• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସର୍ବସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିକୁ ଗାଳି ଦେଲେ ଆମେରିକାର ରାଷ୍ଟ୍ରପତି । ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି ଜୋ ବାଇଡେନ । ସାମ୍ବାଦିକଙ୍କୁ ଗାଳି କରୁଥିବା ସମୟରେ ସେହି ଭିଡିଓ ଏବେ ସାମ୍ନାକୁ ଆସିଛି । ଦରଦାମ ବୃଦ୍ଧି ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଫକ୍ସ ନ୍ୟୁଜ୍ ସାମ୍ବାଦିକଙ୍କୁ ଆମେରିକାର ରାଷ୍ଟ୍ରପତି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ପିଟର ଡୁସି (Peter Doocy) ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଶରେ ବୃଦ୍ଧି ପାଉଥିବା ଦରଦାମ୍ ଉପରେ ପ୍ରଶ୍ନ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ବାଇଡେନ୍ ରାଗିଯାଇ ସାମ୍ବାଦିକଙ୍କୁ ମୂର୍ଖ ଏବଂ Son of a B *** h ବୋଲି କହିଥିଲେ ।

ଜୋ ବାଡେନ ଅର୍ଥନୀତି ଉପରେ ତାଙ୍କ ପରାମର୍ଶଦାତାମାନଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ପହଞ୍ଚିଥିଲେ ସାମ୍ବାଦିକ ପିଟର ଡୁସି । ଆଲୋଚନା ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ସମ୍ବନ୍ଧୀରେ ବାଇଡେନ୍‌ଙ୍କ ପ୍ରଶ୍ନ କରିଥିଲେ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ (2022) ପରେ ମୁଦ୍ରାସ୍ଫୀତି ରାଜନୈତିକ କର୍ତ୍ତବ୍ୟ ହେବ ବୋଲି ଆପଣ ଭାବୁଛନ୍ତି କି ବୋଲି ଜୋ ବାଇଡେନ୍‌ଙ୍କୁ ପ୍ରଶ୍ନ କରୁଥିଲେ ।

ତେବେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେବେ କ’ଣ ଉତକ୍ଷିପ୍ତ ହୋଇପଡ଼ିଥିଲେ ଆମେରିକା ରାଷ୍ଟ୍ରପତି । ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ ଅପମାନ କରିବା ସହ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ ।

ସୂଚନାଯୋଗ୍ୟ ଗତ ଡିସେମ୍ବରରେ ଆମେରିକାରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇଛି । ଦରଦାମ ବୃଦ୍ଧିର ଯୋଗୁଁ ଜନତା ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଗତ ଚାରି ଦଶନ୍ଧି ମଧ୍ୟରେ ବାର୍ଷିକ ଏତେ ଅଧିକ ମୁଦ୍ରାସ୍ଫୀତି ହୋଇନଥିବା କୁହାଯାଉଛି ।

ଭିଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପିଟର ଡୁସି ମଧ୍ୟ ନିଜର ବିବୃତ୍ତି ଦେଇଛନ୍ତି । ଘଟଣା ଘଟିବାର କିଛି ଘଣ୍ଟା ପରେ ବାଇଡେନ୍ ତାଙ୍କୁ କଲ୍ କରିଥିଲେ ଏବଂ ତାଙ୍କ କଥାକୁ ବ୍ୟକ୍ତିଗତ ଭାବେ ନନେବାକୁ ଅନୁରୋଧ କରିଥିଲେ ।