Advertisment

Chanakya Niti: କେବେ କାହାରିକୁ ଅପମାନିତ କରିବା ଉଚିତ୍ ନୁହେଁ, କାହିଁକି..?

ଅନ୍ୟମାନଙ୍କ ସହ ସେମିତି ବ୍ୟବହାର କରନ୍ତି ଯେମିତି ସେ ନିଜ ପାଇଁ ବ୍ୟବହାର ଚାହାନ୍ତି । ସେମାନେ ନିଜ ପାଇଁ ଲୋକଙ୍କଠାରୁ ଭଲ ବ୍ୟବହାର ଚାହାନ୍ତି ତେଣୁ ସେମାନେ ଅନ୍ୟକୁ ମଧ୍ୟ ଭଲ ବ୍ୟବହାର କରିଥାନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chanakya Niti

ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଅପମାନିତ କରିବେ ତେବେ ଆପଣଙ୍କୁ କେମିତି ଅନୁଭବ ହେବ ।

ଚାଣକ୍ୟ ନିତୀ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ, ଯାହାକୁ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାଁରେ ପ୍ରସିଦ୍ଧ ଚାଣକ୍ୟ ନିଜେ ଲେଖିଥିଲେ । ଏହି ଗ୍ରନ୍ଥ କେବଳ ରାଜନୀତି ଏବଂ ପ୍ରଶାସନିକ କ୍ଷେତ୍ରରେ ମାର୍ଗଦର୍ଶନ କରିଥାଏ ତାହା ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥାଏ । ଏଥିରେ ଶତ୍ରୁକୁ ପରାସ୍ତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଯାହାକୁ ଉପଯୋଗ କରି ଜଣେ ବ୍ୟକ୍ତି ନିଜ ଜୀବନର କଠିନ ପରିସ୍ଥିତିକୁ ସାମ୍ନା କରିପାରିବ ।

Advertisment

ତେବେ ଚାଣକ୍ୟ କହିଛନ୍ତି ଜୀବନରେ କେବେ କାହାକୁ ଅପମାନିତ କରିବା ଉଚିତ୍‌ ନୁହେଁ । କିଏ କୌଣସି ବି ପରିସ୍ଥିତିରେ ଥିଲେ ବି ନିଚ୍ଚା ଦେଖାଇ ଅପମାନିତ କରିବା ଉଚିତ୍ ନୁହେଁ । ଚାଣକ୍ୟ ନୀତିରେ ଏକ ବାକ୍ୟ ଲେଖା ଅଛି, ‘କଦାପି ପୁରୁଷଂ ନାବମନ୍ୟତ୍’ ।

ଏହା ସହ ପଢ଼ନ୍ତୁ: କେମିତି ଶତ୍ରୁକୁ କରିବେ ପରାସ୍ତ, ଜାଣନ୍ତୁ ୯ ଗୁରୁତ୍ୱପୂର୍ଣ୍ଣ ଉପାୟ

Advertisment

ଏହି ବାକ୍ୟରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଅପମାନିତ କରୁଛନ୍ତି ବା ନିଚ୍ଚା ଦେଖେଇ କଥାବାର୍ତ୍ତା କରୁଛନ୍ତି ତେବେ ବାସ୍ତବରେ ସେ ବ୍ୟକ୍ତି ନିଜର ହିଁ ରୁଗ୍‌ଣ ମାନସିକତା ତଥା ହୀନ ମାନସିକତାକୁ ଦର୍ଶାଉଛନ୍ତି । ନାଁ କି ଅନ୍ୟକୁ ନିଚ୍ଚା ଦେଖାଉଛନ୍ତି । ସେଥିରୁ ଏହା ମଧ୍ୟ ପ୍ରମାଣିତ ହୋଇଥାଏ ଯେ, ସେ ବ୍ୟକ୍ତି କେଉଁ ସ୍ତରର ।

ଏହି ବାକ୍ୟର ଆହୁରି ମଧ୍ୟ ଗୁଢ଼ ଅର୍ଥ ହେଉଛି, ସଜ୍ଜନ ବ୍ୟକ୍ତି ସବୁବେଳେ ଅନ୍ୟକୁ ସଜ୍ଜନ ହିଁ ଭାବିଥାଏ । ଯେମିତି କୁହାଯାଏ ନିଜେ ଭଲ ଥିଲେ ଦୁନିଆ ଭଲ । ନିଜେ ଖରାପ ଥିଲେ ସାରା ଦୁନିଆ ଖରାପ ଲାଗେ । ଠିକ୍‌ ସେମିତି ସଜ୍ଜନ ବ୍ୟକ୍ତି ମାନେ ସମସ୍ତଙ୍କୁ ଭଦ୍ର ବ୍ୟବହାର କରିଥାନ୍ତି । କେବେ କାହାରି ମନରେ କଷ୍ଟ ହେବା ଭଳି କଥା କହିନଥାନ୍ତି । କାହାରିକୁ ଅପମାନିତ କରିନଥାନ୍ତି ।

ସେମାନେ ଅନ୍ୟମାନଙ୍କ ସହ ସେମିତି ବ୍ୟବହାର କରନ୍ତି ଯେମିତି ସେ ନିଜ ପାଇଁ ବ୍ୟବହାର ଚାହାନ୍ତି । ସେମାନେ ନିଜ ପାଇଁ ଲୋକଙ୍କଠାରୁ ଭଲ ବ୍ୟବହାର ଚାହାନ୍ତି ତେଣୁ ସେମାନେ ଅନ୍ୟକୁ ମଧ୍ୟ ଭଲ ବ୍ୟବହାର କରିଥାନ୍ତି ।

ତେଣୁ ପ୍ରତ୍ୟେକ ବ୍ୟକ୍ତି ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ସବୁବେଳେ ଅନ୍ୟକୁ ଭଲ ବ୍ୟବହାର କଲେ ନିଜେ ମଧ୍ୟ ଭଲ ବ୍ୟବହାର ପାଇବେ ।

ଏବେ ଆପଣ କୁହନ୍ତୁ, ଆପଣଙ୍କୁ ଯଦି କୌଣସି ବ୍ୟକ୍ତି ଅପମାନିତ କରିବେ ତେବେ ଆପଣଙ୍କୁ କେମିତି ଅନୁଭବ ହେବ ।

ଏହା ସହ ପଢ଼ନ୍ତୁ: ନବରଙ୍ଗପୁରରୁ ନେଇ ମହାରାଷ୍ଟ୍ରରେ ବିକୁଥିଲେ, ୧୪ ଦିନ ଗୃହବନ୍ଦୀ ରଖିଥିଲେ..!

Chanakya Niti
Advertisment
Advertisment