• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ କରୋନା ମହାମାରୀ ଏବେ ହଇଚଇ ସୃଷ୍ଟି କରିଛି । ଏହାରି ମଧ୍ୟରେ ବିଶ୍ୱକୁ ଆଉ ଏକ ବିପଦ ଆସିଛି । ଯାହା ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବ୍ରିଟେନର ସାଉଥ ୱେଷ୍ଟ ଇଂଲଣ୍ଡରୁ ଜଣେ ବ୍ୟକ୍ତିଙ୍କ ଠାରେ ଏକ ବିରଳ ଧରଣର ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଛି । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା (UKHSA) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ବାର୍ଡ ଫ୍ଲୁ ରେ ଆକ୍ରାନ୍ତ ବ୍ୟକ୍ତି ଜଣକ ଏକାଧିକ ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ନିୟମିତ ଭାବେ ଆସିବା ହେତୁ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମିତ ବ୍ୟକ୍ତି ଜଣଙ୍କ ସୁରକ୍ଷିତ ରହିଥିବାବେଳେ ସେ ନିଜକୁ ଆଇସୋଲେଟ କରି ରହିଛନ୍ତି ବୋଲି ସୁରକ୍ଷା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାସହ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥା ତାଙ୍କ ଘର ଆଖପାଖର ସମସ୍ତଙ୍କ ଯାଞ୍ଚ ମଧ୍ୟ କରାଯାଇଛି । ଯେଉଁଥିରୁ ଆଗାମୀ ଦିନରେ ସଂକ୍ରମଣ ଆଗକୁ ବ୍ୟାପିବ ନାହିଁ ଆଶା କରାଯାଉଛି ।

କରୋନା ମହାମାରୀ ନ ଯାଉଣୁ ବର୍ତ୍ତମାନ ବ୍ରିଟେନରେ ପକ୍ଷୀଙ୍କ ଠାରୁ ବ୍ୟାପୁଥିବା ବାର୍ଡ ଫ୍ଲୁ ଏକ ପ୍ରକାରର ଆତଙ୍କ ସୃଷ୍ଟି କରିଛି । ଏନେଇ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଭାଇରସ ଏଭିୟନ ଫ୍ଲୁ ପକ୍ଷୀରୁ ମଣିଷକୁ ବ୍ୟାପିଥାଏ । କେବଳ ଏହି ମାମଲା ନୁହେଁ ପୂର୍ବରୁ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିଛି । ହେଲେ ଏଭିୟନ ଫ୍ଲୁ ରୁ ଲୋକଙ୍କ ପ୍ରତି କମ ବିପଦ ରହିଥିଲେ ମଧ୍ୟ ସଂକ୍ରମିତ ଏବଂ ମୃତ ପକ୍ଷୀଙ୍କ ଠାରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି ।