Advertisment

ଧୋକାବାଜ୍‌ ପ୍ରେମିକ... କିଡନୀ ନେବା ପରେ ପ୍ରେମିକାକୁ କଲା ଗୁଡ୍‌ ବାଏ...

ଧୋକାବାଜ୍‌ ପ୍ରେମିକ...ନୂଆ ଜୀବନ ପାଇବା ପରେ ପ୍ରେମିକାଙ୍କୁ ଭୁଲିଗଲା ପ୍ରେମିକ। କିଡନୀ ଖରାପ ହେବା କାରଣରୁ ମେଡିକାଲରେ ପଡ଼ିଥିଲେ ପ୍ରେମିକ। ଘଟଣା ଜାଣିବା ପରେ ନିଜ କିଡନୀକୁ ଦାନ କରି ପ୍ରେମୀକର ଜୀବନ ବଂଚାଇଥିଲେ ପ୍ରେମିକା ଜଣକ ହେଲେ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ନିଜ ଜୀବନରୁ ପ୍ରେମିକାକୁ ଦୂରେଇ ଦେଲା ପ୍ରେମିକ।

author-image
Sarbeswar
ଅଦ୍ୟତନ ହୋଇଛି
Lover Cheats Sweetheart

Lover Cheats Sweetheart

ଏ କେମିତିକା ପ୍ରେମିକ? ଯୋଉ ପ୍ରେମିକା ନିଜ ଜୀବନକୁ ବିପଦକୁ ଠେଲି ଦେଇ ତାର ଜୀବନ ବଂଚାଇଲା ସେହି ପ୍ରେମିକାକୁ ଧୋକା ଦେଲା ପ୍ରେମିକ...ପ୍ରେମ ପାଇଁ ଘର ଲୋକଙ୍କ କଥା ଶୁଣିଲାନି କି ନୀଜ ଭବିଷ୍ୟତ କଥା ଚିନ୍ତା ବି କଲାନି...ଖୁସି ଖୁସି ପ୍ରେମିକର ମୁହଁକୁ ଚାହିଁ ଦେଇଦେଲା କିଡ଼ନୀ..ଆଉ ଭଲ ହେବା ପରେ ନୂଆ ଜୀବନ ଦେଇଥିବା ପ୍ରେମିକାକୁ ଗୁଡବାଏ କଲା ପ୍ରେମିକା। ଆଉ ଏମିତି ଘଟଣା ସାମ୍ନାକୁ ଆସିବା ପରେ ସ୍ତବ୍ଧ ହୋଇଯାଇଛି ପୂରା ପରିବାର...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏମିତି ପ୍ରେମିକ କାହାକୁ ନମିଳୁ....

Advertisment

ଧୋକାବାଜ୍‌ ପ୍ରେମିକ...ନୂଆ ଜୀବନ ପାଇବା ପରେ ପ୍ରେମିକାଙ୍କୁ ଭୁଲିଗଲା ପ୍ରେମିକ। କିଡନୀ ଖରାପ ହେବା କାରଣରୁ ମେଡିକାଲରେ ପଡ଼ିଥିଲେ ପ୍ରେମିକ। ଘଟଣା ଜାଣିବା ପରେ ନିଜ କିଡନୀକୁ ଦାନ କରି ପ୍ରେମୀକର ଜୀବନ ବଂଚାଇଥିଲେ ପ୍ରେମିକା ଜଣକ ହେଲେ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ନିଜ ଜୀବନରୁ ପ୍ରେମିକାକୁ ଦୂରେଇ ଦେଲା ପ୍ରେମିକ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ। ୩୦ ବର୍ଷୀୟ କଲିନ୍ ଲେଙ୍କ ସହ ଘଟିଛି ଏଭଳି ଘଟଣା। ଆଉ ନିଜ ପ୍ରେମିକ ଯାହା କରିଛି ତାକୁ ଭିଡ଼ିଓ କରି ଫେସବୁକ୍‌ରେ ଛାଡ଼ିଛନ୍ତି ପ୍ରେମିକା କଲିନ୍‌।

ଏହି ଭିଡ଼ିଓଟିରେ ସେ କହୁଛନ୍ତି, ତାଙ୍କର ପ୍ରେମକୁ ୬ ବର୍ଷ ପୂରିଲାଣି....ପ୍ରେମ ଭିତରେ କିଡନୀ ରୋଗରେ ପୀଡ଼ିତ ହୋଇଥିଲେ ପ୍ରେମିକ। ଆଉ ତାଙ୍କ କିଡନି ମାତ୍ର ୫ ପ୍ରତିଶତ କାମ କରୁଥିବା ଜାଣି କଲିନ୍ ନିଜ କିଡନି ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ କିନ୍ତୁ ତାଙ୍କ ପରିବାର ରାଜି ହୋଇନଥିଲେ ହେଲେ ବି ନିଜ ଜିଦ୍‌ରେ ସେ କିଡ଼ନୀ ଦାନ କରିଥିଲେ। କିନ୍ତୁ ସୁସ୍ଥ ହେବାପରେ ଧୋକା ବାଜ୍‌ ପ୍ରେମିକ ସବୁ ସମ୍ପର୍କ, କଷ୍ଟକୁ ଭୁଲି କଲିନ୍‌ଙ୍କ ସହ ସମ୍ପର୍କ କାଟିବାକୁ ସ୍ଥିର କରିଥିଲେ। ସେପଟେ ପ୍ରେମିକା ଜଣକ କହିଛନ୍ତି, ଭଲପାଇବା ପାଇଁ ନୁହେଁ ବରଂ ଦୁନିଆ ସାମ୍ନାରେ ବଡ଼ ହେବା ପାଇଁ କଲିନ୍‌ କିଡନୀ ଦେଇଛନ୍ତି। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି। ପ୍ରେମୀକର ଏମିତି କାମକୁ ନିନ୍ଦୀତ କରୁଥିବା ବେଳେ ପ୍ରେମିକା ସମସ୍ତେ ସାବାସୀ ଜଣାଉଛନ୍ତି

Advertisment
Lover Cheats Sweetheart
Advertisment
Advertisment