• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ସ୍ୱତନ୍ତ୍ର ଶୈଳୀରେ ତିଆରି ହେବ ଅଲଟ୍ରା ସ୍ମାର୍ଟ ସହର । ଏହି ସହରରେ ଲୋକମାନଙ୍କ ପରି ବୁଲିବ ରୋବୋଟ । ପବନରେ ଗାଡ଼ି ଉଡ଼ିବ । କୃତ୍ରିମ ମେଘ ଦ୍ୱାରା ବର୍ଷା ହେବ । ଅସମ୍ଭବକୁ ସମ୍ଭବ କରିଦେଖାଇବାକୁ ପ୍ରୟାସ ଚାଲିଛି । ସାରା ବିଶ୍ୱରେ ପ୍ରଥମ ନିଆରା ତଥା ସାଇ-ଫାଇ ସହର ସ୍ଥାପନ କରିବାକୁ ଯାଉଛି ସାଉଦି ଆରବ । ସୁରକ୍ଷା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ ସବୁକିଛି କରିବ ରୋବୋଟ । ଖାଲି ସେତିକି ନୁହେଁ ଏହି ସହରରେ ଏକ କୃତ୍ରିମ ଚନ୍ଦ୍ର ମଧ୍ୟ ରହିବ । ପ୍ରତ୍ୟେକ ରାତିରେ ସହରରେ ରହୁଥିବା ଲୋକଙ୍କୁ ମିଳିବ ସୁଶୀତଳ କିରଣ । ୫୦୦ ଆରବ ଡଲାର ମୂଲ୍ୟରେ ନିର୍ମାଣ ହେବାକୁ ଏହି ସହର ଲଣ୍ଡନଠାରୁ ୧୭ ଗୁଣ ବଡ ହେବ ।

ସାଉଦି ଆରବର ତବୁକ ରାଜ୍ୟରେ ଏହି ସହର ତିଆରି କରିବାର ଯୋଜନା କରାଯାଇଛି ,ଯାହାର ନାମ ରହିବ 'ନିଓମ୍' (Neom) । ପ୍ରସ୍ତାବିତ ସହରକୁ କିଣିଥିବା କମ୍ପାନୀ ନିଓମ ପାଇଁ ଏତେ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛି । ସହରରେ ବ୍ୟବହୃତ କିଛି ଟେକ୍ନୋଲୋଜି ଏପର୍ଯ୍ୟନ୍ତ ମହଜୁଦ୍ ହୋଇନାହିଁ । ଆଗାମୀ ସମୟରେ ଆସିବାକୁ ଥିବା ଜ୍ଞାନକୌଶଳ ମାଧ୍ୟମରେ ସହରକୁ ତିଆରି କରାଯିବ ।

୨୦୫୦ ସୁଦ୍ଧା ତିଆରି ହେବ ଅଲ୍ଟ୍ରା-ସ୍ମାର୍ଟ ସହର

ବ୍ରିଟେନର ଇଂରାଜୀ ଖବରକାଗଜ 'ଦି ସନ୍'ର ଏକ ରିପୋର୍ଟ ଅନୁଯାୟୀ ନିଓମ ସହର ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ ତିଆରି କରାଯିବ । ୨୦୫୦ ସୁଦ୍ଧା ଏହି ଅଲ୍ଟ୍ରା-ସ୍ମାର୍ଟ ସହର ତିଆରି ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ସୌର ଶକ୍ତି ଏବଂ ପବନ ଶକ୍ତି ଦ୍ୱାରା ଚାଳିତ ହେଉଥିବା ପ୍ରଥମ ସହର ହେବ ନିଓମ୍ ।

ସାଇନ୍ସ ଫ୍ରିକ୍ସନ୍ ସିନେମା ପରି ହେବ ସହର

ତେବେ ସହର ତିଆରି ପୂର୍ବରୁ ହେବାକୁ ଥିବା ମୁଖିଆ ସହର ସମ୍ପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିଛନ୍ତି । କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ନିୟମ ସହରର ପରିଚାଳନା କରିବେ । ନିଓମ ସହର ଡ୍ରୋନ୍ ଫ୍ରେଣ୍ଡଲି ତଥା ରୋବୋଟିକ୍ସ ଟେକନିକ୍‌ର ବିକାଶ କେନ୍ଦ୍ର ରୂପରେ ଉଭାହେବ ବୋଲି ସେ କହିଛନ୍ତି ।

