• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି ବୟସରେ କୋଟିପତି । ୯ବର୍ଷର ବୟସରେ ପ୍ରା‌ଇଭେଟ ଜେଟ, ଆଲିସାନ୍ ବଙ୍ଗଳା ଓ ବିଳାଶପୂର୍ଣ୍ଣ କାରର ମାଲିକ । ନାଇଜେରିଆର ଏହି କୁନି ପିଲାଟିର ଜୀବନଶୈଳୀକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୋମଫା ଜୁନିଅର ଦୁନିଆର ସବୁଠାରୁ କନିଷ୍ଠ କୋଟିପତି ବୋଲି ଦାବି କୁଯାଉଛି । ତେବେ ସେ ଏବେ ନୁହେଁ, ମାତ୍ର ଛଅ ବର୍ଷ ବୟସରୁ ହିଁ ଏପରି ଜୀବନ ବିତାଉଛନ୍ତି । ଆଉ ସେବେଠାରୁ ସେ ନିଜ ବଙ୍ଗଳାରେ ରହିବା ସହିତ ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଛନ୍ତି ।

ନାଇଜେରିଆର ଏହି ଛୋଟ ପିଲାଟିର ପ୍ରକୃତ ନାମ ମହମ୍ମଦ ଆୱାଲ ମୁସ୍ତାଫା । ତାଙ୍କର ଆଲିଶାନ ଜୀବନଶୈଳୀ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଗୋଟିଏ ଫଟୋରେ ସେ Bentley Flying Spur ପରି ଗାଡ଼ିରେ ବସିଥିବା ନଜର ଆସୁଛନ୍ତି । ଉପହାର ସ୍ୱରୂପ ତାଙ୍କୁ ଏହି କାର ପ୍ରଦାନ କରିଥିଲେ ତାଙ୍କ ବାପା । ସେହିପରି ଦ୍ୱିତୀୟ ଫଟୋରେ ସେ ଡିଜାଇନର ପୋଷାକରେ ଏକ Lamborghini Aventador ସମ୍ମୁଖରେ ଛିଡ଼ା ହୋଇଥିବା ଦେଖାଯାଉଛନ୍ତି । ଅନ୍ୟ ଏକ ଫଟୋରେ ସେ ସୁନା ରଙ୍ଗରେ ଚକମକ୍ କରୁଥିବା ଘରୋଇ ଜେଟ୍ ଭିତରେ ବସି ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି ।

ମହମ୍ମଦ ଆୱାଲ ମୁସ୍ତାଫାଙ୍କ ଘର ବାହାରେ ବହୁ ଦାମୀ କାର ପାର୍କିଂ କରାଯାଇଥିବା ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ତେବେ ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋର ଜନ୍ମଦିନର ଶୁଭେଚ୍ଛା।' ତେବେ ଏଇଠି ପ୍ରଶ୍ନ ଉଠୁଛି, ଏହି ଛୋଟ ପିଲାଟି ପାଖକୁ କେଉଁଠୁ ଆସିଲା ଏତେ ସମ୍ପତ୍ତି ? ନାଇଜେରିଆର ଇଣ୍ଟରନେଟ ସେଲିବ୍ରିଟି ତଥା କୋଟିପତି ଇସମାଇଲିଆ ମୁସ୍ତାଫାଙ୍କ ପୁଅ, ସେ ମୋମଫା ଭାବରେ ଜଣାଶୁଣା । ପୁଅ ପରି ମୋମଫା ସିନିୟର ମଧ୍ୟ ମହଙ୍ଗା ଜୀବନଯାପନ କରନ୍ତି ।

ସେ ତାଙ୍କର 'ଅଯଥା ଖର୍ଚ୍ଚ' ଏବଂ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା । ପ୍ରାୟତ ଲାଗୋସ୍ ଏବଂ ଦୁବାଇରେ ଥିବା ତାଙ୍କ ଘରୁ ସେ ଫଟୋ ସେୟାର କରନ୍ତି । ୨୦୧୯ରେ ଷଷ୍ଠ ଜନ୍ମଦିନରେ ମୋମଫା ତାଙ୍କ ପୁଅକୁ ତାଙ୍କର ପ୍ରଥମ ଘର ଉପହାର ଦେଇଥିଲେ । ଘରର ମାଲିକ ହେବା ସର୍ବଦା ନିଜକୁ ସର୍ବୋତ୍ତମ ଅନୁଭବ କରିବ ବୋଲି ସେ ଉପହାର ଦେବାବେଳେ କହିଥିଲେ । ଇନଷ୍ଟାଗ୍ରାମରେ ମୋମଫା ତାଙ୍କ କୋଟିପତି ପୁଅ ବିଷୟରେ ଅନେକ କଥା କରିଛନ୍ତି । ଏଥେ ସାନ ପିଲା ହୋଇ ସୁଦ୍ଧା ସେ ଗୁଚି ବ୍ରାଣ୍ଡର ପୋଷାକ ପିନ୍ଧନ୍ତି ଏବଂ ନିଜ ଘରର ମାଲିକ ଅଟନ୍ତି ବୋଲି କହିଛନ୍ତି ।