଣଙ୍କର ନାନା ପ୍ରଶ୍ନକୁ ଆଜି ଆମେ ଦୂର କରିବୁ । ଅନେକ ଲୋକ ଥଣ୍ତା ଦିନରେ ଦହି ଖାଇବାକୁ ପସନ୍ଦ କରନ୍ତିନି । କାରଣ ଥଣ୍ତା ହୋଇଯିବ ବୋଲି । କିନ୍ତୁ ଶୀତଦିନେ ଦହି ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ । ଆସନ୍ତୁ ଜାଣିବା ଥଣ୍ତା ଦିନେ ଦହି ଖାଇବା ଦ୍ୱାରା କଣ କଣ ଲାଭ ମିଳି ପାରିବ...
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ...
Also Read
ଶୀତଦିନରେ କାଶ, ଛିଙ୍କ ଆଦି ହେବା ସାଧାରଣ କଥା । କିନ୍ତୁ ଏହି ସମୟରେ ଦହି ଏକ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ବ୍ୟାକ୍ଟେରିଆଗୁଡ଼ିକ ପ୍ରୋବାୟୋଟିକ୍ସ ସହ ମିଶି ଶରୀରକୁ ସୁସ୍ଥ ରଖେ । ଦହି ଏକ ଶକ୍ତିଶାଳୀ ପାଚନ ତନ୍ତ୍ର ତିଆରି କରେ । ଦହି ଖାଇବା ଦ୍ୱାରା ଶୀତକାଳୀନ ରୋଗ ମଧ୍ୟ କମ ହୋଇଥାଏ ।
ଅଧିକ ପଢନ୍ତୁ: ଶୀତଦିନେ ଖାଆନ୍ତୁ ହଳଦୀରୁ ପ୍ରସ୍ତୁତ ଏହି ଖାଦ୍ୟ; ରହିବନି ଆଉ ଏହି ରୋଗ !
ହାଡକୁ ମଜବୁତ କରେ...
ଥଣ୍ତାଦିନେ ଖରାର ପରିମାଣ କମ ରହିଥାଏ । ଲୋକେ ଘରେ ଅଧିକ ରହିବାକୁ ପସନ୍ଦ କରନ୍ତି । ଏଣୁ ସେମାନେ ଖରା ଠିକରେ ପାଆନ୍ତି ନାହିଁ । ଫଳରେ ଶରୀରକୁ କ୍ୟାଲସିୟମ ମିଳିପାରେ ନାହିଁ । ଏଣୁ ଦହି ଖାଇବା ଦ୍ୱାରା କ୍ୟାଲସିୟମ ମିଳିଥାଏ । ଫଳରେ ହାଡଗୁଡ଼ିକ ମଜବୁତ ରୁହେ । ଅଷ୍ଟିଓପୋରୋସିସ୍ ପରି ରୋଗ କବଳରୁ ରକ୍ଷା କରିଥାଏ ।
ହଜମରେ ସାହାଯ୍ୟ କରେ...
ଥଣ୍ତା ଦିନେ ପ୍ରାୟ ସମସ୍ତେ ଗରମ ଖାଇବାକୁ ପସନ୍ଦ କରନ୍ତି । ତଥାପି ପରିବେଶ ଥଣ୍ତା ଥିବା ହେତୁ ଏହା ବଦହଜମୀ କରାଇ ପାରେ । ଏଣୁ ଦହି ଖାଇବା ଦ୍ୱାରା ଏହା ଖାଦ୍ୟକୁ ଭଲ ଭାବେ ହଜମ କରାଇ ଥାଏ । ଦହିରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ହଜମରେ ସାହାଯ୍ୟ କରିଥାଏ । ଏହା ସହ କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ ।
ଦହି ହେଉଛି ଭିଟାମିନର ପାୱାରହାଉସ୍...
ଦହି କେବଳ ଯେ ପୋଷଣ ଓ କ୍ୟାଲସିୟମ ପ୍ରଦାନ କରେ ତାହା ନୁହେଁ, ଏଥିରୁ B12 ପରି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିଟାମିନ୍ ମଧ୍ୟ ମିଳିଥାଏ । ଦହି ଖାଇବା ଦ୍ୱାରା ଥକ୍କାପଣ ଦୂର ହୋଇଥାଏ । ଶରୀରର ଶକ୍ତି ସ୍ତରକୁ ବଢ଼ାଇ ଥାଏ । ଦହିରେ ଭିଟାମିନ୍ C ରହିଛି, ଯାହା ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ । ଏହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିଥାଏ । ଏଣୁ ଶୀତଦିନେ ଦହି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।