• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପରଲୋକରେ ଦୁନିଆର ସବୁଠୁ ବୟସ୍କ ଗରିଲା । ଆମେରିକାର ଆଟଲାଣ୍ଟା ପ୍ରାଣୀ ଉଦ୍ୟାନରେ ରହିଥିବା ଦୁନିଆର ସର୍ବ ପୁରାତନ ପୁରୁଷ ଗରିଲା ତଥା ତୃତୀୟ ପୁରାତନ ଗରିଲାର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେ ଗରିଲାକୁ ୬୧ ବର୍ଷ ବୟସ ହୋଇଥିବାର ଜଣାପଡିଛି । ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଗରିଲା ତା ଜୀବନରେ ନାତି ନାତୁଣୀଙ୍କ ଚେହେରା ମଧ୍ୟ ଦେଖିଛି କେବଳ ଏତିକି ନୁହେଁ ସେ କରୋନାକୁ ମଧ୍ୟ ପରାସ୍ତ କରିଥିଲା ।

The world's oldest male gorilla Ozzie dies aged 61

ଡେଲି ଷ୍ଟାର ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଜର୍ଜିଆର ଜୁ ଆଟଲାଣ୍ଟାଠାରେ ଥିବା ୬୧ ବର୍ଷୀୟ ଗରିଲା ଆଞ୍ଜି ନିଜ ଜୀବନଯାତ୍ରାରୁ ବିଦାୟ ଦେଇଥିବାରୁ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି । ଗତ ଜାନୁଆରୀ ୨୫ ତାରିଖରେ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ଆଞ୍ଜିର ଯତ୍ନ ନେଉଥିବା ସମୟରେ ହିଁ ତାର ମୃତ୍ୟୁ ହୋଇଥିଲା ।

The world's oldest male gorilla Ozzie dies aged 61

ରିପୋର୍ଟ ଅନୁଯାୟୀ, ଗତ ଗୁରୁବାର ଗରିଲାର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଥିଲା। ସେବେଠାରୁ ହିଁ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ତାର ବିଶେଷ ଧ୍ୟାନ ଦେଉଥିଲେ। ହେଲେ ତାହାର ଠିକ୍‌ ୨୪ ଘଣ୍ଟା ମଧ୍ୟରେ ଆଞ୍ଜିର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ସହ ମୁହଁ ଫୁଲି ଯାଇଥିଲା । ଏମିତିକି ସେ ଏତେ ଦୁର୍ବଳ ହୋଇଯାଇଥିଲେ କି ସେ ଖାଇବା ପିଇବା ମଧ୍ୟ କରିପାରୁନଥିଲେ ।

  • ପ୍ରାଣୀ ଉଦ୍ୟାନର କର୍ମଚାରୀମାନଙ୍କ ଦ୍ୱାରା ଶୋକ ପ୍ରକାଶ

ବର୍ତ୍ତମାନ ସୁଦ୍ଧା ଗରିଲାର ମୃତ୍ୟୁର କାରଣ ଜଣାପଡିନାହିଁ । ପ୍ରାଣୀ ଉଦ୍ୟାନର ସଭାପତି ତଥା ସିଇଓ ରେମଣ୍ଡ ବି କିଙ୍ଗ କହିଛନ୍ତି ଯେ ପ୍ରାଣୀ ଉଦ୍ୟାନ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଖବର । ଏହାସହ ସେ କହିଛନ୍ତି- “ଆମେ ଜାଣିଥିଲୁ ଏହି ଦିନଟି କିଛି ସମୟ ଆସିବ କିନ୍ତୁ ଆମର ଦୁଃଖକୁ କେହି କଳ୍ପନା କରିପାରୁନାହାଁନ୍ତି ଯାହାକୁ ଆମେ ଏକ ବଡ଼ ଗୋରିଲା ହରାଇବାରେ ଯାଉଛୁ ।” ଗୋରିଲା ଜନସଂଖ୍ୟା ବୃଦ୍ଧିରେ ଆଞ୍ଜି ବହୁତ ସହଯୋଗ କରିଛି ବୋଲି ସେ କହିଛନ୍ତି । ଏହାସହ ସେହି ଗରିଲାର ପ୍ରଜାତି ପ୍ରତି ଡାକ୍ତରଙ୍କ ମଧ୍ୟରେ ଅଧିକ ବୁଝାମଣା ବିକାଶରେ ମଧ୍ୟ ଆଞ୍ଜିର ଏକ ବଡ଼ ଅବଦାନ ରହିଛି ।

The world's oldest male gorilla Ozzie dies aged 61
  • ଜେଜେବାପା ହୋଇଥିଲା ଗରିଲା 

୬୧ ବର୍ଷ ବୟସରେ ଗରିଲା ନିଜ ନାତୁଣୀଙ୍କୁ ମଧ୍ୟ ଦେଖିପାରିଛି । ଏହି ଗରିଲାର ଗୋଟେ ଝିଅ, ୩ଟି ପୁଅ, ଗୋଟେ ନାତି, ଦୁଇଟି ଅଣନାତି ମଧ୍ୟ ଅଛନ୍ତି । ଏହି ସମସ୍ତ ଗରିଲା ଆଣ୍ଟଲାଟା ଜୁ ରେ ରହିଛନ୍ତି । ଗତ ବର୍ଷ ଆଞ୍ଜି କୋଭିଡ୍‌ ସଂକ୍ରମଣ ହୋଇଥିଲା ହେଲେ ସେ କରୋନାକୁ ମତ୍‌ ଦେଇ ସୁସ୍ଥ ହୋଇପାରିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now