• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ୧୫ ବର୍ଷରେ ୪ ଡିଗ୍ରୀ

  • ଆଶ୍ଟର୍ଯ୍ୟ ଲାଗିଲେ ବି ସତ

ଇଚ୍ଛା ଆଗରେ ହାର ମାନିଛି ବୟସ। ମାତ୍ର ୧୫ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଜ୍ୟାକ୍‌ ରିକୋ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜ୍ୟାକ୍‌ ମାତ୍ର ୧୫ ବର୍ଷରେ ୫ଟି ଡିଗ୍ରୀ ହାସଲ କରିନେଇଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି କାରଣ ଜ୍ୟାକଙ୍କୁ ମାତ୍ର ୧୫ ବର୍ଷ ବୟସ, ହେଲେ ସେ ଏହାରି ମଧ୍ୟରେ ଚାରି ଚାରୋଟି ଡିଗ୍ରୀ ହାସଲ କରିନେଇଛନ୍ତି। ଆଉ ତାଙ୍କର ଏପରି ପ୍ରତିଭା ଲାଗି ସେ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଜ୍ୟାକ୍‌ ୧୫ ବର୍ଷ ବୟସରେ ୟୁନିଭର୍ସିଟି ଅଫ୍‌ ନେଭାଦାରୁ ସ୍ନାତକ ପାସ୍ କରିଛନ୍ତି।

ଆମେରିକାର କାଲିଫର୍ଣ୍ଣିଆ ବାସିନ୍ଦା ଜ୍ୟାକ୍‌ ନିଜର ଧୀଶକ୍ତି ପାଇଁ ଖୁବ୍‌ ଲୋକପ୍ରିୟ ହୋଇଛନ୍ତି । ପ୍ରଥମେ ଜ୍ୟାକ୍‌ଙ୍କୁ ତାଙ୍କ ମାଆ ଆଣ୍ଡ୍ରଏଡ୍‌ ଫୋନ୍‌ ସାହାଯ୍ୟରେ ପାଠ ପଢାଉଥିଲେ। ଆଉ ଜ୍ୟାକ୍‌ ମଧ୍ୟ ମାଆଙ୍କ ପାଠ ପଢା ଶୈଳୀକୁ ବେଶ୍‌ ଭଲରେ ବୁଝୁଥିଲେ ଏବଂ ଗ୍ରହଣ କରୁଥିଲେ। ଯାହା ଲାଗି ୧୧ ବର୍ଷ ବୟସରେ ଜ୍ୟାକ୍‌ ଫୁଲର୍ଟନ୍‌ କଲେଜରେ ପ୍ଲେସ୍‌ମେଣ୍ଟ ପରୀକ୍ଷା ଦେଇଥିଲେ। ଆଉ ପରୀକ୍ଷାରେ ସେ ଏତେ ଭଲ ନମ୍ବର ରଖିଲେ ଯେ, କଲେଜ ସ୍ତରୀୟ ପାଠ୍ୟକ୍ରମରେ ତାଙ୍କର ଆଡ୍‌ମିଶନ୍‌ ହୋଇଗଲା । ମାତ୍ର ୧୩ ବର୍ଷ ବୟସରେ ତାଙ୍କୁ ଇତିହାସ, ସୋସିଆଲ ବିହେବିୟର, ଆର୍ଟ ଓ ହ୍ୟୁମାନ୍‌ ଏକ୍ସପ୍ରେସନ୍‌ ଏବଂ ସୋସିଆଲ ସାଇନ୍ସରେ ୪ଟି ଆସୋସିଏଟ୍‌ ଡିଗ୍ରୀ ମିଳିଲା ।

ଏମିତିକି ଜ୍ୟାକ୍‌ କାଲିଫର୍ଣ୍ଣିଆର ଏକ କଲେଜରୁ ଡିଗ୍ରୀ ହାସଲ କରିଥିବା ପ୍ରଥମ ବ୍ୟକ୍ତି ହେଲେ । ୧୪ ବର୍ଷ ବୟସରେ ୟୁନିଭର୍ସିଟି ଅଫ୍‌ ନେଭାଦାରେ ପାଠ ପଢିଲେ। ଚଳିତ ମାସ ୧୪ ତାରିଖରେ ତାଙ୍କୁ ଇତିହାସରେ ବ୍ୟାଚେଲର ଡିଗ୍ରୀ ବି ମିଳିସାରିଛି । ଏବେ ସେ ମାଷ୍ଟର ଡିଗ୍ରୀ ହାସଲ କରିବାକୁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ବ୍ୟାଚେଲର ଡିଗ୍ରୀ ପାଠ୍ୟକ୍ରମରେ ତାଙ୍କୁ ୩.୭୮ ଗ୍ରେଡ୍‌ ପଏଣ୍ଟ ମିଳିଛି । ଯାହାକୁ ନେଇ ବେଶ୍‌ ଚର୍ଚ୍ଚା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜ୍ୟାକ୍‌ କୁହନ୍ତି…ମୁଁ ଏମିତି ଚାକିରି କରିବାକୁ ଚାହୁଁଛି ଯେଉଁଥିରେ ବହୁତ ଅଧିକ ଟଙ୍କା ରୋଜଗାର କରିହେବ। ଏଠାରେ କହିରଖୁଛୁ କି ଜ୍ୟାକ୍‌ଙ୍କ ଭଉଣୀ ଏକ ଜଟିଳ ରୋଗରେ ପୀଡ଼ିତ ଅଛନ୍ତି ଏବଂ ଜ୍ୟାକ ତାଙ୍କ ପରିବାରର ଭରଣପୋଷଣର ଦାୟିତ୍ୱ ନେବାକୁ ଆଗ୍ରହୀ ମଧ୍ୟ ଅଛନ୍ତି। ସେ ଯାହାବି ହେଉ ଜ୍ୟାକଙ୍କ କାର୍ଯ୍ୟକୁ ନେଇ ଏବେ ବିଶ୍ୱରେ ବେଶ୍‌ ଚର୍ଚ୍ଚା ଚାଲିଛି।