ସହରରେ ଚାଲିବ ଫ୍ଲାଇଙ୍ଗ ଟ୍ୟାକ୍ସି । ସାଇନ୍ସ ଫ୍ରିକ୍ସନ୍ ସିନେମା 'ବ୍ଲେଡ୍ ରନର୍' ଏବଂ 'ବ୍ୟାକ୍ ଟୁ ଫ୍ୟୁଚର୍ ୨' ରେ ଦେଖାଯାଇଥିବା କାର୍ ପରି ସହରରେ ଉଡ଼ିବ କାର୍ । ସାଉଦି ଆରବ ସହରରେ ବର୍ଷା ହୁଏ ନାହିଁ । କିନ୍ତୁ କ୍ଲାଉଡ୍ ସିଡିଂ ଟେକ୍ନୋଲୋଜି ବ୍ୟବହାର କରି ନିଓମରେ କୃତ୍ରିମ ମେଘ ସୃଷ୍ଟି କରାଯିବ ଏବଂ ବର୍ଷା ମଧ୍ୟ ହେବ । ଜୁରାସିକ୍ ପାର୍କ ଷ୍ଟାଇଲ୍ 'ଡାଇନୋସର ରୋବୋଟ୍' ମଧ୍ୟ ନିର୍ମାଣ କରାଯିବ । ସହରରେ ଏକ 'ରୋବୋଟ୍ ମାର୍ସିଆଲ ଆର୍ଟ' ମଧ୍ୟ ସୃଷ୍ଟି କରାଯିବ, ଯେଉଁଠାରେ ରୋବୋଟ୍‌ ଗୁଡ଼ିକ ମନୋରଞ୍ଜନ ପାଇଁ ପରସ୍ପର ସହ ଲଢ଼େଇ କରିବେ ।

ଗଲ୍ଫ ଦେଶ ଗୁଡିକରେ ଆଗୁଆ ହେବାକୁ ଚାହୁଁଛି ସାଉଦି

ସାଉଦି ଆରବ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ମାଧ୍ୟମରେ ନିଜର ପ୍ରତିଦ୍ୱନ୍ଦ୍ୱୀ ଗଲ୍ଫ ଦେଶ ଯଥା ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କତାରକୁ ପଛରେ ପକାଇ ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛି । ନିଓମ ସହରକୁ ବିଶ୍ୱର ସମସ୍ତ ସର୍ବୋତ୍ତମ ବ୍ୟବସାୟୀଙ୍କୁ ଆକର୍ଷିତ କରି ଏକ ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର କରିବାକୁ ଚାହୁଁଛି । ଏଠାରେ ରୋବୋଟ ଗୁଡିକ ମଧ୍ୟ ବିଦେଶ ବ୍ୟବସାୟୀଙ୍କ ଘର କାମ କରିବେ ।

ନିୟମରେ ରହିବ କୁତ୍ରିମ ଜହ୍ନମାମୁ

ନିଓମ ସହରରେ ଏକ କୃତ୍ରିମ ଚନ୍ଦ୍ର ନିର୍ମାଣ କରିବାକୁ ଚାହୁଁଛି ସାଉଦି ଆରବ । ଏହି ପ୍ରକଳ୍ପରେ କୁତ୍ରିମ ଜହ୍ନମାମୁ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ । ଏହାସହ ସହରର ପ୍ରସ୍ତାବିତ ସିଲଭର ବିଚକୁ ଚନ୍ଦ୍ର ଆଲୋକ ଦ୍ୱାରା ଆଲୋକିତ କରାଯାଉ ବୋଲି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ନିକଟରେ ଘୋଷଣା କରିଛନ୍ତି । ତଥାପି ଯେଉଁ କୌଶଳ ସହିତ କୁତ୍ରିମ ଜହ୍ନମାମୁ ତିଆରି କରିବାକୁ ଯୋଜନା କରାଯାଇଛି, ତାହା ଏବେ ସୁଦ୍ଧା ଆସିନାହିଁ ।

ନିଓମ୍ ସହରର ନିର୍ମାଣ ପାଇଁ ବଛା ବଛା ଶ୍ରମିକ ନିୟୋଜିତ ହେବେ । ଏହି ଶ୍ରମିକମାନଙ୍କୁ ବର୍ତ୍ତମାନ ଠାରୁ ଖରାପ ଅବସ୍ଥାରେ ରଖାଯାଉଥିବା ଜଣାଯାଇଛି। ୬ ଜଣ ଶ୍ରମିକଙ୍କୁ ଶୋଇବା ପାଇଁ କେବଳ ଗୋଟିଏ କୋଠରୀ ଦିଆଯାଇଛି ବୋଲି ଜଣାପଡ଼ିଛି । ତେବେ ସାଉଦି ଆରବର ଖରାପ ମାନବାଧିକାର ରେକର୍ଡ ଯୋଗୁଁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏହି ପ୍ରକଳ୍ପକୁ ବ୍ୟାନ୍ କରିବାକୁ ଆହ୍ୱାନ ଦେଇଛନ୍ତି ।